Advertisment

୬ ବଲରେ ୬ ରନ୍ କରିପାରିଲାନି, ହାରିବା ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ୍

ମାଉଣ୍ଟ ମାଉଙ୍ଗାନୁଇ: ରୋମାଞ୍ଚକର ବିଜୟରୁ ଆଇସିସି ମହିଳା ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ୍। ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩ ରନରେ ପରାସ୍ତ କରିଛି। ଆୟୋଜକ ନ୍ୟୁଜିଲ୍ୟାଣ୍ଡକୁ ଶେଷ ୬ ବଲରେ ମାତ୍ର ୬ ରନ୍ ଆବଶ୍ୟକ ଥିବା ବେଳେ ହାତରେ ୩ ୱିକେଟ୍ ମଧ୍ୟ ଥିଲା। କିନ୍ତୁ କିୱି ଟିମ୍ ୬ ରନ୍ କରିବାରେ ବିଫଳ ହୋଇଥିଲା ଏବଂ ଶେଷ ଓଭରରେ ବାକି ୩ ଯାକ ୱିକେଟ୍ ମଧ୍ୟ ହରାଇଥିଲା। ଏଥିସହ ୱେଷ୍ଟଇଣ୍ଡିଜ୍ […]

୬ ବଲରେ ୬ ରନ୍ କରିପାରିଲାନି, ହାରିବା ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ୍

womens-world-cup

Advertisment

ମାଉଣ୍ଟ ମାଉଙ୍ଗାନୁଇ: ରୋମାଞ୍ଚକର ବିଜୟରୁ ଆଇସିସି ମହିଳା ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ୍। ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩ ରନରେ ପରାସ୍ତ କରିଛି। ଆୟୋଜକ ନ୍ୟୁଜିଲ୍ୟାଣ୍ଡକୁ ଶେଷ ୬ ବଲରେ ମାତ୍ର ୬ ରନ୍ ଆବଶ୍ୟକ ଥିବା ବେଳେ ହାତରେ ୩ ୱିକେଟ୍ ମଧ୍ୟ ଥିଲା। କିନ୍ତୁ କିୱି ଟିମ୍ ୬ ରନ୍ କରିବାରେ ବିଫଳ ହୋଇଥିଲା ଏବଂ ଶେଷ ଓଭରରେ ବାକି ୩ ଯାକ ୱିକେଟ୍ ମଧ୍ୟ ହରାଇଥିଲା। ଏଥିସହ ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚକୁ ନିଜ ନାଁରେ କରିନେଇଛି।

Advertisment

ବ୍ୟାଟ୍ ଓ ବଲରେ କମାଲ୍ କରିଥିବା ହାଲେ ମାଥ୍ୟୁସ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମାଥ୍ୟୁସ୍ ୧୨୮ ବଲରେ ୧୧୯ ରନ୍ କରିଥିଲେ, ଯାହା ମହିଳା ବିଶ୍ୱକପରେ ତାଙ୍କର ପ୍ରଥମ ଶତକ ଥିଲା। ଏହାଛଡ଼ା ସେ ବଲରେ ମଧ୍ୟ କମାଲ୍ କରି ୧୦ ଓଭରରେ ୪୧ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଛନ୍ତି।

https://twitter.com/ICC/status/1499696141612507137?s=20&t=vDB2Djk6UOEIayY8zbH_-A

Advertisment

ଉକ୍ତ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୪୯.୫ ଓଭରରେ ୨୫୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଶେଷ ଓଭରରେ ୬ ରନ୍ ଦରକାର ଥିଲା। ବୋଲିଂ କରିବାକୁ ଆସିଥିବା ଡିଏଣ୍ଡ୍ରା ଡଟିନଙ୍କ ପ୍ରଥମ ବଲରେ ୧ ରନ୍ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଡଟିନ୍ ସେଟ୍ ବ୍ୟାଟର୍ କ୍ୟାଟେ ମାର୍ଟିନଙ୍କୁ ଆଉଟ୍ କରି କିୱି ଦଳକୁ ନବମ ଝଟକା ଦେଇଥିଲେ। ତୃତୀୟ ବଲରେ ଡଟିନ୍ ୧ ରନ୍ ଦେଇଥିଲେ। ଶେଷ ତିନି ବଲରେ ଘରୋଇ ଦଳକୁ ୪ ରନ୍ ଆବଶ୍ୟକ ହେଉଥିଲା। ହେଲେ ଡଟିନ୍ ଚତୁର୍ଥ ବଲରେ ଜେସ୍ କେରଙ୍କୁ ଆଉଟ୍ କରିଥିବା ବେଳେ ପଞ୍ଚମ ବଲରେ ଫ୍ରାନ୍ ଜୋନାସ୍ ରନ୍ ଆଉଟ୍ ହୋଇଥିଲେ। ଏଥିସହ ୱେଷ୍ଟଇଣ୍ଡିଜ୍ ମ୍ୟାଚକୁ ରୋମାଞ୍ଚକର ଢଙ୍ଗରେ ଜିତି ନେଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କ୍ୟାପଟେନ୍ ସୋଫି ଡିଭାଇନ୍ ସର୍ବାଧିକ ୧୦୮ (୧୨୭ ବଲ୍, ୧୦ ଚୌକା) ରନ୍ କରିଥିବା ବେଳେ ମାର୍ଟିନ୍ ୪୪, ଆମି ସାଟର୍ଥୱେଟ୍ ୩୧ ଓ କେର୍ ୨୫ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମାଥ୍ୟୁସ୍, ଅନିସା ମହମ୍ମଦ ଓ ଡଟିନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ପକ୍ଷରୁ ମାଥ୍ୟୁସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର୍ ବଡ଼ ସ୍କୋର କରିପାରିନଥିଲେ। କ୍ୟାପଟେନ୍ ଷ୍ଟାଫାନୀ ଟେଲର୍ ୩୦, ଚେଡାନ୍ ନେସନ୍ ୩୬ ଓ ଶେମେନ୍ କ୍ୟାମ୍ପବେଲ୍ ୨୦ ରନ୍ କରିଥିଲେ। କିୱି ଟିମ୍ ପକ୍ଷରୁ ଲିଆ ତାହୁହୁ ୩ଟି ଓ ଜେସ୍ କେର୍ ୨ଟି ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe