Advertisment

ଗୁମର ଖୋଲି ଦେଲେ ୱାସିମ ଆକ୍ରମ:ପାକ୍‌ ଖେଳାଳିଙ୍କର ହେଉନି ଫିଟନେସ ଟେଷ୍ଟ୍‌

ଜଣେ ପ୍ରଫେସନାଲ କ୍ରିକେଟର ମାସକୁ ଅତି କମରେ ଗୋଟିଏ ଥର ଫିଟନେସ ଦେବା ଦରକାର।

author-image
Hemant Lenka
Pakistan

Pakistan

ବିଶ୍ୱକପରେ ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ଏକତରଫା ଭାବେ ପରାସ୍ତ ହେବା ପରେ ବାବର ଆଜାମ ଆଣ୍ଡ କୋ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ୱାସିମ ଆକ୍ରମ।

Advertisment

କ୍ରିକେଟ ଖେଳିବା ସମୟରେ ୱାସିମ ଆକ୍ରମ ସୁଲତାନ ଅଫ ସୁଇଂ ଭାବେ ପରିଚିତ ଥିଲେ। ଏବେ ସେ ପାକିସ୍ତାନ ଟିମର ଖେଳାଳିଙ୍କ ମାନଙ୍କ ଦୁର୍ବଳ ଫିଟନେସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପାକିସ୍ତାନ କ୍ରିକେଟର ଗୁମର ମଧ୍ୟ ଖୋଲି ଦେଇଛନ୍ତି। ପାକିସ୍ତାନ ଖେଳାଳିଙ୍କର ଫିଟନେସ ଟେଷ୍ଟ ଆଦୌ ହେଉନାହିଁ ବୋଲି ଆକ୍ରମ କହିଛନ୍ତି।

ସେ କହିଛନ୍ତି, “ମୁଁ ଟିମରେ ଥିବା ଖେଳାଳିମାନଙ୍କୁ ଫିଟନେସକୁ ନେଇ ଚିନ୍ତିତ। ବର୍ତ୍ତମାନେ ଖେଳାଳିଙ୍କ ଫିଟନେସ ଟେଷ୍ଟ ହେଉନାହିଁ। ଯେତେବେଳେ ମିଶବା ଉଲ ହକ କୋଚ ଓ ଚୟନକର୍ତ୍ତା ଥିଲେ ସେତେବେଳେ ସେ ୟୋ ୟୋ ଟେଷ୍ଟ ଓ ଅନ୍ୟ ସବୁ ଫିଟନେସ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଏବେ ସେମିତି କିଛି ହେଉନାହିଁ। 

Advertisment

ଜଣେ ପ୍ରଫେସନାଲ କ୍ରିକେଟର ମାସକୁ ଅତି କମରେ ଗୋଟିଏ ଥର ଫିଟନେସ ଦେବା ଦରକାର। ଯଦି ଆପଣ ଏପରି କରୁ ନାହାନ୍ତି, ତା’ହେଲେ ଆପଣଙ୍କୁ ଏପରି ପରାଜୟ (ଭାରତରୁ ଠାରୁ ପାକିସ୍ତାନ ହାରିବା ଘଟଣା) ବରଣ କରିବାକୁ ପଡ଼ିବ।

ଗତ ୩ ବର୍ଷ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ୩ ଜଣ ଚେୟାରମ୍ୟାନଙ୍କୁ ଦେଖିଲାଣି। ଏହା ଦଳର ସଦସ୍ୟ ଓ ମ୍ୟାନେଜମେଣ୍ଟ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି। ସେମାନେ ପରବର୍ତ୍ତୀ ସିରିଜରେ ସୁଯୋଗ ପାଇବେ କି ନାହିଁ, ସେହି ଚିନ୍ତାରେ ରହୁଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ୧୫୪ ରନରେ ୨ଟି ୱିକେଟ ହରାଇଥିଲା। କିନ୍ତୁ ପୂରା ଟିମ ୧୯୧ ରନରେ ଅଲଆଉଟ ହୋଇଯିବା ଅତ୍ୟନ୍ତ ନିରାଶାଜନକ।”

ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୯୧ ରନ କରିଥିଲା।

ଏହାର ଜବାବରେ ଭାରତ ରୋହିତ ଶର୍ମାଙ୍କ ୮୬ ରନ ବଳରେ ମାତ୍ର ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଏଥିସହ ବିଶ୍ୱକପରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଜାରି ରହିଥିବା ବିଜୟଧାରାକୁ ୮-୦ କରି ନେଇଛି।

ICC India Vs Pakistan ICC Men’s Cricket World Cup 2023 ICC World Cup 2023 ICC World Cup