Advertisment

ଟି-୨୦ ବିଶ୍ୱକପ ପାଇଁ ସ୍କ୍ୱାଡ ଘୋଷଣା କଲା ୱେଷ୍ଟଇଣ୍ଡିଜ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା କ୍ରିକେଟର ଏହି ମହାକୁମ୍ଭରେ ଘରୋଇ ଦଳର ନେତୃତ୍ୱ ରୋଭମାନ ପାୱେଲ ନେବେ।

West Indies

West Indies

Advertisment

ଜୁନ ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ସହ ଆୟୋଜକ ୱେଷ୍ଟଇଣ୍ଡିଜ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା କ୍ରିକେଟର ଏହି ମହାକୁମ୍ଭରେ ଘରୋଇ ଦଳର ନେତୃତ୍ୱ ରୋଭମାନ ପାୱେଲ ନେବେ। ଦଳରେ ଉପ ଅଧିନାୟକ ଭାବେ ଦ୍ରୁତ ବୋଲର୍‌ ଅଲଜାରି ଯୋଶେଫଙ୍କୁ ନିଯୁକ୍ତି ଦିଆଯାଇଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରି ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିବା ଶମର ଯୋଶେଫଙ୍କୁ ପ୍ରଥମଥର ଟି-୨୦ ସ୍କ୍ୱାଡରେ ସୁଯୋଗ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ନଜର ଆସି ନଥିବା ଶିମରନ ହେଟମେୟର ବିଶ୍ୱକପ ଦଳକୁ କମବ୍ୟାକ କରିଛନ୍ତି।

ହେଟମେୟର ଏବେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲରେ ଜଲୱା ଦେଖାଉଛନ୍ତି। ସେ ୪ଟି ଇନିଂସରେ ୧୮୪.୪୪ ଷ୍ଟ୍ରାଇକ ରେଟ୍‌ରେ ୮୩ ରନ କରିଛନ୍ତି। ଦଳରେ ସେ ଫିନିଶର ଭୂମିକାରେ ରହିଛନ୍ତି।

Advertisment

କାୟଲେ ମେୟର୍ସ ଓ ଓଶେନ ଥୋମାସ ୧୫ ଜଣିଆ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ଜନସନ ଚାର୍ଲସ, ବ୍ରାଣ୍ଡନ କିଙ୍ଗ ଓ ସାଇ ହୋପ୍‌ ଦଳର ଟପ୍‌ ଅର୍ଡର ଅଭାବକୁ ବିଶ୍ୱକପରେ ପୂରଣ କରିବେ। ଦଳରେ ନିକୋଲସ ପୂରନ, ଆନ୍ଦ୍ରେ ରସେଲ, ଜାସନ ହୋଲ୍ଡର, ଶେରଫନ ରଥରଫୋର୍ଡ, ରୋଷ୍ଟନ ଚେଜ୍‌ ଓ ରୋମାରିଓ ଶେଫର୍ଡଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି। ପୂରନଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବୋଲିଂ କରିବାକୁ ମଧ୍ୟ ସକ୍ଷମ।

ସ୍ପିନ ବୋଲିଂ ଡିପାର୍ଟମେଣ୍ଟର ଭାର ଅକେଲ ହୁସେନ ଓ ଗୁଡାକେଶ ମୋତିଙ୍କ ଉପରେ ରହିବ। ସେମାନଙ୍କୁ ସାଥ ଦେବାକୁ ଚେଜ୍‌ ରହିଛନ୍ତି। 

ୱେଷ୍ଟଇଣ୍ଡିଜ ସ୍କ୍ୱାଡ: ରୋଭମାନ ପାୱେଲ (ଅଧିନାୟକ), ଅଲଜାରି ଯୋଶେଫ(ଉପ ଅଧିନାୟକ), ଜନସନ ଚାର୍ଲସ, ରୋଷ୍ଟନ ଚେଜ, ଶିମରନ ହେଟମେୟର, ଜାସନ ହୋଲ୍ଡର, ସାଇ ହୋପ୍‌, ଅକେଲ ହୁସେନ, ଶମର ଯୋଶେଫ, ବ୍ରାଣ୍ଡନ କିଙ୍ଗ, ଗୁଡାକେଶ ମୋତି, ନିକୋଲସ ପୂରନ, ଆନ୍ଦ୍ରେ ରସେଲ, ଶେରଫନ ରଥରଫୋର୍ଡ ଓ ରୋମାରିଓ ଶେଫର୍ଡ।

ସହ ଆୟୋଜକ ୱେଷ୍ଟଇଣ୍ଡିଜ ୨ ଥର ଟି-୨୦ ବିଶ୍ୱକପ ଜିତିଛି। ଏବେ ଦଳର ନଜର ତୃତୀୟ ଥର ଚାମ୍ପିୟନ ହେବା ଉପରେ ରହିଛି।

West Indies T20 Match T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe