Advertisment

ପୁଣି ଟସ୍ ହାରିଲେ ରୋହିତ୍, ଡେବ୍ୟୁ କଲେ ଆଭେଶ ଖାନ୍

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଭ୍ରମଣକାରୀ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟଥର ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଡାହାଣହାତୀ ପେସର୍ ଆଭେଶ ଖାନ୍ ଡେବ୍ୟୁ କରିଛନ୍ତି। ସେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ସେହିପରି ବିରାଟ୍ କୋହଲି, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୁଣି ଟସ୍ ହାରିଲେ ରୋହିତ୍, ଡେବ୍ୟୁ କଲେ ଆଭେଶ ଖାନ୍

avesh-khan

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଭ୍ରମଣକାରୀ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟଥର ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

Advertisment

ଉକ୍ତ ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଡାହାଣହାତୀ ପେସର୍ ଆଭେଶ ଖାନ୍ ଡେବ୍ୟୁ କରିଛନ୍ତି। ସେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି। ସେହିପରି ବିରାଟ୍ କୋହଲି, ଋଷଭ ପନ୍ତ, ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଏମାନଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ୍, ଶ୍ରେୟସ ଆୟର୍ ଓ ଶାର୍ଦ୍ଦୁଲ ଠାକୁର ସାମିଲ୍ ହୋଇଛନ୍ତି। ଋତୁରାଜ ଓ ଈଶାନ୍ କିଶନ ଓପନ୍ କରିବେ। ରୋହିତ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ସମାନ ସଂଖ୍ୟକ ପରିବର୍ତ୍ତନ କରିଛି। ବ୍ରାଣ୍ଡନ୍ କିଙ୍ଗଙ୍କ ସ୍ଥାନରେ ଶାଇ ହୋପ ସ୍ଥାନ ପାଇଛନ୍ତି।

Advertisment

https://twitter.com/BCCI/status/1495384902333698048?s=20&t=ZZIm-Y_soSb_5w4tRBSSgg

ଭାରତ: ଈଶାନ୍ କିଶନ, ଋତୁରାଜ ଗାଏକ୍ୱାଡ, ରୋହିତ୍ ଶର୍ମା (କ୍ୟାପଟେନ୍), ଶ୍ରେୟସ ଆୟର୍, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ହର୍ଷଲ୍, ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର, ରବି ବିଷ୍ଣୋଇ, ଆଭେଶ ଖାନ୍।

ୱେଷ୍ଟଇଣ୍ଡିଜ୍: ଶାଇ ହୋପ, କାଇଲ୍ ମେୟର୍ସ, ନିକୋଲାସ୍ ପୁରନ୍ (ୱିକେଟ୍ କିପର), ରୋଭମ୍ୟାନ୍ ପୋୱେଲ୍, ରୋଷ୍ଟନ୍ ଚେଜ୍, କାଇରନ୍ ପୋଲାର୍ଡ, ଜେସନ୍ ହୋଲ୍ଡର, ଫାବିଆନ୍ ଆଲେନ୍, ରୋମାରିଓ ଶେଫର୍ଡ, ହେଡେନ୍ ୱାଲ୍ସ, ଡୋମିନିକ୍ ଡ୍ରେକ୍ସ।