Advertisment

ସ୍ତ୍ରୀ ମରିଯିବା ପରେ କୋକେନ ଛାଡ଼ିଦେଲି: ୱାସିମ ଆକ୍ରାମ

ନୂଆଦିଲ୍ଲୀ: ମୁଁ ପ୍ରବଳ ନିଶାଗସ୍ତ ଥିଲି। କୋକେନ ଖାଉଥିଲି। ନିଶା ଛାଡ଼ି ମୁଁ ରହି ପାରୁ ନ ଥିଲି। ହେଲେ ପ୍ରଥମ ପତ୍ନୀର ବିୟୋଗ ପରେ ମୁଁ ନିଶା ଛାଡ଼ି ଦେଲି।   ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଏହା କହିଛନ୍ତି।  ସେ କହିଛନ୍ତି ଯେ, ଯେ ତାଙ୍କ କ୍ରିକେଟ କ୍ୟାରିଅର ଶେଷ ହେବା ପରେ ସେ କୋକେନରେ ନିଶାସକ୍ତ ଥିଲେ।  କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଏହି ଅଭ୍ୟାସରୁ ଦୁରେଇ ଯାଇଥିଲେ। ଆକ୍ରାମ […]

author-image
Tapas Behera
ଇଂଲଣ୍ଡ ବିପକ୍ଷରେ ପାକ୍‌ ବୋଲିଂ ନେଇ ମୁଁ ବିବ୍ରତ ନାହିଁ: ଆକ୍ରମ

wasimakram

ନୂଆଦିଲ୍ଲୀ: ମୁଁ ପ୍ରବଳ ନିଶାଗସ୍ତ ଥିଲି। କୋକେନ ଖାଉଥିଲି। ନିଶା ଛାଡ଼ି ମୁଁ ରହି ପାରୁ ନ ଥିଲି। ହେଲେ ପ୍ରଥମ ପତ୍ନୀର ବିୟୋଗ ପରେ ମୁଁ ନିଶା ଛାଡ଼ି ଦେଲି।   ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଏହା କହିଛନ୍ତି।  ସେ କହିଛନ୍ତି ଯେ, ଯେ ତାଙ୍କ କ୍ରିକେଟ କ୍ୟାରିଅର ଶେଷ ହେବା ପରେ ସେ କୋକେନରେ ନିଶାସକ୍ତ ଥିଲେ।  କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଏହି ଅଭ୍ୟାସରୁ ଦୁରେଇ ଯାଇଥିଲେ।

Advertisment

ଆକ୍ରାମ ଆହୁରି ମଧ୍ୟ କହିଛନ୍ତି ଯେ ଟେଲିଭିଜନ ଉଦଘୋଷକ ଭାବରେ କାର୍ଯ୍ୟ କରିବା ସମୟରେ ସେ କୋକେନ ସେବନରେ ଅଭ୍ୟସ୍ତ ହୋଇଯାଇଥିଲେ। ସେ କହିଛନ୍ତି ଯେ ଦକ୍ଷିଣ ଏସିଆର କିଛି ମନ୍ଦ ପ୍ରଭାବ ଏବଂ ଦୁର୍ନୀତିଗ୍ରସ୍ତ ପରିବେଶର ପ୍ରଭାବ ତାଙ୍କ ଉପରେ ପଡିଥିଲା। ସେଠି ଗୋଟିଏ ରାତିରେ ଜଣେ ୧୦ଟି ପାର୍ଟିକୁ ଯାଇ ପାରିବ ଏବଂ କିଛି ବି ସେବନ କରିପାରିବ।

୨୦୦୯ରେ ଆକ୍ରାମଙ୍କ ପ୍ରଥମ ପତ୍ନୀ ହୁମାଙ୍କର ଏକ ବିରଳ ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ୱାସିମ କହିଛନ୍ତି ଯେ ହୁମାଙ୍କ ନିସ୍ଵାର୍ଥପର କାର୍ଯ୍ୟ ତାଙ୍କୁ ଡ୍ରଗ୍ସ ସମସ୍ୟାରୁ ନିବୃତ୍ତ ରଖିଥିଲା। ତା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।

Advertisment

୧୯୯୨ ବିଶ୍ୱକପ ଜିତିଥିବା ଆକ୍ରାମ ପାକିସ୍ତାନ ପାଇଁ ୧୦୪ଟି ଟେଷ୍ଟ ଏବଂ ୩୫୬ଟି ଦିନିକିଆ ଅନ୍ତର୍ଜାତୀୟ ଖେଳିଥିଲେ। ସେ ୧୯୯୩ରୁ ୨୦୦୦ ମଧ୍ୟରେ ୨୫ଟି ଟେଷ୍ଟ ଏବଂ ୧୦୯ଟି ଦିନିକିଆରେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଥିଲେ। ୱାସିମ କହିଛନ୍ତି ଯେ, ପତ୍ନୀ ହୁମା ଏବଂ ଦୁଇ ପୁଅଙ୍କଠାରୁ ଯେତେବେଳେ ବାହାରକୁ ଯାଉଥିଲେ ସେ କୋକେନ ସେବନ କରିବା ଆରମ୍ଭ କରିଥିଲେ।