Advertisment

୧୩୨୫ ଦିନ ପରେ ୱାଶିଂଟନଙ୍କ ‘ସୁନ୍ଦର’ ପ୍ରତ୍ୟାବର୍ତ୍ତନ

ୱାଶିଂଟନ ସୁନ୍ଦର ଶେଷଥର ପାଇଁ ୨୦୨୧ ମାର୍ଚ୍ଚରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଅହମଦାବାଦ ଟେଷ୍ଟରେ ସେ ନଜର ଆସିଥିଲେ।

Washington Sundar

Washington Sundar

Advertisment

୩ ଦିନ ତଳେ ୱାଶିଂଟନ ସୁନ୍ଦର ଭାରତୀୟ ଟେଷ୍ଟ ସ୍କ୍ୱାଡର ସଦସ୍ୟ ନଥିଲେ। ସେ ରଣଜୀ ଟ୍ରଫିରେ ବ୍ୟସ୍ତ ରହିବା ସହ ଦିଲ୍ଲୀ ବିପକ୍ଷରେ ଗୋଟିଏ ଶତକ ହାସଲ କରିଥିଲେ। ଏହାବାଦ ୨ଥର ୩ଟି ଲେଖାଏ ୱିକେଟ ନେଇଥିଲେ। ଭାରତ ଇତି ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପ୍ରଥମ ଟେଷ୍ଟ ହାରି ସାରିଥିଲା।

Advertisment

ସମସ୍ତଙ୍କୁ ଚକିତ କରି ସ୍କ୍ୱାଡରେ ଅତିରିକ୍ତ ସ୍ପିନର ଭାବେ ୱାଶିଂଟନକୁ ସାମିଲ କରାଯାଇଥିଲା। ଆଜି ଯେତେବେଳେ ପୁଣେରେ ଟସ୍‌ ପଡ଼ିଲା ସେତେବେଳେ ସମସ୍ତେ ଜାଣିଲେ ଯେ ସ୍କ୍ୱାଡରେ ନଥିବା ୱାଶିଂଟନ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ପ୍ରଥମ ଟେଷ୍ଟରେ ଖେଳିଥିବା କୁଲଦୀପ ଯାଦବ ଓ ବେଞ୍ଚରେ ସୁଯୋଗ ଅପେକ୍ଷାରେ ଥିବା ଅକ୍ଷର ପଟେଲଙ୍କ ବଦଳରେ ୱାଶିଂଟନଙ୍କୁ ହଠାତ୍‌ ସୁଯୋଗ ମିଳିବା ଘଟଣାକୁ ସମସ୍ତେ ନାପସନ୍ଦ କରିଥିଲେ।

ହେଲେ ସେ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିବା ସହ ୭ ୱିକେଟ ଦଖଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ତାଙ୍କର ଘାତକ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ କେବଳ ୨୫୯ ରନ କରି ଅଲଆଉଟ ହୋଇଯାଇଛି।

Advertisment

୭ ବ୍ୟାଟରଙ୍କୁ ମଧ୍ୟରୁ ୱାଶିଙ୍କ ବଲରେ ୫ ଜଣ ବୋଲ୍ଡ ହୋଇଥିବା ବେଳେ ଜଣେ LBW ଓ ଆଉ ଜଣେ କ୍ୟାଚ ଆଉଟ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ପ୍ରଥମ ୩ଟି ୱିକେଟ ରବି ଅଶ୍ୱିନ ନେଇଥିବା ବେଳେ ବାକି ୭ ୱିକେଟ ୱାଶିଙ୍କ ଖାତାକୁ ଯାଇଛି।

ୱାଶି ଓ ଅଶ୍ୱିନ ସମ୍ଭବତଃ ଯୋଡ଼ି ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନଜର ଆସି ପାରନ୍ତି। କିନ୍ତୁ ଏବେ ଭାରତ ଘରୋଇ ମାଟିରେ କ୍ରମାଗତ ୧୮ତମ ସିରିଜ ଜିତିବାକୁ ସଂଘର୍ଷ କରୁଛି। ତେବେ ଏଥିରେ ୱାଶିଂଟନ ସୁନ୍ଦର ଦମଦାର ପ୍ରଦର୍ଶନ କରିଛନ୍ତି।

ୱାଶିଂଟନଙ୍କ ଉପରେ ମ୍ୟାନେଜମେଣ୍ଟ ଦେଖାଇଥିବା ଭରସାକୁ ସେ ଭାଙ୍ଗି ନାହାନ୍ତି। ଦୀର୍ଘ ୧୩୨୫ ଦିନ ପରେ ଟେଷ୍ଟ ମ୍ୟାଚରେ ସୁଯୋଗ ପାଇଥିବା ୱାଶିଂଟନ ‘ସୁନ୍ଦର’ କମବ୍ୟାକ କରିଛନ୍ତି। ପୁଣରେ ସେ ପ୍ରଥମ ଭାରତୀୟ ବୋଲର ଭାବେ ୫ ୱିକେଟ ଦଖଲ କରିବାର ରେକର୍ଡ କରିବାକୁ ସକ୍ଷମ ହୋଇଛନ୍ତି।

ତାଙ୍କର ଗୋଟିଏ ବଲକୁ ସମସ୍ତେ ମ୍ୟାଜିକର ଆଖ୍ୟା ବି ଦେଇଛନ୍ତି। ଭଲ ଫର୍ମରେ ଥିବା ରଚିନ ରବୀନ୍ଦ୍ରଙ୍କୁ ସେ ଯେଉଁ ବଲରେ ବୋଲ୍ଡ କଲେ, ତା’କୁ ସମସ୍ତେ ପ୍ରଶଂସା କରିଛନ୍ତି। ରବୀନ୍ଦ୍ର ଡିଫେନ୍ସ କରୁଥିବା ବେଳେ ଏହାକୁ ଯାଇ ସିଧା ଷ୍ଟମ୍ପରେ ବାଜିଥିଲା।

ୱାଶିଂଟନ ସୁନ୍ଦର ଶେଷଥର ପାଇଁ ୨୦୨୧ ମାର୍ଚ୍ଚରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଅହମଦାବାଦ ଟେଷ୍ଟରେ ସେ ନଜର ଆସିଥିଲେ। ସେବେ ଠାରୁ ତାଙ୍କୁ ଆଉ ସୁଯୋଗ ମିଳି ନଥିଲା।

ଦ୍ୱିତୀୟ ଟେଷ୍ଟରେ ସେ କମବ୍ୟାକ କରିବା ସହ ନିଜ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଆଜି ସେ ୫୯ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି। ଏହାପୂର୍ବରୁ ସେ କେବେ ବି ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇ ନଥିଲେ।

Test Cricket Test Match Washington Sundar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe