୪୮ ବର୍ଷ ଭିତରେ ପ୍ରଥମ, ବିଶ୍ୱକପରେ ନଜର ଆସିବନି ୱେଷ୍ଟଇଣ୍ଡିଜ୍‌

ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଇଣ୍ଡିଜ୍‌ ଟିମ ବିଫଳ ହୋଇଛି। ଟପ୍‌ ୮ରୁ ବାଦ ପଡ଼ିବା ପରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ବାଧ୍ୟ ହୋଇଥିଲେ।

WorldCup

ନିରାଶ ହୋଇ ଫେରୁଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟର

Hemant Lenka
  • Published: Sunday, 02 July 2023
  • Updated: 02 July 2023, 08:10 AM IST

Sports

Latest News

ଯେତେବେଳେ କ୍ରିକେଟର ଦିନିକିଆ ବିଶ୍ୱକପ ଆରମ୍ଭ ହେଲା ସେତେବେଳେ ୱେଷ୍ଟଇଣ୍ଡିଜ୍‌ ସବୁଠାରୁ ଘାତକ ଦଳ ଭାବେ ଉଭା ହୋଇଥିଲା। ୧୯୭୫ ଓ ୧୯୭୯ରେ ଦଳ କ୍ରମାଗତ ଦୁଇ ଥର ବିଶ୍ୱକପ ଜିତି ପୂରା ବିଶ୍ୱକୁ ନିଜର ଦବଦବା ଦେଖାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ସେତେବେଳେ ଅନେକ ଦଳ ଡରୁ ଥିଲେ।

ହେଲେ ଦୁଇ ଥରର ବିଶ୍ୱ ବିଜେତା ଏବେ ନିଜର ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି। କ୍ରିକେଟକୁ ନୂଆ କରି ଆସିଥିବା ଦଳଗୁଡ଼ିକ ୱେଷ୍ଟଇଣ୍ଡିଜ୍‌କୁ ମାତ୍‌ ଦେବାରେ ସକ୍ଷମ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦିନିକିଆ ବିଶ୍ୱକପର ୪୮ ବର୍ଷ ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜ୍‌କୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି।

ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଇଣ୍ଡିଜ୍‌ ଟିମ ବିଫଳ ହୋଇଛି। ଟପ୍‌ ୮ରୁ ବାଦ ପଡ଼ିବା ପରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ବାଧ୍ୟ ହୋଇଥିଲେ। ଲାଗୁଥିଲା ଦୁଇ ଦଳ ଟପ୍‌ ୧୦ରେ ପ୍ରବେଶ କରି ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତାରେ ନଜର ଆସିବେ।

Also Read

ଶ୍ରୀଲଙ୍କା ଏହି ରେସ୍‌ରେ ଥିଲେ ହେଁ ଇଣ୍ଡିଜ୍‌ ଟିମକୁ ଜବରଦସ୍ତ ଝଟକା ଲାଗିଛି। ଲିଗ୍‌ ପର୍ଯ୍ୟାୟରେ ଦଳ ଦୁର୍ବଳ ନେଦରଲ୍ୟାଣ୍ଡସ ଠାରୁ ହାରି ସୁପର ୬ରେ ପ୍ରବେଶ କରିଥିଲା। ଏଠାରେ ଭଲ ପ୍ରଦର୍ଶନ କରିଥିଲେ ଦଳ ପାଖରେ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଥିଲା।

କିନ୍ତୁ ଶନିବାର ସାଇ ହୋପ୍‌ଙ୍କ ୱେଷ୍ଟଇଣ୍ଡିଜ୍‌ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ଅପେକ୍ଷାକୃତ ଦୁର୍ବଳ ସ୍କଟଲ୍ୟାଣ୍ଡ ଠାରୁ ୭ ୱିକେଟରେ ହାରି ଯାଇଛି। ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ ଖେଳିବା ସ୍ୱପ୍ନ ଚୂରାମାର ହୋଇ ଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ ୪୩.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୮୧ ରନ କରିଥିଲା। ଏହାର ଜବାବରେ ସ୍କଟଲ୍ୟାଣ୍ଡ ୬.୩ ଓଭର୍‌ ପୂର୍ବରୁ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ମାଥ୍ୟୁ କ୍ରସ ଅପରାଜିତ ୭୪ ଓ ବ୍ରାଣ୍ଡନ ମ୍ୟାକମୁଲେନ ୬୯ ରନର ଇନିଂସ ଖେଳି ୱେଷ୍ଟଇଣ୍ଡିଜ୍‌କୁ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତାରୁ ବିଦା କରି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଦିନିକିଆରେ ସ୍କଟଲ୍ୟାଣ୍ଡ ପ୍ରଥମଥର ପାଇଁ ଇଣ୍ଡିଜ୍‌ ଟିମକୁ ହରାଇଛି।

୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ସମୟ ବିତିବା ସହ ଦିନିକିଆ ଓ ଟେଷ୍ଟରେ କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ୨୦୧୯ ବିଶ୍ୱକପ ପୂର୍ବରୁ ମଧ୍ୟ ଇଣ୍ଡିଜ ଟିମ୍‌କୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ଦଳ ଏଠାରେ ଭଲ ପ୍ରଦର୍ଶନ କରି ଆଫଗାନିସ୍ତାନ ସହ ମିଶି ବିଶ୍ୱକପର ମୁଖ୍ୟ ରେସ୍‌ରେ ସାମିଲ ହୋଇଥିଲା। ହେଲେ ଏଥର ଦଳ କୌଣସି ପ୍ରକାରର ଚମତ୍କାର କରି ପାରିନାହିଁ।

ନିକୋଲାସ ପୁରନ, ଜାସନ ହୋଲ୍ଡର, କାଏଲ ମେୟର୍ସ, ଅଲଜାରି ଯୋଶେଫ, ରୋମାରିଓ ଶେର୍ଫଡ, ଅକିଲ ହୁସେନ ଭଳି ଖେଳାଳି ଦଳ ପାଖରେ ରହିଥିଲେ। ଆଇପିଏଲରେ ଏମାନଙ୍କୁ ପ୍ରବଳ ଟଙ୍କା ଦେଇ ବିଭିନ୍ନ ପ୍ରାଞ୍ଚାଇଜ କିଣିଥିଲେ। ହେଲେ ନିଜ ଦେଶ ପାଇଁ ଏମାନେ କୌଣସି ପ୍ରକାରର ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଫଳରେ ଇଣ୍ଡିଜ ଟିମ୍‌କୁ ଏବେ ବିଶ୍ୱକପ ଖେଳିବା ଦୌଡ଼ରୁ ବାଦ ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story