Advertisment

୩୫ ବର୍ଷରେ ପ୍ରଥମ: ପାକିସ୍ତାନକୁ ଧୂଳି ଚଟାଇଲା ‌ୱେଷ୍ଟଇଣ୍ଡିଜ

ଦ୍ରୁତ ବୋଲର ଜୟଡେନ ସେଲ୍ସଙ୍କ ଘାତକ ବୋଲିଂ ଯୋଗୁ ତ୍ରିନିଦାଦରେ ଇଣ୍ତିଜ ଟିମ ବିଜୟ ସ୍ୱାଦ ଚାଖିଛି। ସେଲ୍ସ ଏକାକୀ ୬ ୱିକେଟ ନେବାରୁ ୨୯୫ ରନର ପିଛା କରୁଥିବା ପାକିସ୍ତାନ ମାତ୍ର ୯୨ ରନରେ ଅଲଆଉଟ ହୋଇଯାଇଛି।

WI

WI

Advertisment

ମାଟି କାମୁଡ଼ିଛି ପାକିସ୍ତାନ। ଅତ୍ୟନ୍ତ ଲଜ୍ଜାଜନକ ପରାଜୟର ସାମ୍ନା କରିଛି ପାକିସ୍ତାନ। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ପାକିସ୍ତାନ ଧୂଳି ଚାଟିଛି। ପାକିସ୍ତାନକୁ ବିଶାଳ ୨୦୨ ରନ ବ୍ୟବଧାନରେ ହରାଇ ଇଣ୍ଡିଜ ଟିମ ଐତିହାସିକ ଦିନିକିଆ ସିରିଜ ଜିତି ପାରିଛି।

Advertisment

ଦ୍ରୁତ ବୋଲର ଜୟଡେନ ସେଲ୍ସଙ୍କ ଘାତକ ବୋଲିଂ ଯୋଗୁ ତ୍ରିନିଦାଦରେ ଇଣ୍ତିଜ ଟିମ ବିଜୟ ସ୍ୱାଦ ଚାଖିଛି। ସେଲ୍ସ ଏକାକୀ ୬ ୱିକେଟ ନେବାରୁ ୨୯୫ ରନର ପିଛା କରୁଥିବା ପାକିସ୍ତାନ ମାତ୍ର ୯୨ ରନରେ ଅଲଆଉଟ ହୋଇଯାଇଛି।

ପ୍ରଥମ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ ଅଧିନାୟକ ସାଇ ହୋପଙ୍କ ଅପରାଜିତ ଶତକ(୧୨୦) ବଳରେ ୬ ୱିକେଟ ହରାଇ ୨୯୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ କେବଳ ୯୨ ରନ କରିପାରିଛି। ମ୍ୟାଚ୍‌ ସହ ଘରୋଇ ଟିମ ୨-୧ରେ ଦିନିକିଆ ସିରିଜ କବଜା କରିଛି। ୧୯୯୧ ପରେ ପାକିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ ଟିମ କୌଣସି ଦିନିକିଆ ସିରିଜ ବିଜୟ ହେବାର ସଫଳତା ସାଉଁଟିଛି।

Advertisment

ଇଣ୍ଡିଜ ଟିମକୁ ଏପରି ବିଜୟରେ ବେଶ ଆବଶ୍ୟକତା ମଧ୍ୟ ଥିଲା। କାରଣ ଦଳ ଏହା ପୂର୍ବରୁ ଟି-୨୦ରେ ପାକିସ୍ତାନ ଠାରୁ ହାରିଥିଲା। ସେହିପରି ଅଷ୍ଟ୍ରେଲିଆ ଠାରୁ ଟେଷ୍ଟରେ ୩-୦ ଓ ଟି-୨୦ରେ ୫-୦ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୩୫ ବର୍ଷ ମଧ୍ୟରେ ପ୍ରଥମଥର ପାକିସ୍ତାନ ବିପକ୍ଷରେ କୌଣସି ସିରିଜ ଜିତିବା ଇଣ୍ଡିଜ କ୍ୟାମ୍ପରେ ନୂଆ ଉତ୍ସାହ ଭରି ଦେଇଛି। ଏକଥା ମ୍ୟାଚ ପରେ ସାଇ ହୋପ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି।

୨୯୫ ରନର ପିଛା କରୁଥିବା ପାକିସ୍ତାନକୁ ଆରମ୍ଭରୁ ଘାଣ୍ଟିଥିଲେ ସେଲ୍ସ। ସେ ସୈମ ଆୟୁବ, ଅବଦୁଲ୍ଲା ଶଫିକ୍ୟୁ ଓ ମହମ୍ମଦ ରିଜୱାନଙ୍କୁ ଆଉଟ କରି ପାକିସ୍ତାନର ସ୍କୋରକୁ ୮-୩ କରି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ୯ ରନ କରିଥିବା ବାବର ଆଜମଙ୍କୁ LBW କରି ପାକିସ୍ତାନର ବିଜୟ ଆଶାରେ ପାଣି ପକାଇ ଦେଇଥିଲେ।

ବାମହାତୀ ସ୍ପିନର ଗୁଡାକେଶ ମୋତି ମିଡିଲ ଓଭରରେ ୨ଟି ୱିକେଟ ନେଇଥିବା ବେଳେ ସେଲ୍ସ ଶେଷ ଭାଗରେ ହାସନ ଅଲୀ ଓ ନଶୀମ ଶାହଙ୍କୁ ପ୍ୟାଭିଲିୟନ ପଠାଇ ୬ଷ୍ଠ ସଫଳତା ପାଇଥିଲେ। ଶେଷରେ ରୋଷ୍ଟନ ଚେଜ ପାକିସ୍ତାନର ଅବରାର ଅହମଦଙ୍କୁ ରନ ଆଉଟ କରି ଇଣ୍ତିଜକୁ ବିଜୟ ଭେଟି ଦେଇଥିଲେ।

Pakistan Cricket WestIndies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe