Advertisment

ପୁଣି ବିବାଦରେ DRS: ଏଥର ‘ଭୟଙ୍କର’ ନିଷ୍ପତ୍ତିର ଶିକାର ହେଲେ ୱାଶିଂଟନ ସୁନ୍ଦର

ଭାରତୀୟ ଟିମର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ୱିଲସନ କିପରଙ୍କ ଦ୍ୱାରା କ୍ୟାଚ୍ ଆଉଟ କରାଇଛନ୍ତି। ସେ ଅଷ୍ଟ୍ରେଲିଆ ନେଇଥିବା ରିଭ୍ୟୁ ବଳରେ ଏହି ଆଉଟ ଘୋଷଣା କରିଛନ୍ତି। କାରଣ ଅନଫିଲ୍ଡ ଅମ୍ପାୟାର ସୈକତ ପ୍ରଥମେ ଆଉଟ ଦେଇ ନଥିଲେ।

author-image
Hemant Lenka
Washi

Washi

ମେଲବର୍ଣ୍ଣ ଭଳି ସିଡ୍‌ନୀ ଟେଷ୍ଟରେ ମଧ୍ୟ ଡିଆରଏସ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯାଇଛି। ତୃତୀୟ ଅମ୍ପାୟାର ନେଇଥିବା ନିଷ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସିଡ୍‌ନୀ ଟେଷ୍ଟର ପ୍ରଥମ ଦିନରେ ତୃତୀୟ ଅମ୍ପାୟାର ଜୋଏଲ ୱିଲସନ ଦେଇଥିବା ଆଉଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି। ମେଲବର୍ଣ୍ଣ ଟେଷ୍ଟରେ ୱିଲସନ ଫିଲ୍ଡ ଅମ୍ପାୟାର ରହିଥିଲେ। ସିଡ୍‌ନୀ ଟେଷ୍ଟରେ ସେ ତୃତୀୟ ଅମ୍ପାୟାର ଭୂମିକାରେ ରହିଛନ୍ତି।

Advertisment

ଭାରତୀୟ ଟିମର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ୱିଲସନ କିପରଙ୍କ ଦ୍ୱାରା କ୍ୟାଚ୍ ଆଉଟ କରାଇଛନ୍ତି। ସେ ଅଷ୍ଟ୍ରେଲିଆ ନେଇଥିବା ରିଭ୍ୟୁ ବଳରେ ଏହି ଆଉଟ ଘୋଷଣା କରିଛନ୍ତି। କାରଣ ଅନଫିଲ୍ଡ ଅମ୍ପାୟାର ସୈକତ ପ୍ରଥମେ ଆଉଟ ଦେଇ ନଥିଲେ।

ଅଷ୍ଟ୍ରେଲିଆ ରିଭ୍ୟୁ ନେବାରୁ ୱିଲସନ ବେଶ କିଛି ସମୟ ବଲ ସୁନ୍ଦରଙ୍କ ଗ୍ଲୋବ୍ସରେ ବାଜିଛି କି ନାହିଁ, ତା’ର ତର୍ଜମା କରିଥିଲେ। ରିୟଲ ଟାଇମ ରିପ୍ଲେରୁ ଜଣାପଡ଼ିଥିଲା ଯେ ପାଟ କମିନ୍ସଙ୍କୁ ସୁନ୍ଦର ପୁଲ ମାରିବା ପରେ ଏହା ବ୍ୟାଟ କିମ୍ବା ଗ୍ଲୋବ୍ସରେ ବାଜି ନାହିଁ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ୱିଲସନ ସ୍ନିକୋ ମିଟର ଟେକ୍ନୋଲୋଜି ବ୍ୟବହାର କରିଥିଲେ। ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା ଯେ ବଲ ଗ୍ଲୋବ୍ସ ଅତିକ୍ରମ କରିବା ବେଳେ କୌଣସି ପ୍ରକାରର ସ୍ପାଇକ ସ୍ନିକୋ ମିଟରରେ ଦେଖିବାକୁ ମିଳୁନାହିଁ।

Advertisment

କିନ୍ତୁ ଏହାର ପରବର୍ତ୍ତୀ ଫ୍ରେମରେ ସ୍ନିକୋରେ ସ୍ପାଇକ ଦେଖାଯାଉଛି। ସ୍ପାଇକରେ ଦ୍ୱନ୍ଦ୍ୱ ଥିବାରୁ ଅନଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ବଦଳିବା କଥା ନୁହେଁ। ତଥାପି ୱିଲସନ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ସୁନ୍ଦରଙ୍କୁ ଆଉଟ ଘୋଷଣା କରିଥିଲେ।

ବଡ଼ ସ୍କ୍ରିନରେ ଯେତେବେଳେ ଆଉଟ ଲେଖାଗଲା ସେତେବେଳେ ସୁନ୍ଦରଙ୍କ ଠାରୁ ଆରମ୍ଭ କରି ଭାରତୀୟ ଫ୍ୟାନ୍ସ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସୁନ୍ଦର ନିଷ୍ପତ୍ତିକୁ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ତାଙ୍କୁ ଶେଷରେ ନିରାଶ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଇଂଲଣ୍ତର ପୂର୍ବତନ ଅଧିନାୟକ ନିଷ୍ପତ୍ତିକୁ ଭୟଙ୍କର କହିଛନ୍ତି। ସେ ମଧ୍ୟ ୱିଲସନଙ୍କ ଦାୟିତ୍ୱହୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ମେଲବର୍ଣ୍ଣ ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିଲା। ବିବାଦୀୟ ଡିଆରଏସ ଯୋଗୁ ତାଙ୍କୁ ୮୪ ରନରେ ଆଉଟ ହେବାକୁ ପଡ଼ିଥିଲା। ସ୍ନିକୋ ମିଟରରେ କୌଣସି ସ୍ପାଇକ ଦେଖାଯାଇ ନଥିଲେ ହେଁ ବଲ ତାଙ୍କ ଗ୍ଲୋବ୍ସ ପାର କରିବା ବେଳେ ଦିଗ ବଦଳାଇଥିଲା। ସେହି ଆଧାରରେ ତୃତୀୟ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ।

Border-Gavaskar Trophy DRS