Advertisment

କ୍ରମାଗତ ଦ୍ୱିତୀୟ ଶତକ ପରେ ୱାର୍ଣ୍ଣର ଆଉଟ୍‌

ୱାର୍ଣ୍ଣର ନୁହନ୍ତି, ଷ୍ଟିଭ ସ୍ମିଥ ଓ ମାର୍ନସ ଲାବୁଶାନେ ମଧ୍ୟ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେଣୁ ଅଷ୍ଟ୍ରେଲିଆ ଗୋଟିଏ ବଡ଼ ସ୍କୋର ଅଭିମୁଖେ ଯିବାକୁ ଲକ୍ଷ୍ୟ ରଖିଛି।

warner

warner

Advertisment

ପାକିସ୍ତାନ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଷ୍ଟ୍ରେଲିଆର ଓପନର ଡାଭିଡ ୱାର୍ଣ୍ଣର ଆଜି ନେଦରଲ୍ୟାଣ୍ଡ୍ସ ବୋଲରଙ୍କୁ ପ୍ରବଳ ପିଟିଛନ୍ତି। ସେ ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଶତକ ବି ହାସଲ କରିଛନ୍ତି।

Advertisment

ପାକିସ୍ତାନ ବିପକ୍ଷରେ ସେ ୧୬୩ ରନର ଇନିଂସ ଖେଳିଥିଲେ। ଆଜି ସେ ୯୧ ବଲରେ ଚୌକା ମାରି ଶତକ ପୂରଣ କରିଛନ୍ତି। କିନ୍ତୁ ଏହାକୁ ସେ ଆଉ ଅଧିନକ ଆଗକୁ ନେଇ ପାରିନାହାନ୍ତି। ସେ ୯୩ ବଲରେ ୧୦୪ ରନ କରି ଭାନ ବୀକଙ୍କ ବଲରେ ଆଉଟ ହୋଇଛନ୍ତି। 

କେବଳ ୱାର୍ଣ୍ଣର ନୁହନ୍ତି, ଷ୍ଟିଭ ସ୍ମିଥ ଓ ମାର୍ନସ ଲାବୁଶାନେ ମଧ୍ୟ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେଣୁ ଅଷ୍ଟ୍ରେଲିଆ ଗୋଟିଏ ବଡ଼ ସ୍କୋର ଅଭିମୁଖେ ଯିବାକୁ ଲକ୍ଷ୍ୟ ରଖିଛି।

Advertisment

ଦିଲ୍ଲୀରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୮ ରନରେ ପ୍ରଥମ ୱିକେଟ ହରାଇଥିଲେ। ମିଚେଲ ମାର୍ଶ(୯)ଙ୍କୁ ଆଉଟ କରି ଭାନ ବୀନ ଡଚ ଟିମକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ସ୍ମିଥ ଓ ୱାର୍ଣ୍ଣର ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଦଳୀୟ ସ୍କୋର ୧୬୦ ଥିବା ବେଳେ ବ୍ୟକ୍ତିଗତ ୭୧ ରନ କରି ସ୍ମିଥ ଆଉଟ ହୋଇଥିଲେ। ତାଙ୍କ ୱିକେଟ ଆର୍ଯ୍ୟନ ଦତ୍ତ ନେଇଛନ୍ତି। ଆଜି ଲାବୁଶାନେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୭ ବଲରେ ୬୨ କରି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ୱିକେଟ  ବାସ୍‌ ଡେ ଲିଡେଙ୍କ ଖାତାକୁ ଯାଇଛି। 

ଲାବୁଶାନେଙ୍କ ପରେ ଆସିଥିବା ଜୋଶ ଇଙ୍ଗଲିସ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ଲିଡେ ତାଙ୍କୁ ୧୪ ରନରେ ଆଉଟ କରିଦେଥିଲେ। ଦଳୀୟ ସ୍କୋର ୨୬୭ ହୋଇଥିବା ବେଳେ ୱାର୍ଣ୍ଣର ୬କା ମାରିବାକୁ ଯାଇ ଫାଇନଲେଗ ଅଞ୍ଚଳରେ ଧରା ପଡ଼ିଯାଇଥିଲେ। ଆଜି ୱାର୍ଣ୍ଣର ୧୧ଟି ଚୌକା ଓ ୩ଟି ଛକା ମାରିଛନ୍ତି। 

CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe