Advertisment

ପୁଣି ଚୌକା-ଛକା ବର୍ଷା କରିବେ ସେହ୍ୱାଗ ଓ ଯୁବରାଜ

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍ ଆଫ୍ରିଦି, ମହମ୍ମଦ ୟୁସୁଫ, ଶ୍ରୀଲଙ୍କାର ସନତ ଜୟସୂର୍ଯ୍ୟା ଓ ମୁଥିଆ ମୁରଲିଧର। ଏହି ସବୁ ଖେଳାଳିଙ୍କୁ ନେଇ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ସଂସ୍କରଣ। ଏହି ଲିଗ୍ ଜାନୁଆରୀ ୨୦ ତାରିଖରୁ ଓମାନରେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗରେ ଅନ୍ତର୍ଜାତୀୟ କ୍ରିକେଟରୁ […]

ପୁଣି ଚୌକା-ଛକା ବର୍ଷା କରିବେ ସେହ୍ୱାଗ ଓ ଯୁବରାଜ

viru-and-yuvi

Advertisment

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ୍ ମଇଦାନରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍ ଆଫ୍ରିଦି, ମହମ୍ମଦ ୟୁସୁଫ, ଶ୍ରୀଲଙ୍କାର ସନତ ଜୟସୂର୍ଯ୍ୟା ଓ ମୁଥିଆ ମୁରଲିଧର। ଏହି ସବୁ ଖେଳାଳିଙ୍କୁ ନେଇ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ସଂସ୍କରଣ। ଏହି ଲିଗ୍ ଜାନୁଆରୀ ୨୦ ତାରିଖରୁ ଓମାନରେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସା୨ରିଥିବା କିମ୍ବଦନ୍ତୀ କ୍ରିକେଟର୍ ଭାଗ ନେବେ। ମ୍ୟାଚ୍ ଗୁଡ଼ିକ ଓମାନର ଅଲ୍ ଏମିରେଟ୍ସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ନିକଟରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ହଟିଥିବା ରବି ଶାସ୍ତ୍ରୀ ଏହି ଲିଗର କମିଶନର ଅଛନ୍ତି।

Advertisment

ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ତିନୋଟି ଟିମ୍ ଭାଗ ନେବେ। ଏଥିରେ ଭାରତର ପ୍ରତିନିଧିତ୍ୱ କରିବ ଇଣ୍ଡିଆ ମହାରାଜ ଟିମ୍। ଏହି ଟିମରେ ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍, ଏସ୍ ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନି, ବେଣୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ୍ ଭଣ୍ଡାରୀ ଖେଳିବେ। ବାକି ଦୁଇଟି ଟିମ୍ ଏସିଆ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ରହିବେ।

ଏସିଆର ପ୍ରତିନିଧିତ୍ୱ କରିବ ଏସିଆ ଲାୟନ୍ସ। ଏଥିରେ ଶୋଏବ ଅଖତର, ଶାହିଦ୍ ଆଫ୍ରିଦି, ସତନ ଜୟସୂର୍ଯ୍ୟା, ମୁଥିଆ ମୁରଲିଧରନ, ଚାମିନ୍ଦା ଭାସ, ରମେଶ କାଲୁୱିଥରାଣା, ତିଲକରତ୍ନେ ଦିଲସାନ, ଆଝାର ମେହମୁଦ୍, ଉପୁଲ ଥରଙ୍ଗା, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ମହମ୍ମଦ ୟୁସୁଫ୍, ଉମର୍ ଗୁଲ୍ ଓ ଅସଗର ଆଫଗାନ୍ ରହିଛନ୍ତି। ତେବେ ଏପର୍ଯ୍ୟନ୍ତ ରେଷ୍ଟ ଅଫ୍ ୱାର୍ଲ୍ଡ ଟିମର ଖେଳାଳିଙ୍କ ନାଁ ଘୋଷଣା ହୋଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe