Advertisment

ପାକିସ୍ତାନ ବୋଲରଙ୍କୁ ପ୍ରବଳ ଧୋଇଲେ ୱାର୍ଣ୍ଣର ଓ ମାର୍ଶ

ପାକିସ୍ତାନର କୌଣସି ବୋଲର ସେମାନଙ୍କ ଆକ୍ରମଣରୁ ବର୍ତ୍ତି ପାରି ନାହାନ୍ତି। ବିଶେଷ କରି ଦ୍ରୁତ ବୋଲର ହାରିଶ ରୌଫ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି।

Warner

Warner

Advertisment

ବିଶ୍ୱକପରେ ପାକିସ୍ତାନ ବୋଲରଙ୍କୁ ପ୍ରବଳ ଧୋଇଛନ୍ତି ଅଷ୍ଟ୍ରେଲିଆର ଦୁଇ ଓପନର ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ। ବେଙ୍ଗାଲୁରୁରେ ଖେଳା ଯାଉଥିବା ପାକିସ୍ତାନ ବିନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାବର ଆଜାମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ବ୍ୟାଟରଙ୍କ ଭୂସ୍ୱର୍ଗ କୁହାଯାଉଥିବା ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୱାର୍ଣ୍ଣର ଓ ମାର୍ଶଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି। ଆରମ୍ଭରୁ ହିଁ ଦୁଇ ଜଣ ଯାକ ଆଟାକିଂ କ୍ରିକେଟ ଖେଳିବା ଜାରି ରଖିଛନ୍ତି।

Advertisment

ପାକିସ୍ତାନର କୌଣସି ବୋଲର ସେମାନଙ୍କ ଆକ୍ରମଣରୁ ବର୍ତ୍ତି ପାରି ନାହାନ୍ତି। ବିଶେଷ କରି ଦ୍ରୁତ ବୋଲର ହାରିଶ ରୌଫ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି।

ସେ ପ୍ରଥମ ଓଭର୍‌ରେ ହିଁ ୨୪ ରନ ଖର୍ଚ୍ଚ କରିଥିଲେ। ତାଙ୍କୁ ୱାର୍ଣ୍ଣର ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିବା ବେଳେ ସମାନ ଓଭର୍‌ରେ ମାର୍ଶ ହ୍ୟାଟ୍ରିକ ଚୌକା ହାସଲ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ରୌପ ଏଯାଏ ୩ ଓଭର ବୋଲିଂ କରିଥିବା ବେଳେ ୪୯ ରନ ଦେଇ ସାରିଲେଣି।

Advertisment

ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ଜାରି ରଖିବା ସହ ୩୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ମାର୍ଶ ମଧ୍ୟ ସମାନ ୩୯ ବଲରେ ନିଜର ୫୦ ପୂରଣ କରିଛନ୍ତି। ଏହା ବିଶ୍ୱକପରେ ମାର୍ଶଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଦୁଇ ବ୍ୟାଟର ଏବେ ସେଟ୍‌ ହୋଇଯିବାରୁ ବଡ଼ବଡ଼ ଶଟ ଖେଳିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୧୫ ଓଭର୍‌ରେ ୧୨୮ ରନ କରି ନେଇଛି। ୱାର୍ଣ୍ଣର ୪୭ ବଲରେ ୬୩ ଓ ମାର୍ଶ ୪୩ ବଲରେ ୫୬ ରନ କରି ବ୍ୟାଟିଂ କରୁଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe