Advertisment

ନ୍ୟୁଜିଲ୍ୟାଣ୍ଡକୁ ୨୩୫ରେ ଅଲଆଉଟ କଲେ ଜାଡେଜା ଓ ୱାଶିଂଟନ

ଦଳ ପାଇଁ ୱିଲ ୟଙ୍ଗ ଓ ଡାରେଲ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କ୍ୱିୱି ଟିମ ବଡ଼ ସ୍କୋର କରିବାରେ ବିଫଳ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Jadeja

Jadeja

ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ହାରି ସାରିଥିବା ଘରୋଇ ଟିମ ଭାରତ ଆଜି ଶେଷ ମ୍ୟାଚ୍‌ରେ ବୋଲିଂରେ ଯାଦୁ ଦେଖାଇଛି। ମୁମ୍ବାଇର ୱାଙ୍ଖେଡେରେ ଆରମ୍ଭ ହୋଇଥିବା ଶେଷରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୩୫ ରନ କରିଛି।

Advertisment

ଦଳ ପାଇଁ ୱିଲ ୟଙ୍ଗ ଓ ଡାରେଲ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କ୍ୱିୱି ଟିମ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଭ୍ରମଣକାରୀ ଦଳକୁ ଟିମ ଇଣ୍ଡିଆର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଘାଇଲା କରିଛନ୍ତି।

ଜାଡେଜା ଏକାକୀ ୫ ୱିକେଟ ନେଇଥିବା ବେଳେ ସୁନ୍ଦର ୪ଟି ସଫଳତା ପାଇଛନ୍ତି। ସେହିପରି ଗୋଟିଏ ୱକେଟ ଆକାଶ ଦୀପଙ୍କ ଖାତାକୁ ଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ଜାଜେଡାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ୬୫ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି। 

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଆକାଶ ଦୀପ ୧୫ ରନରେ ପ୍ରଥମ ଝଟକା ଦେଇଥିଲେ। ସେ ଡେଭନ କନୱେ(୪)ଙ୍କୁ ଆଉଟ କରିଥିଲେ। ଅଧିନାୟକ ଟମ ଲାଥମ ଭଲ ଲୟରେ ଥିଲେ ହେଁ ୨୮ ରନ କରି ୱାଶିଂଟନଙ୍କ ପ୍ରଥମ ଶିକାର ବନିଥିଲେ। ରଚିନ ରବୀନ୍ଦ୍ର ମାତ୍ର ୫ ରନ କରି ୱାଶିଂଟନଙ୍କ ଦ୍ୱିତୀୟ ଶିକାର ବନିଥିଲେ। 

ଲଞ୍ଚ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇ ୯୨ ରନ କରିଥିଲା। ଲଞ୍ଚ ପରେ ୟଙ୍ଗ ଓ ମିଚେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳ ସ୍କୋରୁ ୭୨ରୁ ନେଇ ୧୫୯ରେ ପହଞ୍ଚାଇ ଦେଇଥିଲେ। ୟଙ୍ଗଙ୍କ ବ୍ୟାଟରୁ ମଧ୍ୟ ଜବରଦସ୍ତ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। କିନ୍ତୁ ଦଳୀୟ ସ୍କୋର ୧୫୯ ଥିବା ବେଳେ ଜାଡେଜା ଏହି ଭାଗିଦାରୀକୁ ଭାଙ୍ଗି ଥିଲେ। ସେ ୭୧ ରନ କରିଥିବା ୟଙ୍ଗଙ୍କୁ ଆଉଟ କରି ଭାରତକୁ ୪ର୍ଥ ସଫଳତା ଦେଇଥିଲେ। 

ସମାନ ଓଭରରେ ଟମ ବ୍ଲଣ୍ଡେଲ ଖାତା ଖୋଲିବା ପୂର୍ବରୁ ଜାଡେଜାଙ୍କ ଶିକାର ବନିଥିଲେ। ଟି ଟାଇମ ପୂର୍ବରୁ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଅନ୍ୟପଟେ ଥିବା ଗ୍ଲେନ ଫିଲିପ୍ସ(୧୭)ଙ୍କୁ ଜାଡେଜା ବୋଲ୍ଡ କରି ଦେଇଥିଲେ। ଟି ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ ହରାଇ ୧୯୨ ରନ କରିଥିଲା। 

ଟି ବ୍ରେକରୁ ଫେରିବା ପରେ ମିଚେଲ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ଅନ୍ୟ କୌଣସି ବ୍ୟାଟର ସାଥ ଦେଇ ନଥିଲେ। ଈଶ ଶୋଢ଼ି ମାତ୍ର ୭ ରନ କରି ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ସମାନ ଓଭରରେ ସେ ମ୍ୟାଟ ହେନରୀ(୦)ଙ୍କୁ ମଧ୍ୟ ବୋଲ୍ଡ କରିଥିଲା। ଏହି ସଫଳତା ସହ ସେ ଟେଷ୍ଟ କ୍ୟାରିୟରରେ ଆଉ ଏକ ୫ ୱିକେଟ ସଫଳତା ହାସଲ କରିଥିଲେ। 

ନ୍ୟୁଜିଲ୍ୟାଣ୍ଡ ୨୧୦ରେ ୮ଟି ୱିକେଟ ହରାଇ ସାରିଥିଲେ ହେଁ ମିଚେଲ କାଉଣ୍ଟର ଆଟାକ ଜାରି ରଖିଥିଲେ। କିନ୍ତୁ ଏହାକୁ ବେଶୀ ଲମ୍ବା କରିବାକୁ ଦେଇ ନଥିଲେ ୱାଶିଂଟନ। ସେ ୮୨ ରନ କରିଥିବା ମିଚେଲଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ୯ମ ଝଟକା ଦେଇଥିଲେ। ଏଜାଜ ପଟେଲ ଗୋଟିଏ ଛକା ମାରିଥିଲେ ହେଁ ତାଙ୍କୁ ଆଉଟ କରି ୱାଶିଂଟନ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

Indian Cricket Team Test Cricket Test Match