Advertisment

ଦ୍ୱିତୀୟ ଟେଷ୍ଟ: ଆଉ ୨୮୯ ରନ୍ କଲେ ଜିତିବ ୱେଷ୍ଟଇଣ୍ଡିଜ୍

ୱେଷ୍ଟଇଣ୍ଡିଜ ଆଗରେ ୩୬୫ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି।

Ajinkya and Ashwin

Ajinkya and Ashwin

Advertisment

ପୋର୍ଟ ଅଫ୍ ସ୍ପେନ୍‌ରେ ଚାଲିଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ଆଜି ଶେଷ ଦିନରେ ଆଉ ୨୮୯ ରନ୍ କରିବାକୁ ପଡ଼ିବ। ଦଳ ଆଗରେ ୩୬୫ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତିବା ପାଇଁ ଭାରତକୁ ଦରକାର ଆଉ ୮ଟି ୱିକେଟ। 

Advertisment

ଭାରତ ପ୍ରଥମ ଇନିଂସରେ ୪୩୮ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨୫୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୨୨୯ ରନ୍ କରିଥିଲା। କିନ୍ତୁ ଗତକାଲି ଚତୁର୍ଥ ଦିନରେ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗତକାଲି ଦଳ ମାତ୍ର ୨୬ ରନ୍‌ରେ ବାକି ୫ଟି ୱିକେଟ ହରାଇ ଥିଲା।

ଏହା ପରେ ୧୮୩ ରନ୍‌ର ଲିଡ୍ ପାଇଥିବା ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦଳ ୨ ୱିକେଟ୍ ହରାଇ ୧୮୧ ରନ୍ କରିବା ପରେ ପାଳି ଘୋଷଣା କରିଥିଲା।

Advertisment

ଦଳ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ୩୮ (୩୦ ବଲ୍‌, ୪ ଚୌକା, ଗୋଟିଏ ଉକା) ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୭ ରନ୍ (୪୪ ବଲ୍‌, ୫ ଚୌକା ଓ ୩ ଛକା) କରିଥିବା ବେଳେ ଶାନନ ଗାବ୍ରିଏଲଙ୍କ ବଲ୍‌ରେ ଆଲଜରୀ ଜୋଶେଫଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଶୁବମନ ଗିଲ୍ ୨୯ (୩୭ ବଲ୍‌, ୧ ଚୌକା) ଓ ଈଶାନ କିଷନ ୫୨ (୩୪ ବଲ୍‌, ୪ ଚୌକା, ୨ ଛକା) ରନ୍ କରି କ୍ରିଜ୍‌ରେ ଥିବା ବେଳେ ଦଳ ପାଳି ଘୋଷଣା କରିଥିଲା। ଏହା ସହିତ ଦଳ ବିଜୟ ପାଇଁ ୱେଷ୍ଟଇଣ୍ଡିଜ ସମ୍ମୁଖରେ ୩୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା।

ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦଳକୁ ୧୭.୬ ଓଭରରେ ଲାଗିଥିଲା ବଡ଼ ଝଟକା। ପ୍ରଥମ ଇନିଂସରେ ୭୫ ରନ୍‌ କରିଥିବା ଅଧିନାୟକ କ୍ରେଗ ବ୍ରାଥ୍‌ୱେଟ ଆଉଟ୍ ହୋଇଯାଇଥିଲେ। ସେ ୨୮ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଜୟଦେବ ଉନାଦକଟଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ।

ବ୍ରାଥ୍‌ୱେଟ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିବା କିର୍କ ମ୍ୟାକେଞ୍ଜି ଖାତା ଖୋଲି ପାରି ନଥିଲେ। ମାତ୍ର ୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମ୍ୟାକେଞ୍ଜିଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ଅଶ୍ୱିନ। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଚନ୍ଦରପଲ ୨୪ (୯୮ ବଲ୍‌, ୨ ଚୌକା) ଓ ଜର୍ମେନ ବ୍ଳାକଉଡ୍ ୨୦ (୩୯ ବଲ୍‌, ୩ ଚୌକା) ରନ୍ କରି ଅପରାଜିତ ରହିଥିଲେ। ଆଜି ଏହି ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ତଥା ଅନ୍ତିମ ଦିନରେ ଇନିଂସକୁ ଆଗେଇ ନେବାକୁ ଏହି ଦୁଇ ଜଣ ପୁଣି ପଡ଼ିଆକୁ ଓହ୍ଲାଇବେ।

West Indies INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe