Advertisment

ବିଶ୍ୱକପ୍ ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଡ୍ରାଭିଡଙ୍କୁ ନେଇ କ’ଣ କହିଲେ ରୋହିତ

ରାହୁଲ ଡ୍ରାଭିଡ ୨୦୦୩ ବିଶ୍ୱକପ୍ ଟିମ୍‌ର ସଦସ୍ୟ ଥିଲେ, ଯେଉଁଥିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା।

Rohit and Rahul

Rohit and Rahul

Advertisment

ଆସନ୍ତାକାଲି ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ୍‌। ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ତା’ପୂର୍ବରୁ ଆଜି ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କୁ ବହୁତ ପ୍ରଶଂସା କରିଛନ୍ତି ଅଧିନାୟକ ରୋହିତ ଶର୍ମା।

Advertisment

ସେ କହିଛନ୍ତି, ଦଳର ଭଲ ପ୍ରଦର୍ଶନ ପଛରେ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କର ବହୁତ ବଡ଼ ଭୂମିକା ରହିଛି। ସମସ୍ତ ଖେଳାଳିଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ପୂରା ସ୍ପଷ୍ଟ କରିଛନ୍ତି ଡ୍ରାଭିଡ। ରାହୁଲ ଭାଇ କେମିତି ଖେଳୁ ଥିଲେ ଆପଣମାନେ ଦେଖିଛନ୍ତି। ଏବେ ମୁଁ କେମିତି ଖେଳୁଛି, ତାହା ବି ଆପଣମାନେ ଦେଖୁଛନ୍ତି। ଆମ ଦୁହିଁଙ୍କ ଭିତରେ ପାର୍ଥକ୍ୟ ରହିଛି। କିନ୍ତୁ ସେ ଆମକୁ ସ୍ୱାଧିନତା ଦେଇଛନ୍ତି। ଆମେ ଯେଉଁ ଭଳି ଢଙ୍ଗରେ ଖେଳିବାକୁ ଚାହୁଁଛୁ, ସେମିତି ଖେଳିବାକୁ ସେ ସ୍ୱାଧିନତା ଦେଇଛନ୍ତି। ଏହା ତାଙ୍କ ସଂପର୍କରେ ବହୁତ କିଛି କଥାକୁ ପ୍ରତିପାଦିତ କରୁଛି।

ରୋହିତ ଆହୁରି କହିଛନ୍ତି, ଖରାପ ସମୟରେ ସେ ସମସ୍ତ ଖେଳାଳିଙ୍କ ସହିତ ଛିଡ଼ା ହୋଇଛନ୍ତି। ବିଶେଷକରି ଗତ ଟିଟ୍ୱେଣ୍ଟି ବିଶ୍ୱକପ୍‌ ବେଳେ ସେ ସମସ୍ତ ଖେଳାଳିଙ୍କୁ ସମର୍ଥନ କରିଥିଲେ ଓ ପ୍ରୋତ୍ସାହିତ କରିଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ଆମେ ସେମି ଫାଇନାଲରେ ହାରି ଯାଇଥିଲୁ। ଅନେକ ସ୍ଥିତିରେ ତାଙ୍କର ମତାମତ ସମସ୍ତ ଖେଳାଳିଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ସେ ଏଭଳି (ବିଶ୍ୱକପ୍ ବିଜୟୀ ହେବା ଭଳି) ଏକ ବଡ଼ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଚାହାନ୍ତି। ଆମେ ତାଙ୍କ (ରାହୁଲ ଡ୍ରାଭିଡ) ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଛୁ।

Advertisment

ରାହୁଲ ଡ୍ରାଭିଡ ୨୦୦୩ ବିଶ୍ୱକପ୍ ଟିମ୍‌ର ସଦସ୍ୟ ଥିଲେ, ଯେଉଁଥିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା।

ଭାରତ ଦୁଇ ଥର ବିଶ୍ୱକପ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୫ ଥର ଜିତିଛି। ସେହିପରି ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ଖେଳିବ। ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା।

Rohit Sharma Rahul Dravid Team India ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe