Advertisment

୩-୨ରେ ଟି-୨୦ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ, ପଞ୍ଚମ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ପରାସ୍ତ

ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ ଭାରତକୁ ଏକ ୫ ମ୍ୟାଚ୍‌ ଟି-୨୦ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା।

ଅଦ୍ୟତନ ହୋଇଛି
Players

Players

Advertisment

ଭାରତ ବିପକ୍ଷ ଟି୨୦ କ୍ରିକେଟ ସିରିଜର ନିର୍ଣ୍ଣାୟକ ମ୍ୟାଚକୁ ବାଜି ମାରି ନେଇଛି ୱେଷ୍ଟଇଣ୍ଡିଜ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ ମ୍ୟାଚରେ ଭାରତ ୮ ୱିକେଟ୍‌ରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହ ୩-୨ରେ ସିରିଜ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ।

Advertisment

ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍‌ରେ ୧୬୫ ରନ୍‌ କରିଥିଲା। ବ୍ରାଣ୍ଡନ୍ କିଙ୍ଗ୍ (୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।

ସୂର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା। ପୂର୍ବ ରାତିରେ ଶୁବମନ ଗିଲ୍‌ ଓ ଯଶସ୍ୱୀ ଜୟସ୍ୱାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୧୬୫ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ପରଦିନ ସେହି ସମାନ ପଡ଼ିଆଅରେ ଖେଳା ଯାଇଥିବା ପଞ୍ଚମ ଟି-୨୦ର ତୃତୀୟ ଓଭର ଏବଂ ୧୭ ରନ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଗିଲ୍‌ ଓ ଜୟସ୍ୱାଲ ପ୍ୟାଭିଲିଅନ୍ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଏବଂ ତିଳକ ବର୍ମା ୫ ଓଭରରେ ୪୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ।

Advertisment

ତିଳକଙ୍କ ବିଦାୟ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ସୂର୍ଯ୍ୟଙ୍କ ୩୮ ବଲ୍ ଅର୍ଦ୍ଧଶତକ ବିଶେଷ ଫରକ ପକାଇପାରିନଥିଲା। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୧୮ ବଲ୍‌ରେ ମାତ୍ର ୧୪ ରନ୍ କରିବା ଦଳକୁ ତଳମୁହାଁ ରଖିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ ସେଫର୍ଡ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକିଲ ହୋସେନ୍‌ ଏବଂ ଜାସନ୍ ‌ହୋଲ୍‌ଡର ୨-୨ ୱିକେଟ୍ ନେଇ ଭାରତକୁ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

୧୬୬ ରନ୍‌ର ପିଛା କରୁଥିବା ୱେଷ୍ଟଇଣ୍ଡିଜର ଦଳୀୟ ସ୍କୋର ୧୨ ରନ୍‌ରେ କାଇଲ ମେୟର୍ସଙ୍କ ଉଇକେଟ ହରାଇଥିଲା। ତେବେ ବ୍ରାଣ୍ଡନ୍‌ କିଙ୍ଗ ଓ ନିକୋଲାସ ପୁରନ ଦ୍ୱିତୀୟ ଉଇକେଟରେ ୧୦୭ ରନ୍‌ ଯୋଡ଼ିଥିଲେ। ଉଭୟ ଖେଳାଳିଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ମ୍ୟାଚଟି ଭାରତ ହାତରୁ ଖସି ଯାଇଥିଲା।

୪ ଓଭରରେ ୩୧ ରନ୍‌ ଦେଇଥ ୪ ଉଇକେଟ ନେଇଥିବା ରୋମାରିଓ ଶେଫର୍ଡଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ସମୁଦାୟ ୧୭୬ ରନ୍‌ ସ୍କୋର କରିଥିବା ନିକୋଲାସ ପୁରନଙ୍କୁ ପ୍ଲେୟାର ଅଫ୍‌ ଦି ସିରିଜ ଘୋଷଣା କରାଯାଇଛି।

Cricket INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe