Advertisment

ଭିଭିଏସ୍ ଲକ୍ଷ୍ମଣ ଟିମ ଇଣ୍ଡିଆର ମଧ୍ୟବର୍ତ୍ତୀକାଳୀନ କୋଚ ନିଯୁକ୍ତ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତରେ ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ଭିଭିଏସ୍ ଲକ୍ଷ୍ମଣ। ଖେଳାଳିଙ୍କୁ ଦେବେ ମାର୍ଗ ଦର୍ଶନ। ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟବର୍ତ୍ତୀକାଳୀନ କୋଚ ଭାବେ ନିଯୁକ୍ତି ମିଳିଛି। କୋଭିଡ୍‌ ଯୋଗୁ ରାହୁଲ ଦ୍ରାବିଡ଼ ବିଶ୍ରାମ ନେଇଥିବାରୁ ତାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ଭିଭିଏସ ଲକ୍ଷ୍ମଣ।  ଜିମ୍ବାୱେ ଗସ୍ତରେ ଲକ୍ଷ୍ମଣ ଭାରତର ପ୍ରଶିକ୍ଷଣ ଦେଇଥିଲେ । ଯେଉଁଠାରେ ଭାରତୀୟ ଦଳ ଆୟୋଜକ ଜିମ୍ବାୱେକୁ ୩-୦ ରେ ପରାସ୍ତ କରିଥିଲା। ଏଥିରେ […]

ଅଦ୍ୟତନ ହୋଇଛି
'ଧୋନିଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇନାହିଁ'

VVS-Laxman

Advertisment

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତରେ ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ଭିଭିଏସ୍ ଲକ୍ଷ୍ମଣ। ଖେଳାଳିଙ୍କୁ ଦେବେ ମାର୍ଗ ଦର୍ଶନ। ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟବର୍ତ୍ତୀକାଳୀନ କୋଚ ଭାବେ ନିଯୁକ୍ତି ମିଳିଛି। କୋଭିଡ୍‌ ଯୋଗୁ ରାହୁଲ ଦ୍ରାବିଡ଼ ବିଶ୍ରାମ ନେଇଥିବାରୁ ତାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ଭିଭିଏସ ଲକ୍ଷ୍ମଣ।  ଜିମ୍ବାୱେ ଗସ୍ତରେ ଲକ୍ଷ୍ମଣ ଭାରତର ପ୍ରଶିକ୍ଷଣ ଦେଇଥିଲେ । ଯେଉଁଠାରେ ଭାରତୀୟ ଦଳ ଆୟୋଜକ ଜିମ୍ବାୱେକୁ ୩-୦ ରେ ପରାସ୍ତ କରିଥିଲା। ଏଥିରେ  ଶୁବମାନ ଗିଲ ଚମତ୍କାର ବ୍ୟାଟିଂ ଯାଦୁ ଦେଖାଇଥିଲେ।

Advertisment

ଏସିଆ କପ୍ ପାଇଁ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଭଳି ଦମଦାର ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ତେବେ ଭାରତର ଦୁଇ ଅଗ୍ରଣୀ ପେସ ବୋଲର ଜସପ୍ରୀତ ବୁମରା ଏବଂ ହର୍ଷଲ ପଟେଲ ଆହତ ଯୋଗୁ ଏଥିରେ ଅଂଶଗ୍ରହଣ କରୁ ନାହାନ୍ତି। ୟୁଏଇରେ ଖେଳାଯିବାକୁ ଥିବା ଏସିସି ଏସିଆ କପ୍ -୨୦୨୨ପାଇଁ ଭିଭିଏସ୍ ଲକ୍ଷ୍ମଣ ମଧ୍ୟବର୍ତ୍ତୀ ହେଡ୍ କୋଚ୍ ହେବା ନେଇ ବିସିସିଆଇ ପ୍ରକାଶ କରିଛି। ଜିମ୍ବାୱେରେ ଦିନିକିଆ ସିରିଜରେ ଦୃଢ଼ ନେତୃତ୍ୱ ନେଇଥିବା ଲକ୍ଷ୍ମଣଙ୍କ ତତ୍ତ୍ୱବଧାନରେ ଟିମଣ୍ଡିଆ ଏସିଆ କପ୍ ପାଇଁ ପ୍ରସ୍ତୁତି କରିବ। ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଦଳର ପ୍ରସ୍ତୁତି ତଦାରଖ କରିବେ ଲକ୍ଷ୍ମଣ ।

ୟୁଏଇ ଯିବା ପୂର୍ବରୁ  କୋଭିଡ୍‌ ପରୀକ୍ଷା କରିଥିଲେ ରାହୁଲ । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କୋଭିଡ ନେଗେଟିଭ ରିପୋର୍ଟ ଆସିଲା ପରେ ରାହୁଲ ଦ୍ରାବିଡ଼ ପୁଣି ଥରେ ଯୋଗ ଦେବେ। ଏ ସମ୍ପର୍କରେ ବିସିସିଆ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe