Advertisment

ଲଢ଼ିଲେ ୱାଶିଂଟନ ସୁନ୍ଦର, କିନ୍ତୁ ଭାରତ ୨୧୯ରେ ଅଲଆଉଟ୍‌

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ଦଳ ପକ୍ଷରୁ ୱାଶିଂଟନ ସୁନ୍ଦର ଲଢ଼ୁଆ ୫୧ ରନ କରିଥିଲେ ମଧ୍ୟ ଭାରତ କେବଳ ୨୧୯ ରନ କରିବାକୁ ସକ୍ଷମ ହୋଇଛି। ଏବେ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୨୨୦ ରନର ଟାର୍ଗେଟ ମିଳିଛି। ସୁନ୍ଦର ଭାରତ ପାଇଁ ସର୍ବାଧିକ ୫୧ ରନ କରିଥିବା ବେଳେ ଶ୍ରେୟସ ଆୟର […]

author-image
Hemant Lenka
ଲଢ଼ିଲେ ୱାଶିଂଟନ ସୁନ୍ଦର, କିନ୍ତୁ ଭାରତ ୨୧୯ରେ ଅଲଆଉଟ୍‌

washigton

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ଦଳ ପକ୍ଷରୁ ୱାଶିଂଟନ ସୁନ୍ଦର ଲଢ଼ୁଆ ୫୧ ରନ କରିଥିଲେ ମଧ୍ୟ ଭାରତ କେବଳ ୨୧୯ ରନ କରିବାକୁ ସକ୍ଷମ ହୋଇଛି। ଏବେ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ମାତ୍ର ୨୨୦ ରନର ଟାର୍ଗେଟ ମିଳିଛି। ସୁନ୍ଦର ଭାରତ ପାଇଁ ସର୍ବାଧିକ ୫୧ ରନ କରିଥିବା ବେଳେ ଶ୍ରେୟସ ଆୟର ୪୯ ରନର ଇନିଂସ ଖେଳିଛନ୍ତି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆକୁ ଆରମ୍ଭରୁ ଆଡମ ମିଲନେ ଓ ଟିମ ସାଉଦି ଅଡ଼ୁଆରେ ପକାଇଥିଲେ। ମଧ୍ୟଭାଗରେ ପାର୍ଟଟାମ ବୋଲର ଡାରଲେ ମିଚେଲ ମଧ୍ୟ ଜବରଦସ୍ତ ବୋଲିଂ କରିଛନ୍ତି। ଭାରତ ଦଳୀୟ ସ୍କୋର ୩୯ ହୋଇଥିବା ବେଳେ ଓପନର ଶୁବମନ ଗିଲ୍‌(୧୩)ଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ଶିଖର ଧୱନ ୨୮ ରନ କରି ଆଉଟ ହୋଇଥିଲେ ଉଭୟଙ୍କ ୱିକେଟ ମିଲନେ ନେଇଥିଲେ।

ଋଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଉପରେ ସବୁ ଦାୟିତ୍ୱ ଥିଲେ ହେଁ ଏହି ଯୋଡ଼ି କେବଳ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୮୫ ଥିବା ବେଳେ ପନ୍ତ ୧୦ ରନ କରି ମିଚେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଟି-୨୦ରେ କମାଲ କରିଥିବା ସୂର୍ଯ୍ୟ କୁମାର ଯାଦବ ପୁଣିଥରେ ଦିନିକିଆ ମ୍ୟାଚ୍‌ରେ ସମସ୍ତଙ୍କୁ ନିରାଶ କରିଛନ୍ତି।

Advertisment

ସେ ମାତ୍ର ୬ ରନ କରି ମିଲନେଙ୍କ ତୃତୀୟ ଶିକାର ବନିଥିଲେ। ଶ୍ରେୟସ ଆୟର ଭଲ ଲୟରେ ଥିଲେ ମଧ୍ୟ କେବଳ ୪୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ଲକି ଫର୍ଗୁସନ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ। ୧୨୧ ରନରେ ଭାରତ ୫ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ଦୀପକ ହୁଡ୍ଡା ଓ ୱାଶିଂଟନ ସୁନ୍ଦର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାଉଦି ଏହା କରାଇ ଦେଇ ନଥିଲେ। ସେ ୨୫ ବଲରେ ୧୨ ରନ କରିଥିବା ହୁଡ୍ଡାଙ୍କୁ ଆଉଟ କରି ଭାରତର ସବୁ ଆଶରେ ପାଣି ପକାଇ ଦେଇଥିଲେ। ଦୀପକ ଚହର(୧୨) ଓ ୟୁଜି ଚହଲ(୮) ମଧ୍ୟ ବେଶୀ କିଛି କରିପାରି ନଥିଲେ। ଚହରଙ୍କୁ ମିଚେଲ ଓ ଚହଲଙ୍କୁ ସାଣ୍ଟନର ଆଉଟ କରିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ୱାଶିଂଟନ ସୁନ୍ଦର ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କୁ କିଛି ସମୟ ପାଇଁ ଅର୍ଶଦୀପ ସିଂହ(୯) ସାଥ ଦେଇଥିଲେ। ତେବେ ୪୮ତମ ଓଭରରେ ବଡ଼ ଶଟ୍‌ ଖେଳିବା ଲୋଭରେ ସୁନ୍ଦର(୫୧) ଆଉଟ ହୋଇଯାଇଥିଲେ। ତାଙ୍କୁ ସାଉଦି ଆଉଟ କରି ଭାରତୀୟ ଇନିଂସ୍‌କୁ ୨୧୯ରେ ଅଟକାଇ ଦେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଲନେ ଓ ମିଚେଲ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ସାଉଦି ୨, ଫର୍ଗୁସନ ଓ ସାଣ୍ଟନର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।