Advertisment

ନିଜର କମବ୍ୟାକ୍‌କୁ ନେଇ ବଡ଼ ବୟାନ ଦେଲେ ଏବି ଡିଭିଲିୟର୍ସ

ଏବେ ସେ ନିଜର କମବ୍ୟାକ୍‌ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଯଦି ସେ ପଡ଼ିଆକୁ ଫେରିବେ, ତା’ହେଲେ ସୂର୍ଯ୍ୟ କୁମାର ଯାଦବ ଓ ବିରାଟ କୋହଲିଙ୍କ ସହ ପ୍ରତିଯୋଗିତା କରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।

ABD

ABD

Advertisment

ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ ହଠାତ୍‌ ୨୦୨୧ରେ ଅବସର ଘୋଷଣା କରିଥିଲେ ହେଁ ସେ ପୁଣି ପଡ଼ିଆକୁ ଫେରିବା ପାଇଁ ଆଗ୍ରହ ଦେଖାଇଛନ୍ତି। ମିଷ୍ଟର ୩୬୦ ଡିଗ୍ରୀ ନାଁରେ ପରିଚିତ ଏବିଡି କିଛି ଦିନ ତଳେ ପୁଣି କ୍ରିକେଟକୁ ଫେରିବେ ବୋଲି ସଙ୍କେତ ଦେଇଥଲେ।

Advertisment

ଏବେ ସେ ନିଜର କମବ୍ୟାକ୍‌ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ଯଦି ସେ ପଡ଼ିଆକୁ ଫେରିବେ, ତା’ହେଲେ ସୂର୍ଯ୍ୟ କୁମାର ଯାଦବ ଓ ବିରାଟ କୋହଲିଙ୍କ ସହ ପ୍ରତିଯୋଗିତା କରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।

ଦୀର୍ଘ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରହିବା ବେଳେ ଡିଭିଲିୟର୍ସ ୩ ଥର ଦିନିକିଆରେ ଆଇସିସି ପ୍ଲେୟାର ଅଫ ଦି ଇୟର ପୁରସ୍କାର ଜିତିଥିଲେ। ୨୦୧୯ରେ ୱିସଡନର ଫାଇଭ କ୍ରିକେଟର୍ସ ଅଫ ଦି ଡିକେଡ ବା ଶତାବ୍ବୀର ଶ୍ରେଷ୍ଠ କ୍ରିକେଟର ଆଖ୍ୟା ତାଙ୍କୁ ମିଳିଥିଲା। ଟେଷ୍ଟରେ ସେ ୨୨ ଶତକ ଓ ୪୬ ଅର୍ଦ୍ଧଶତକ ସହ ୮ ହଜାରରୁ ଅଧିକ ରନ କରିଛନ୍ତି।

Advertisment

ଦିନିକିଆରେ ସେ ୯ ହଜାରରୁ ଅଧିକ ଓ ଟି-୨୦ରେ ୧୫ଶହରୁ ଅଧିକ ରନ କରିଛନ୍ତି। ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ(୧୬ ବଲ), ଶତକ(୩୧ ବଲ) ଓ ୧୫୦ ରନ(୬୪ ବଲ) କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ଏହାବାଦ ସେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ଦ୍ରୁତତମ ବ୍ୟାଟର ଭାବେ ଶତକ ଓ ଟି-୨୦ରେ ଅର୍ଦ୍ଧଶତକ ହାସଲ ମଧ୍ୟ କରିଛନ୍ତି।

ଏବେ ସେ ଗୋଟିଏ ସାକ୍ଷାତକାରରେ ନିଜ କମବ୍ୟାକ୍‌ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, “ନିଶ୍ଚିତ। ମୁଁ ଏବେ ବି କ୍ରିକେଟ ଖେଳିପାରିବି। କିନ୍ତୁ ସେହି ଡ୍ରାଇଭ ଆଉ ନାହିଁ। ସବୁବେଳେ ଶ୍ରେଷ୍ଠତା ଦେଖାବା ଉଚିତ। ମୁଁ ଯଦି ଫେରୁଛି, ମୁଁ ଶ୍ରେଷ୍ଠ ହେବାକୁ ଚାହିଁବି।

ମୁଁ ସୂର୍ଯ୍ୟ କୁମାର ଓ କୋହଲିଙ୍କ ସହ ପ୍ରତିଯୋଗିତା କରିବି। ମୋ କ୍ୟାରିୟର ଶେଷ ବେଳକୁ ନିଶ୍ଚିତ ଭାବେ ମୁଁ ବହୁତ କ୍ରିକେଟ ଖେଳି ନଥିଲି। ଇମ୍ପାକ୍ଟ ଖେଳାଳି ନିୟମ ଆସିବା ପରେ ଅନେକ ଖୁସି ହୋଇଛନ୍ତି। ଏହା ଖେଳାଳିଙ୍କ କ୍ୟାରିୟରକୁ ଆହୁରି ବଢ଼ାଇ ଦେବ।

କିନ୍ତୁ ମୁଁ କେବେ ହେଲେ ଏମିତି କରିପାରିବି ନାହିଁ। ମୁଁ କେବେ ହେଲେ ବର୍ଷକରେ ୨ରୁ ୩ ମାସ ଖେଳି ପାରିବି ନାହିଁ। କାରଣ ମୁଁ ବିଶ୍ୱରେ ବେଷ୍ଟ ହେବାକୁ ଚାହେଁ। ଆପଣ ବର୍ଷକୁ ୨ରୁ ୩ ମାସ ଖେଳି କେବେ ହେଲେ ଏମିତି ହୋଇପାରିବେ ନାହିଁ। କୌଣସି ସୁଯୋଗ ହିଁ ନାହିଁ। ହଁ, ଆପଣ ୯ ମାସ ଅଭ୍ୟାସ କରିପାରିବେ। ହେଲେ ପଡ଼ିଆରେ ମ୍ୟାଚ୍‌ ନ ଖେଳି ବଡ଼ ପ୍ରତିଯୋଗିତାରେ ଭାଗ ନେବା ସମ୍ଭବ ନୁହେଁ। ସୁଯୋଗ ଓ ସବୁ କିଛି ଆକଳନ କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ଚାହିଁବି।” 

Cricket AB De Villiers South Africa RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe