Advertisment

T20 World Cup: ପ୍ରଥମ ଦଳ ଭାବେ ସୁପର ୮ରେ ୱେଷ୍ଟଇଣ୍ଡିଜ, ବିଦା ହେଲା ନେପାଳ

ଇଣ୍ଡିଜ ଟିମ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ନେପାଳ ହ୍ୟାଟ୍ରିକ ପରାଜୟ ସହ ବିଶ୍ୱକପର ପ୍ରଥମ ଦଳ ଭାବେ ସୁପର ୮ ରେସରୁ ବାଦ ପଡ଼ିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଫାଇଟିଂ ସ୍ପିରିଟ ଦେଖାଇ ଇଂଲଣ୍ଡ ଠାରୁ ମାତ୍ର ୪ ରନରେ ହାରିଥିଲା।

wI

ୱେଷ୍ଟଇଣ୍ଡିଜ ଟିମ

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ହ୍ୟାଟ୍ରିକ ବିଜୟ ସହ ସୁପର ୮ରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ୱେଷ୍ଟଇଣ୍ଡିଜ। ଆଜି ଦଳ ଏକତରଫା ଭାବେ ନେପାଳକୁ ୯ ୱିକେଟରେ ପରାସ୍ତ କରି ଏପରି ସଫଳତା ହାସଲ କରିଛି।

Advertisment

ପ୍ରଥମ ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ହରାଇଥିବା ସାଇ ହୋପଙ୍କ ଇଣ୍ଡିଜ ଟିମ ଦ୍ୱିତୀୟ ମ୍ୟାଚରେ ୨୦୨୨ର ଚାମ୍ପିୟନ ଇଂଲଣ୍ଡକୁ ମାତ ଦେଇଥିଲା। ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦଳ ନେପାଳକୁ ୯ ୱିକେଟରେ ହରାଇ ଦେଇଛି। ଦଳ ନିଜର ଶେଷ ଲିଗ ମ୍ୟାଚ୍‌ ଇଟାଲୀ ବିପକ୍ଷରେ ଖେଳିବ। 

ଇଣ୍ଡିଜ ଟିମ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ନେପାଳ ହ୍ୟାଟ୍ରିକ ପରାଜୟ ସହ ବିଶ୍ୱକପର ପ୍ରଥମ ଦଳ ଭାବେ ସୁପର ୮ ରେସରୁ ବାଦ ପଡ଼ିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଫାଇଟିଂ ସ୍ପିରିଟ ଦେଖାଇ ଇଂଲଣ୍ଡ ଠାରୁ ମାତ୍ର ୪ ରନରେ ହାରିଥିଲା। କିନ୍ତୁ ପଦାର୍ପଣକାରୀ ଇଟାଲୀ ବିପକ୍ଷରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦ ୱିକେଟରେ ହାରିଥିଲା। ଆଜି ଦଳ ଦୁଇ ଥରର ଟି-୨୦ ଚାମ୍ପିୟନ ଇଣ୍ଡିଜ ଠାରୁ ୯ ୱିକେଟରେ ହାରି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। 

Advertisment

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେପାଳ ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ(୪/୨୭) ଯୋଗୁ ୮ ୱିକେଟ ହରାଇ ୧୩୩ ରନ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅକିଲ ହୁସେନ, ମାଥ୍ୟୁ ଫୋର୍ଡ, ଶମର ଯୋଶେଫ ଓ ରୋଷ୍ଟନ ଚେଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। 

ନେପାଳ ପକ୍ଷରୁ ଦିପେନ୍ଦର ସିଂହ ଏରି ୪୭ ବଲରେ ୫୮ ଓ ଶେଷ ଭାଗରେ ସୋମପଲ କାମି ୧୫ ବଲରେ ଅପରାଜିତ ୨୬ ରନ କରିଥିଲେ। ୧୩୪ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜ ୪୩ ରନରେ ପ୍ରଥମ ୱିକେଟ ହରାଇଥିଲା। ୧୭ ବଲରେ ୨୨ ରନ କରି ବ୍ରାଣ୍ଡନ କିଙ୍ଗ ଆଉଟ ହୋଇଥିଲେ।

ତାଙ୍କ ୱିକେଟ ନନ୍ଦନ ଯାଦବ ନେଇଥିଲେ। ଏହାପରେ ଅଧିନାୟକ ହୋପ ଓ ବିସ୍ଫୋରକ ଶିମରନ ହେଟମେୟର ନେପାଳକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ। ହୋପଙ୍କ ବ୍ୟାଟରୁ ମଧ୍ୟ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇଥିଲେ। ଶେଷରେ ଦଳକୁ ୧୫.୨ ଓଭରରେ ବିଜୟ ଭେଟି ଦେଇଥିଲେ। ହୋପ ଶେଷ ଯାଏ ୪୪ ବଲରେ ୬୧ ଓ ହେଟମେୟର ୩୨ ବଲରେ ୪୬ ରନ କରି ଅପରାଜିତ ରହିଥିଲେ।   

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe