Advertisment

ବିଶ୍ୱକପ ପରାଜୟ ପରେ ଡ୍ରେସିଂ ରୁମରେ କ'ଣ କହିଥିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମରେ ଦଳର ସଦସ୍ୟମାନଙ୍କୁ ସାନ୍ତ୍ୱନା ଦେଉଥିବା ସମୟର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi In dressing Room

PM Modi In dressing Room

ଦିନିକିଆ ବିଶ୍ୱକପ୍ ପରାଜୟର କ୍ଷତ ଏବେ ବି ଶୁଖିନି। କୋଟି କୋଟି କ୍ରିକେଟ ପ୍ରେମୀ ଏବେ ମଧ୍ୟ ଏହି ନିରାଟ ସତ୍ୟକୁ ଗ୍ରହଣ କରିପାରୁନାହାନ୍ତି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆ ପ୍ଲେୟରଙ୍କ ମନୋବଳ ବୃଦ୍ଧି କରିବାକୁ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଡ୍ରେସିଂ ରୁମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମରେ ଦଳର ସଦସ୍ୟମାନଙ୍କୁ ସାନ୍ତ୍ୱନା ଦେଉଥିବା ସମୟର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଭିଡିଓରେ ପ୍ରଧାନମନ୍ତ୍ରୀ, ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ପୂରା ବିଶ୍ୱକପ୍ ଯାତ୍ରାରେ ପ୍ରଦର୍ଶନ ପାଇଁ ସାଧୁବାଦ ଦେବା ସହ ଖେଳରେ ଏପରି ହୋଇଥାଏ ବୋଲି ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଏହାପରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ସମେତ, ଶୁବମନ ଗିଲ୍, ରବୀନ୍ଦ୍ର ଜାଡେଜା, କେ.ଏଲ ରାହୁଲ, କୁଳଦୀପ ଯାଦବ, ମହମ୍ମଦ ସିରାଜଙ୍କ ସହ କଥା ହୋଇଛନ୍ତି। ଏଥିସହ ମହମ୍ମଦ ଶାମିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। 

ରବିବାର, ନଭେମ୍ବର 19ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପୂରା ବିଶ୍ୱକପ ଯାତ୍ରାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ  ୱିକେଟରେ ପରାଜିତ ହୋଇଥିଲା। 

Team India PM Narendra Modi ICC WC World Cup Final