Advertisment

ୱାର୍ଣ୍ଣର ଓ ମାର୍ଶଙ୍କ ଶତକ, ଅଡ଼ୁଆରେ ପାକିସ୍ତାନ

ଉଭୟ ଆଜି ଆରମ୍ଭରୁ ହିଁ ପାକିସ୍ତାନ ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଥିଲେ। ଉଭୟ ସମାନ ୩୯ଟି ଲେଖାଏ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ଖୋଲା ଶଟ ମାରିବା ଆରମ୍ଭ କରିଥିଲେ। ଏଯାଏ ବିଶ୍ୱକପରେ ୱାର୍ଣ୍ଣର କିମ୍ବା ମାର୍ଶ କେହି ବି ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ।

author-image
Hemant Lenka
warner

warner

ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ ମାର୍ଶ ଓ ଡାଭିଡ ୱାର୍ଣ୍ଣର ଶତକ ହାସଲ କରିଛନ୍ତି। ୱାର୍ଣ୍ଣର ୮୫ ବଲରେ ଶତକ ହାସଲ କରିଥିବା ବେଳେ ମାର୍ଶ ୧୦୦ ବଲରେ ୧୦୦ ରନ ପୂରଣ କରିଛନ୍ତି।

Advertisment

ଉଭୟ ଆଜି ଆରମ୍ଭରୁ ହିଁ ପାକିସ୍ତାନ ବୋଲରଙ୍କୁ କଡ଼ା ପ୍ରହାର କରି ଚାଲିଥିଲେ। ଉଭୟ ସମାନ ୩୯ଟି ଲେଖାଏ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ଖୋଲା ଶଟ ମାରିବା ଆରମ୍ଭ କରିଥିଲେ। ଏଯାଏ ବିଶ୍ୱକପରେ ୱାର୍ଣ୍ଣର କିମ୍ବା ମାର୍ଶ କେହି ବି ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ।

କିନ୍ତୁ ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ବ୍ୟାଟର ନିଜ ନିଜର ଜଲୱା ଦେଖାଇଛନ୍ତି। ସେମାନେ କେବଳ ନିଜର ନିଜର ଶତକ ଆସଲ କରି ନାହାନ୍ତି। ବରଂ ଅଷ୍ଟ୍ରେଲିଆକୁ ଗୋଟିଏ ବିଶାଳ ସ୍କୋର ଅଭିମୁଖେ ନେବାରେ ଲାଗିଛନ୍ତି। ମାର୍ଶ ଓ ୱାର୍ଣ୍ଣରଙ୍କ ଆଟାକରେ ପାକିସ୍ତାନର ବୋଲିଂ ବାହିନୀ ଛିନଛତ୍ର ହୋଇଯାଇଛି। 

Advertisment

ବିଶେଷ କରି ଶତକ ହାସଲ କରିବା ପରେ ମାର୍ଶ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ୩ ଓଭର୍‌ରେ ୪୯ ରନ ଦେଇଥିବା ହାରିଶ ରୌଫଙ୍କୁ ମାର୍ଷ ୩୨ତମ ଓଭର୍‌ର ତୃତୀୟ ବଲରେ ଛକା ମାରିଛନ୍ତି। ୱାର୍ଣ୍ଣର ମଧ୍ୟ ଶଟ ମାରିବାକୁ ଆଦୌ ପଛ ଘୁଞ୍ଚା ଦେଉ ନାହାନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ଅଷ୍ଟ୍ରେଲିଆ ୩୨.୨ ଓଭର୍‌ରେ ବିନା କୌଣସି ୱିକେଟ ହୀରାଇ ୨୩୧ ରନ ନେଇଛି। ମାର୍ଶ ୧୦୪ ବଲରେ ୧୦୯ ଓ ୱାର୍ଣ୍ଣର ୯୦ ବଲରେ ୧୦୯ କରି ଅପରାଜିତ ରହିଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023