ଶିଖର ଧୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଷ୍ଟରେ ଯୋଡ଼ି ହେବେ କି ବୀରେନ୍ଦ୍ର ସେହୱାଗ?

ୟୁଜି ଚହଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାନ ଚର୍ଚ୍ଚା ଲାଗି ରହିଛି। ୟୁଜି ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଏବେ ସବୁ କିଛି ଠିକ ଠାକ ନଥିବା କୁହାଯାଉଛି।

Virender Sehwag

ଆରତୀ ଓ ବୀରେନ୍ଦ୍ର ସେହୱାଗ (ଫାଇଲ ଫଟୋ)

Hemant Lenka
  • Published: Friday, 24 January 2025
  • Updated: 24 January 2025, 03:01 PM IST

News Highlights

  • ୨୦୧୫ ଅକ୍ଟୋବର ମାସରେ ବୀରେନ୍ଦ୍ର ସେହୱାଗ କ୍ରିକେଟରୁ ଅବସର ଘୋଷଣା କରିଥିଲେ
  • ସେହୱାଗ ଓ ଆରତୀଙ୍କ ମଧ୍ୟରେ ଦେଖା ଗୋଟିଏ ବାହାଘରରେ ହୋଇଥିଲା
  • ସେହୱାଗ ୨୧ ବର୍ଷରେ ପାଦ ଦେବା ପରେ ୧୪ ବର୍ଷ ହେଲା ଜାଣିଥିବା ଆରତୀଙ୍କୁ ପ୍ରେମ ନିବେଦନ କରିଥିଲେ
  • ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀ ଦୀର୍ଘ ୯ ବର୍ଷ ପରେ ଅଲଗା ହୋଇଥିଲେ
  • ହାର୍ଦ୍ଦିକ ପାଣ୍ଡ୍ୟା ସର୍ବିୟାର ମଡେଲ ନାତାଶାଙ୍କୁ ୨୦୨୦ରେ କରୋନା ଲକଡାଉନ ବେଳେ ପ୍ରେମ ବିବାହ କରିଥିଲେ
  • ୟୁଜି ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଏବେ ସବୁ କିଛି ଠିକ ଠାକ ନଥିବା କୁହାଯାଉଛି

Sports

Latest News

ଭାରତୀୟ କ୍ରିକେଟର ସବୁଠାରୁ ଚର୍ଚ୍ଚିତ ଓପନର ବୀରେନ୍ଦ୍ର ସେହୱାଗ ଏବେ ଚର୍ଚ୍ଚାରେ। ସେହୱାଗ ଓ ତାଙ୍କ ପତ୍ନୀ ଆରତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା। ଦୀର୍ଘ ବର୍ଷ ତଳୁ କ୍ରିକେଟରୁ ଅବସର ନେଇ ସାରିଥିବା ସେହୱାଗ ଟେଷ୍ଟ କ୍ରିକେଟରେ ଦୁଇ ଥର ଟ୍ରିପଲ ଟନ୍‌ ହାସଲ କରିଥିଲେ।

ହେଲେ ଏବେ ହଠାତ୍‌ କାହିଁକି ସମସ୍ତଙ୍କ ଫୋକସକୁ ଆସିଛନ୍ତି ବୀରେନ୍ଦ୍ର ସେହୱାଗ? କେବଳ ସେ ନୁହନ୍ତି, ତାଙ୍କ ପତ୍ନୀ ଆରତୀ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋଶାଲ ମିଡିଆରେ ସେହୱାଗ ଓ ଆରତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଦାବି କରାଯିବାରୁ ସମସ୍ତେ ପ୍ରକୃତ ଘଟଣା ଜାଣିବାକୁ ଆଗ୍ରହ ଦେଖାଇଛନ୍ତି।

ଭାରତ ପାଇଁ ୧୦୪ଟି ଟେଷ୍ଟ ଓ ୨୫୧ଟି ଦିନିକିଆ ଖେଳିଥିବା ସେହୱାଗ ୨୦୦୪ ଡିସେମ୍ବର ମାସରେ ଆରତୀଙ୍କୁ ବିବାହ କରିଥିଲେ। ଇତି ମଧ୍ୟରେ ଉଭୟଙ୍କ ବାହାଘରକୁ ୨୦ ବର୍ଷ ବିତି ଗଲାଣି। ଆରତୀ ୨୦୦୭ରେ ଆର୍ଯ୍ୟବୀର ଓ ୨୦୧୦ରେ ବେଦାନ୍ତଙ୍କୁ ଜନ୍ମ ଦେଇଥିଲେ। ୨ ପୁଅ ଓ ପତ୍ନୀଙ୍କୁ ନେଇ ସେହୱାଗଙ୍କ ସଂସାରର ଗାଡ଼ି ଆଗକୁ ଚାଲିଛି। ହେଲେ ଏବେ ଜଣାପଡ଼ିଛି ଯେ ସେହୱାଗ ଓ ଆରତୀଙ୍କ ମଧ୍ୟରେ ସବୁ କିଛି ଠିକଠାକ ଚାଲି ନାହିଁ।

Aratiପତ୍ନୀ ଓ ଦୁଇ ପୁଅଙ୍କ ସହ ସେହୱାଗ

କୁହାଯାଉଛି ଯେ ବେଶ କିଛି ମାସ ହେଲାଣି ଉଭୟ ଅଲଗା ଅଲଗା ରହୁଛନ୍ତି। ଏପରି କି ଖୁବଶୀଘ୍ର ସେହୱାଗ ଓ ଆରତୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ୍ୟ ହେବାର ଆଶଙ୍କା ରହିଛି। କିନ୍ତୁ ଏ ସମ୍ପର୍କରେ କେହି ବି ମୁହଁ ଖୋଲି ନାହାନ୍ତି। ଚର୍ଚ୍ଚାକୁ ନେଇ ଉଭୟ ପକ୍ଷ ଚୁପ ରହିଛନ୍ତି।

ସେହୱାଗ ଓ ଆରତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏପରି ଖବର ଆସିବା ପରେ ସୋଶାଲ ମିଡିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବୀରେନ୍ଦ୍ର ସେହୱାଗ ବେଶ କିଛି ମାସ ହେଲାଣି ଆରତୀଙ୍କ ସହ କୌଣସି ପ୍ରକାରର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରୁ ନାହାନ୍ତି। ତଥାପି ଉଭୟଙ୍କ ଗୋଟିଏ ପୁରୁଣା ଫଟୋ ସେହୱାଗଙ୍କ ପ୍ରୋଫାଇଲ ଭାବେ ଏବେ ବି ରହିଛନ୍ତି।

ସେହୱାଗ ଇନଷ୍ଟାଗ୍ରାମରେ ଆରତୀଙ୍କୁ ଅନଫୋଲ କରି ଦେଇଛନ୍ତି। ଆରତୀ ମଧ୍ୟ ସେହୱାଗଙ୍କ ବିରୋଧରେ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରି ଖବର ସାମ୍ନାକୁ ଆସିବା ପରେ ସେହୱାଗ ଖୁବଶୀଘ୍ର ପୂର୍ବତନ କ୍ରିକେଟର ଶିଖର ଧୱନ ଓ ବର୍ତ୍ତମାନର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ବିଚ୍ଛେଦ ଗ୍ରୁପରେ ଯୋଡ଼ି ହେବାକୁ ଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ସେହିପରି ୟୁଜି ଚହଲଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାନ ଚର୍ଚ୍ଚା ଲାଗି ରହିଛି। ୟୁଜି ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଏବେ ସବୁ କିଛି ଠିକ ଠାକ ନଥିବା କୁହାଯାଉଛି।

Hardikହାର୍ଦ୍ଦିକ ଓ ଧୱନ

ସେହୱାଗଙ୍କ ପତ୍ନୀ ଆରତୀ କିଏ? 

୨୦୧୫ ଅକ୍ଟୋବର ମାସରେ ବୀରେନ୍ଦ୍ର ସେହୱାଗ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏବେ ସେ ଭାଷ୍ୟକାର ଭୂମିକାରେ ରହିଛନ୍ତି। ସେହିପରି ତାଙ୍କ ବିଭିନ୍ନ ସ୍ପୋର୍ଟସ ଟ୍ରେନିଂ ସେଣ୍ଟର ବି ରହିଛି। ହେଲେ ପତ୍ନୀ ଆରତୀଙ୍କ ସମ୍ପର୍କରେ ଅନେକ ଲୋକ ଜାଣି ନଥିବେ। ସେହୱାଗଙ୍କ ପତ୍ନୀ ଆରତୀ ୧୯୮୦ ମସିହା ଡିସେମ୍ବର ୧୬ରେ ନୂଆଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଢେର ଅଧିକ। ଆରତୀଙ୍କ ବାପା ସୂରଜ ସିଂହ ଜଣେ ଆଇନଜୀବୀ। ଲେଡି ଇରୱିନ ସେକେଣ୍ଡାରୀ ସ୍କୁଲ ଓ ଭାରତୀୟ ବିଦ୍ୟା ଭନରରେ ଆରତୀ ସ୍କୁଲ ଶିକ୍ଷା ଶେଷ କରିଥିଲେ। ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା ହାସଲ କରିଥିବା ଆରତୀ ଜଣେ ବ୍ୟବସାୟିକ ମହିଳା ଭାବେ ବେଶ ପରିଚିତ। 

artiସେହୱାଗଙ୍କ ପତ୍ନୀ ଆରତୀ

Eventura Creations Private Limited, AVS Healthcare Private Limited, ASV Event Management Private Limited, and Smgk Agro Impex Private Limited ନାମକ ୪ଟି କମ୍ପାନୀର ସେ ନିର୍ଦ୍ଦେଶକ। ହେଲେ ୨୦୧୯ରେ ତାଙ୍କୁ ଜୋରଦାର ଝଟକା ଲାଗିଥିଲା। ତାଙ୍କ ବ୍ୟବସାୟିକ ପାର୍ଟନର ନକଲି ଦସ୍ତଖତ ଜରିଆରେ ଆରତୀଙ୍କ ନାଁରେ ୪.୫ କୋଟି ଟଙ୍କାର ଋଣ ଉଠାଇ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆରତୀ ଆଇନର ଆଶ୍ରୟ ନେବା ସହ ପାର୍ଟନରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏବେ ବି ଆରତୀ ନିଜ କମ୍ପାନୀକୁ ଚଳାଉଛନ୍ତି। 

ବୀରେନ୍ଦ୍ର ସେହୱାଗ ଓ ଆରତୀଙ୍କ ସମ୍ପର୍କ 

ବୀରେନ୍ଦ୍ର ସେହୱାଗ ଓ ଆରତୀଙ୍କ ମଧ୍ୟରେ ପ୍ରଥମେ ଗୋଟିଏ ବାହାଘରରେ ଭେଟଘାଟ ହୋଇଥିଲା। ଏହି ସମୟରେ ସେହୱାଗଙ୍କୁ ୭ ବର୍ଷ ଓ ଆରତୀ ୫ ବର୍ଷ ବୟସର ହୋଇଥିଲେ। ସେହୱାଗ ୨୧ ବର୍ଷରେ ପାଦ ଦେବା ପରେ ୧୪ ବର୍ଷ ହେଲା ଜାଣିଥିବା ଆରତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆରତୀ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ ହେଁ ପ୍ରାଥମିକ ପର୍ଯ୍ୟାୟରେ ଉଭୟଙ୍କ ଘର ଲୋକ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ସମୟକ୍ରମେ ପରିବାର ଲୋକଙ୍କ ମନ ତରଳି ଥିଲା। ଶେଷରେ ୨୦୦୪ରେ ଉଭୟ ବିବାହ କରିଥିଲେ। ଦିବଗଂତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବାସଭବନରେ ସେହୱାଗଙ୍କ ବିବାହ ହୋଇଥିଲା। 

Aratiସେହୱାଗ ଓ ଆରତୀ

୯ ବର୍ଷ ପରେ ଅଲଗା ହୋଇଥିଲେ ଧୱନ ଓ ଆୟେଶା

ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ଦୀର୍ଘ ୯ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା। ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ଶିଖର ଧୱନ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ। ଧୱନ ସମସ୍ତଙ୍କୁ ଆପଣାଇ ନେଇଥିଲେ। ଧୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛନ୍ତି। ତାଙ୍କ ନାଁ ଜୋରାଭର। ୨୦୧୨ରେ ଧୱନ ଓ ଆୟେଶା ବିବାହ କରିବା ପରେ ୨୦୧୪ରେ ଦମ୍ପତିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ।

Shikarପୁଅ ଓ ପତ୍ନୀଙ୍କ ସହ ଶିଖର ଧୱନ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ୪୬ ବର୍ଷ। ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ଆୟେଶାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କର ପ୍ରଥମ ଝିଅ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଆଲିଆ। ୨୦୦୫ରେ ତାଙ୍କର ରେହା ନାଁରେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ।

ନିକଟରେ ଅଲଗା ହୋଇଥିଲେ ହାର୍ଦ୍ଦିକ ଓ ନତାଶା

ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବିୟାର ମଡେଲ ନାତାଶାଙ୍କୁ ୨୦୨୦ରେ କରୋନା ଲକଡାଉନ ବେଳେ ପ୍ରେମ ବିବାହ କରିଥିଲେ। ହେଲେ ୪ ବର୍ଷର ବାହାଘର ପରେ ପାଣ୍ଡ୍ୟା ଓ ନତାଶା ଅଲଗା ହୋଇଯାଇଥିଲେ। ସେମାନଙ୍କର ଅଗସ୍ତ୍ୟ ନାଁରେ ଗୋଟିଏ ପୁତ୍ର ସନ୍ତାନ ରହିଛନ୍ତି। ନତାଶା ହେଉଛନ୍ତି ଜଣେ ସର୍ବିୟାନ ମଡେଲ। ୨୦୧୨ରେ ସେ ଭାରତ ଆସିଥିଲେ। ସେ ପ୍ରକାଶ ଝାଙ୍କ ସତ୍ୟଗ୍ରହ ଫିଲ୍ମରେ ଥିବା ଆଇଟମ ସଙ୍ଗରେ ପ୍ରଥମେ ନଜର ଆସିଥିଲେ। ଏହାପରେ ସେ ବିଗ୍‌ ବସ୍‌ ସିଜିନ ୮ ଓ ନଚ ବଲିଏ ନାମକ ରିୟଲିଟି ଶୋ’ରେ ନିଜର ଜଲୱା ଦେଖାଇଥିଲେ।

Hardikହାର୍ଦ୍ଦିକ ଓ ନତାଶା

ଏସବୁ ଭିତରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନାତାଶା ପରସ୍ପରର ପ୍ରେମରେ ପଡ଼ିଥିଲେ। ଦୀର୍ଘଦିନର ଦିନ ଉଭୟ ପରସ୍ପରକୁ ଡେଟ କରିବା ପରେ ପ୍ରଥମେ ୨୦୨୦ ଜାନୁଆରୀ ୧ ନିର୍ବନ୍ଧ ଓ ପରେ ମେ ୩୧ରେ ବିବାହ କରିଥିଲେ। ଏହାପରେ ଜୁଲାଇ ୩୦ରେ ଉଭୟ ପୁତ୍ର ସନ୍ତାନ ଅଗସ୍ତ୍ୟକୁ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story