Advertisment

ଭାରତ ବିପକ୍ଷ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସ୍କ୍ୱାଡ୍ ଘୋଷିତ

ସେଣ୍ଟ ଜନ୍ସ: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଭେଟେରାନ୍ ପେସ୍ ବୋଲର କେମାର ରୋଚ୍ ଦିନିକିଆ ସ୍କ୍ୱାଡକୁ କମବ୍ୟାକ୍ କରିଛନ୍ତି। ୨୦୧୯ ପରଠାରୁ ଲିଷ୍ଟ୍–ଏ କ୍ରିକେଟ୍ ଖେଳିନଥିବା ରୋଚଙ୍କୁ ଭାରତ ବିପକ୍ଷ ସିରିଜ୍ ପାଇଁ ଡେସମଣ୍ଡ ହେନ୍ସ ଚୟନ କରିଛନ୍ତି। କାଇରନ୍ ପୋଲାର୍ଡଙ୍କ ନେତୃତ୍ୱରେ ଟିମରେ ୬ ଖେଳାଳିଙ୍କୁ ସାମିଲ କରାଯାଇଛି। ରୋଚଙ୍କ ବ୍ୟତୀତ ୨୨ ବର୍ଷୀୟ ବ୍ୟାଟର୍ ଏନକ୍ରୁମା ବୋନ୍ନର, ଓପନିଂ ବ୍ୟାଟର୍ ବ୍ରାଣ୍ଡନ୍ କିଙ୍ଗଙ୍କୁ ଡାକରା ମିଳିଛି। […]

ଅଦ୍ୟତନ ହୋଇଛି
ଭାରତ ବିପକ୍ଷ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସ୍କ୍ୱାଡ୍ ଘୋଷିତ

west-indies

Advertisment

ସେଣ୍ଟ ଜନ୍ସ: ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳର ଘୋଷଣା କରାଯାଇଛି। ଭେଟେରାନ୍ ପେସ୍ ବୋଲର କେମାର ରୋଚ୍ ଦିନିକିଆ ସ୍କ୍ୱାଡକୁ କମବ୍ୟାକ୍ କରିଛନ୍ତି। ୨୦୧୯ ପରଠାରୁ ଲିଷ୍ଟ୍–ଏ କ୍ରିକେଟ୍ ଖେଳିନଥିବା ରୋଚଙ୍କୁ ଭାରତ ବିପକ୍ଷ ସିରିଜ୍ ପାଇଁ ଡେସମଣ୍ଡ ହେନ୍ସ ଚୟନ କରିଛନ୍ତି। କାଇରନ୍ ପୋଲାର୍ଡଙ୍କ ନେତୃତ୍ୱରେ ଟିମରେ ୬ ଖେଳାଳିଙ୍କୁ ସାମିଲ କରାଯାଇଛି।

Advertisment

ରୋଚଙ୍କ ବ୍ୟତୀତ ୨୨ ବର୍ଷୀୟ ବ୍ୟାଟର୍ ଏନକ୍ରୁମା ବୋନ୍ନର, ଓପନିଂ ବ୍ୟାଟର୍ ବ୍ରାଣ୍ଡନ୍ କିଙ୍ଗଙ୍କୁ ଡାକରା ମିଳିଛି। ୨୭ ବର୍ଷୀୟ କିଙ୍ଗ୍ ୨୦୨୦ରେ ଶେଷଥର ପାଇଁ ଜାତୀୟ ଦଳ ପକ୍ଷରୁ ଖେଳିଥିଲେ। ଏହା ପରଠାରୁ ସେ ଟିମରୁ ବାଦ୍ ପଡ଼ିଥିଲେ।

ଭାରତ ବିପକ୍ଷ ଦିନିକିଆ ସିରିଜ୍ ୱେଷ୍ଟଇଣ୍ଡିଜ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ନିକଟରେ କ୍ୟାରିବିଆନ୍ ଟିମ୍ ଦୁର୍ବଳ ଆୟର୍ଲ୍ୟାଣ୍ଡ ନିକଟରୁ ୧-୨ରେ ଦିନିକିଆ ସିରିଜ୍ ହାରିଥିଲା। ଯେହେତୁ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ୍ ଆୟୋଜନ ହେବ, ସେଥିପାଇଁ ଆଇସିସି ଦିନିକିଆ ସୁପର୍ ଲିଗର ପଏଣ୍ଟ ଟେବୁଲରେ ୱେଷ୍ଟଇଣ୍ଡିଜ୍ ସୁଧାର ଆଣିବାକୁ ଚାହିଁବ। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳୁଛି। ଏହି ସିରିଜ୍ ପରେ ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସ୍କ୍ୱାଡ୍ ଘୋଷଣା କରିପାରେ।

Advertisment

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳାଯିବ। ଫେବୃଆରୀ ୬ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬, ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୯ ଓ ୧୧ ତାରିଖରେ ଅନୁଷ୍ଠିତ ହେବ।

ୱେଷ୍ଟଇଣ୍ଡିଜ୍ ଦିନିକିଆ ସ୍କ୍ୱାଡ୍: କାଇରନ୍ ପୋଲାର୍ଡ (କ୍ୟାପଟେନ), ଫାବିଆନ୍ ଆଲେନ୍, ଏନକ୍ରୁମା ବୋନ୍ନର, ଡାରେନ୍ ବ୍ରାଭୋ, ଶାମରା ବ୍ରୁକ୍ସ, ଜେସନ୍ ହୋଲ୍ଡର, ଶାଇ ହୋପ୍, ଅକିଲ୍ ହୋସେନ୍, ଅଲଜାରୀ ଜୋସେଫ୍, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ୍ ପୁରନ୍, କେମାର ରୋଚ୍, ରୋମାରିଓ ଶେଫର୍ଡ, ଓଡେନ୍ ସ୍ମିଥ୍, ହେଡେନ୍ ୱାଲ୍ସ ଜୁନିୟର।

IND Vs WI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe