କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମର କ୍ୟାପଟେନ୍ କାଇରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।
କୋଲକାତାର ଇଡେନ୍ ଗାର୍ଡେନ୍ସରେ ପୋଲାର୍ଡ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ଷ୍ଟାର୍ ଅଲରାଉଣ୍ଡର ଜେସନ୍ ହୋଲ୍ଡର ସ୍କ୍ୱାଡକୁ ଫେରିଥିବା ବେଳେ ଫାବିଆନ୍ ଆଲେନ୍ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରଖିଛି।
ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି। ଦ୍ୱିତୀୟ ମ୍ୟାଚ୍ ଜିତି କ୍ୟାରିବିଆନ୍ ଟିମ୍ ସିରିଜକୁ ଫେରିବାକୁ ଚାହିଁବ।
https://twitter.com/BCCI/status/1494656644180951047?s=20&t=gDRfAOHxV1oF1kEhwxpS8g
ଭାରତ: ରୋହିତ୍ ଶର୍ମା, ଈଶାନ୍ କିଶନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର୍, ଦୀପକ ଚହର, ହର୍ଷଲ୍ ପଟେଲ୍, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।
ୱେଷ୍ଟଇଣ୍ଡିଜ୍: ବ୍ରାଣ୍ଡନ୍ କିଙ୍ଗ୍, କାଇଲ୍ ମେୟର୍ସ, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ରୋଭମ୍ୟାନ୍ ପୋୱେଲ୍, ଜେସନ୍ ହୋଲ୍ଡର୍, ଅକିଲ୍ ହୋସେନ୍, ଓଡେନ୍ ସ୍ମିଥ୍, ଶେଫର୍ଡ, ଶେଲଡନ୍ କଟରେଲ୍।