Advertisment

ପାକିସ୍ତାନ ଜିତିଲା; ଭାରତରେ ଫୁଟିଲା ବାଣ, ସେହ୍ୱାଗ କହିଲେ…

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମର ଆରମ୍ଭ ନୈରାଶ୍ୟଜନକ ରହିଛି। ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହ ୨୯ ବର୍ଷ ଧରି ଜାରି ରହିଥିବା ଭାରତର ବିଜୟ ରଥ ଅଟକି ଯାଇଛି। ତେବେ ଖେଳରେ ହାରଜିତ୍ ଲାଗି ରହିଥାଏ, କିନ୍ତୁ ପାକିସ୍ତାନ ବିଜୟ ପରେ ଭାରତରେ କିଛି ଲୋକେ ସେଲିବ୍ରେସନ୍ ଆରମ୍ଭ କରିଦେଇଥିଲେ। ଏପରିକି ଏମାନେ ପାକିସ୍ତାନର ବିଜୟ ଖୁସିରେ […]

author-image
Ranjit Kumar Jena
ପାକିସ୍ତାନ ଜିତିଲା; ଭାରତରେ ଫୁଟିଲା ବାଣ, ସେହ୍ୱାଗ କହିଲେ…

sehwag

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମର ଆରମ୍ଭ ନୈରାଶ୍ୟଜନକ ରହିଛି। ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହ ୨୯ ବର୍ଷ ଧରି ଜାରି ରହିଥିବା ଭାରତର ବିଜୟ ରଥ ଅଟକି ଯାଇଛି। ତେବେ ଖେଳରେ ହାରଜିତ୍ ଲାଗି ରହିଥାଏ, କିନ୍ତୁ ପାକିସ୍ତାନ ବିଜୟ ପରେ ଭାରତରେ କିଛି ଲୋକେ ସେଲିବ୍ରେସନ୍ ଆରମ୍ଭ କରିଦେଇଥିଲେ। ଏପରିକି ଏମାନେ ପାକିସ୍ତାନର ବିଜୟ ଖୁସିରେ ଖୁବ୍ ବାଣ ଫୁଟାଇଥିଲେ। ତେବେ କିଛି ଲୋକଙ୍କ ଏପରି ବ୍ୟବହାରରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଖୁବ୍ ରାଗି ଯାଇଛନ୍ତି।

Advertisment

ସେହ୍ୱାଗ କହିଛନ୍ତି ଯେ ଭାରତରେ ବାଣ ଫୁଟାଇବା ଉପରେ ବ୍ୟାନ୍ ଲାଗିଛି, ତାହେଲେ ଏସବୁ କେଉଁଠୁ ଆସିଲା। ସେହ୍ୱାଗ ଟ୍ୱିଟ୍ କରି କହିଛନ୍ତି, ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି, କିନ୍ତୁ ଗତକାଲି ଭାରତର କିଛି ସ୍ତାନରେ ପାକିସ୍ତାନ ବିଜୟର ସେଲିବ୍ରେସନ୍ ପାଇଁ ବାଣ ଫୁଟାଇଥିଲେ। ବୋଧହୁଏ ସେମାନେ କ୍ରିକେଟର ବିଜୟର ଉତ୍ସବ ମନାଉଥିବେ। ତାହେଲେ ଦୀପାବଳିରେ ବାଣ ଫୁଟାଇବାରେ ସମସ୍ୟା କ’ଣ। କପଟତା କାହିଁକି, ସବୁ ଜ୍ଞାନ ସେତେବେଳେ ମନେ ପଡ଼ିଥାଏ।

ରବିବାର ପାକିସ୍ତାନର ବିଜୟରେ ଭାରତର କିଛି ସ୍ଥାନରେ ସେଲିବ୍ରେସନ୍ କରାଯିବାର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। କିଛି ସ୍ଥାନରେ କ୍ରିକେଟ୍ ପ୍ରଶଂସକଙ୍କ ଭିତରେ ମାରପିଟ୍ ଖବର ମଧ୍ୟ ସାମ୍ନାକୁ ଆସିଛି। ଆଉ ଏହାରି ଭିତରେ ସେହ୍ୱାଗଙ୍କ ଟ୍ୱିଟ୍ ଦେଶରେ କଥିତ ଭାବେ ପାକିସ୍ତାନ ସମର୍ଥକ ଓ ଦୀପାବଳିରେ ବାଣ ବ୍ୟାନକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

https://twitter.com/virendersehwag/status/1452520206194987008?s=20

ଗତକାଲି ମ୍ୟାଚ୍ ପରେ କଶ୍ମୀର ଘାଟିର କିଛି ଜିଲ୍ଲାରେ ପାକିସ୍ତାନ ବିଜୟର ଉତ୍ସବ ମନାଯିବାର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଶେଆର୍ କରାଯାଇଥିଲା। ସୋଶାଲ ମିଡିଆ ୟୁଜର କଶ୍ମୀରରେ ଏଭଳି ବିଜୟ ଉତ୍ସବ ମନାଇବାକୁ ବିଶ୍ୱାସଘାତକ ବୋଲି କହିଛନ୍ତି। ତେବେ ଏହି ଭାଇରାଲ୍ ହୋଇଥିବା ଭିଡିଓଟି ଜଣେ ମେଡିକାଲ୍ କଲେଜର ବୋଲି କୁହାଯାଉଛି।

ଭାରତ ଓ ପାକିସ୍ତାନ ମ୍ୟାଚ୍ ପରେ ପଞ୍ଜାବର ସଙ୍ଗରୁର୍ ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁସନରେ କିଛି କଶ୍ମୀର ଛାତ୍ର ଓ ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଛାତ୍ରଙ୍କ ମଧ୍ୟ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଲିସ୍ କହିଛି ଯେ ରବିବାର ମ୍ୟାଚ୍ ପରେ ରାତିରେ କିଛି ନାରାବାଜି ହୋଇଥିଲା, ଯେଉଁ କାରଣରୁ କିଛି ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।