Advertisment

ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟକା, ୱାଶିଂଟନ୍ ସୁନ୍ଦର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଯୁବ ସ୍ପିନର ୱାଶିଂଟନ୍ ସୁନ୍ଦର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁନ୍ଦର ଆସନ୍ତା ୧୯ ତାରିଖରୁ ଦକ୍ଷିଣ ଆଫ୍ରିକାର ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷିତ ୧୮ ଜଣିଆ ସ୍କ୍ୱାଡରେ ତାମିଲନାଡୁର ସୁନ୍ଦର ସ୍ଥାନ ପାଇଥିଲେ। ତେବେ ବେଙ୍ଗାଲୁରୁରେ ଜାତୀୟ […]

ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟକା, ୱାଶିଂଟନ୍ ସୁନ୍ଦର କରୋନାରେ ଆକ୍ରାନ୍ତ

sunder

Advertisment

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଯୁବ ସ୍ପିନର ୱାଶିଂଟନ୍ ସୁନ୍ଦର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁନ୍ଦର ଆସନ୍ତା ୧୯ ତାରିଖରୁ ଦକ୍ଷିଣ ଆଫ୍ରିକାର ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷିତ ୧୮ ଜଣିଆ ସ୍କ୍ୱାଡରେ ତାମିଲନାଡୁର ସୁନ୍ଦର ସ୍ଥାନ ପାଇଥିଲେ। ତେବେ ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ଯେଉଁ କାରଣରୁ ସେ ମୁମ୍ବାଇରେ ସୀମିତ ଓଭରର ଅନ୍ୟ କ୍ରିକେଟରଙ୍କ ସହ ଯୋଗ ଦେଇପାରିନାହାନ୍ତି।

କରୋନା ପଜିଟିଭ୍ ଚିହ୍ନ ହେବା ପରେ ସୁନ୍ଦର ସିରିଜ୍ ପାଇଁ ଚୟନ ହୋଇଥିବା ଅନ୍ୟ ଖେଳାଳିଙ୍କ ସହ ଚାର୍ଟର୍ଡ ବିମାନରେ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରିବେ ନାହିଁ। ତେବେ ତାଙ୍କୁ ହୁଏତ ପରବର୍ତ୍ତୀ ସମୟରେ ବିସିସିଆଇ ଅଲଗା ଭାବେ ଦକ୍ଷିଣ ଆଫ୍ରିକା ପଠାଇ ପାରେ।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ପାର୍ଲରେ ଆରମ୍ଭ ହେବ। ଦ୍ୱିତୀୟ ଦିନିକିଆ ମ୍ୟାଚ୍ ୨୧ ତାରିଖରେ ଏବଂଷ ୨୩ ତାରିଖରେ ଶେଷ ଦିନିକିଆ କେପ୍ ଟାଉନରେ ଖେଳାଯିବ। ଆହତ କାରଣରୁ ଗତବର୍ଷ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିଥିବା ୱାଶିଂଟନ୍ ଘରୋଇ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ନିଜ ରାଜ୍ୟ ଟିମ୍ ତାମିଲନାଡୁ ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଟିମକୁ ଫାଇନାଲରେ ପହଞ୍ଚାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe