Advertisment

ଆଇପିଏଲରୁ ଅବସର ନେଇ କ’ଣ କହିଲେ ଧୋନି?

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗ୍‌ସ ୫ମ ଥର ଆଇପିଏଲ ଚାମ୍ପିଅନ ହୋଇଛି।

Dhoni

Dhoni

Advertisment

ଶେଷ ହୋଇଯାଇଛି ଆଇପିଏଲ ୨୦୨୩। ଆଉ ଏହା ସହିତ ଶେଷ ହୋଇଛି ଆଇପିଏଲରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଲାଗି ରହିଥିବା ସସପେନ୍ସ। ଗତକାଲି ଚେନ୍ନାଇ ସୁପରକିଙ୍ଗ୍‌ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଅବସର ନେବେ ନାହିଁ ବୋଲି କହିଛନ୍ତି। ସେ ଆଇପିଏଲର ଆସନ୍ତା ସିଜିନ ଖେଳିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ହେବ ବୋଲି ଧୋନି କହିଛନ୍ତି।

Advertisment

ଗତକାଲି ମ୍ୟାଚ୍‌ ପରେ ଧୋନି କହିଥିଲେ ଯେ ସମସ୍ତେ ତାଙ୍କ ମୁହଁରୁ ଅବସର ନେଇ ଉତ୍ତର ଶୁଣିବାକୁ ଚାହୁଁଛନ୍ତି। ପରିସ୍ଥିତିକୁ ଦେଖିଲେ ଅବସର ଘୋଷଣା ପାଇଁ ଏହା ହେଉଛି ତାଙ୍କ ପାଇଁ ସବୁଠୁ ବଢ଼ିଆ ସମୟ। ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ କହିବା ବହୁତ ସହଜ। କିନ୍ତୁ ୯ ମାସ ପୁଣି ପରିଶ୍ରମ କରି ଟିମ୍‌କୁ ଫେରିବା ଓ ଅତିକମ୍‌ରେ ଆଇପିଏଲର ଆଉ ଏକ ସିଜିନ ଖେଳିବା ତାଙ୍କ ପାଇଁ ବହୁତ କଷ୍ଟକର। ତଥାପି ସେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହା କରିବାକୁ ପ୍ରସ୍ତୁତ। ଏହା ସେମାନଙ୍କ ପାଇଁ ତାଙ୍କ ତରଫରୁ ଏକ ଉପହାର ହେବ। ସେ ସତରେ ଏଭଳି କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ତାଙ୍କ ଶରୀରର ଫିଟନେସ ଉପରେ ନିର୍ଭର କରେ। ଏହା ଉପରେ ନିଷ୍ପତ୍ତି ନେବା ପାଇଁ ୬/୭ ମାସ ଲାଗିଯିବ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ପଞ୍ଚମ ଥର ପାଇଁ ଆଇପିଏଲରେ ଚାମ୍ପିୟନ ହୋଇଛି। ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ଡିଏଲ୍‌ଏସ୍ ମେଥଡରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା ଦଳ।

Advertisment

ଧୋନି ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ୍ ଖେଳିଥିଲେ। ଆଇପିଏଲରେ ୨୫୦ଟି ମ୍ୟାଚ୍‌ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି। ତା’ମଧ୍ୟରୁ ୨୨୬ଟି ମ୍ୟାଚ୍‌ରେ ସେ ନେତୃତ୍ୱ ନେଇଛନ୍ତି। ଆଉ ଏହା ମଧ୍ୟ ଏକ ରେକର୍ଡ। ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ଧୋନିଙ୍କ ପଛରେ ରହିଛନ୍ତି ରୋହିତ ଶର୍ମା। ସେ ୨୪୩ଟି ମ୍ୟାଚ୍ ଖେଳିଥିବା ବେଳେ ଦୀନେଶ କାର୍ତ୍ତିକ ୨୪୨, ବିରାଟ କୋହଲି ୨୩୭ ଓ ରବୀନ୍ଦ୍ର ଜାଡ଼େଜା ୨୨୬ଟି ମ୍ୟାଚ୍ ଖେଳିଛନ୍ତି। ଧୋନି ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ୨୦୧୬ ଓ ୨୦୧୭ ସିଜିନରେ ସେ ରାଇଜିଂ ପୁନେ ସୁପର ଜାଏଣ୍ଟସ ପକ୍ଷରୁ ଖେଳିଥିବା ବେଳେ ବାକି ସବୁ ସିଜିନ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe