Advertisment

ସିରିଜ ଅଧାରୁ କାହିଁକି ଅବସର ଘୋଷଣା କଲେ ରବି ଅଶ୍ୱିନ?

ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

Ashwin

Ashwin

Advertisment

ଏବେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଚାଲିଛି। ଗାବା ଟେଷ୍ଟ ଡ୍ରରେ ଶେଷ ହେବା ପରେ ସିରିଜ ପୂର୍ବଭଳି ୧-୧ରେ ରହିଛି। ୫ ଟିକିଆ ଟେଷ୍ଟ ସିରିଜରେ ଆହୁରି ଦୁଇଟି ମ୍ୟାଚ୍‌ ବାକି ରହିଥିଲେ ହେଁ ଆଜି ସମସ୍ତଙ୍କୁ ଚକିତ କରି ଭାରତୀୟ କ୍ରିକେଟ ଟିମର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।

Advertisment

ଏଯାଏ ୧୦୬ ଟେଷ୍ଟ ଖେଳି ୫୩୭ ୱିକେଟ ନେଇଥିବା ଅଶ୍ୱିନ ସିରିଜ ଅଧାରୁ ଅପ୍ରତ୍ୟାଶିତ ଢଙ୍ଗରେ ଅବସର ଘୋଷଣା କରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଅଶ୍ୱିନଙ୍କ ପାଖରେ ଆହୁରି ଖେଳ ବାକି ରହିଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଗ୍ରହଣ କଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ଅଶ୍ୱିନ ତାଙ୍କ ପିଢ଼ିର ଅନ୍ୟତମ ଶ୍ରେଷ୍ଠ ଟେଷ୍ଟ କ୍ରିକେଟରର ମାନ୍ୟତା ପାଇଥିଲେ। ସମ୍ଭବତଃ ଏହି କାରଣ ପାଇଁ ଅଶ୍ୱିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କୁହାଯାଉଉଛି।

Advertisment

ଅଶ୍ୱିନଙ୍କ ଅବସର ପଛର କାରଣ କ’ଣ ସବୁ ହୋଇପାରେ ଜାଣନ୍ତୁ...

୧- ଗାବାରେ ଦମଦାର ପ୍ରଦର୍ଶନ ପରେ ଟିମରେ ଜାଡେଜାଙ୍କ ସ୍ଥାନ ପକ୍କା: ଅବସର ପଛର ପ୍ରଥମ କାରଣ ରବୀନ୍ଦ୍ର ଜାଡେଜା ହୋଇପାରନ୍ତି। ଗାବା ଟେଷ୍ଟରେ ଜାଡେଜା ବ୍ୟାଟରେ ଦମ ଦେଖାଇ ସିରିଜର ବାକି ୨ଟି ମ୍ୟାଚ ପାଇଁ ଚୂଡ଼ାନ୍ତ ଏକାଦଶରେ ନିଜର ସ୍ଥାନ ଏକ ପ୍ରକାରର ପକ୍କା କରି ନେଇଛନ୍ତି। ଜାଡେଜା ଗାବାରେ ୭୭ ରନର ଇନିଂସ ଖେଳିବାରୁ ଭାରତ ଫଲୋଅନ ଏଡ଼ାଇ ପାରିଥିଲା।

ଭାରତ ୪ର୍ଥ ଟେଷ୍ଟରେ ମେଲବର୍ଣ୍ଣରେ ଓ ୫ମ ଟେଷ୍ଟ ସିଡ୍‌ନୀରେ ଖେଳିବ। ଏଠାରେ ପିଚ୍‌ ସାମାନ୍ୟ ସ୍ପିନରଙ୍କୁ ସୁହାଇ ପାରେ। ଏପରି ସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ଜାଡେଜାଙ୍କ ଚୟନ ପ୍ରଥମ ପସନ୍ଦରେ ରହିବ। ଏହାପରେ ୱାଶିଂଟନ ସୁନ୍ଦର ମଧ୍ୟ ସ୍କ୍ୱାଡରେ ରହିଛନ୍ତି। ଏପରି ସ୍ଥିତିରେ ଅଶ୍ୱିନଙ୍କୁ ସୁଯୋଗ ମିଳିବା ଅତ୍ୟନ୍ତ କଷ୍ଟକର।

୨- ଅଶ୍ୱିନଙ୍କ ବଦଳରେ ୱାଶିଂଟନଙ୍କୁ ଅଧିକ ଗୁରୁତ୍ୱ: ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ସମ୍ପର୍କରେ ଆଲୋଚନା କରିବା ବେଳେ ସୁନୀଲ ଗାଭାସ୍କର ସଙ୍କେତ ଦେଇଛନ୍ତି ଯେ ଟିମ ଚୟନ ବେଳେ ସୁନ୍ଦରଙ୍କ ପଲ୍ଲା ସାମାନ୍ୟ ଭାରୀ ରହିବ। ଯାହା ଜଣାପଡ଼ୁଛି ଗୌତମ ଗମ୍ଭୀରଙ୍କ କୋଚିଂରେ ସମସ୍ତେ ୱାଶିଂଟନ ସୁନ୍ଦରଙ୍କ ଫ୍ୟାନ। ଖାସ ଏହି କାରଣ ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ ଅଧାରୁ ସୁନ୍ଦରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା। ସେ ମଧ୍ୟ ବ୍ୟାଟ ଓ ବଲରେ କମାଲ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଶ୍ୱିନ ଓ ଜାଡେଜାଙ୍କ ବଦଳରେ ୨୫ ବର୍ଷୀୟ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଯାହା ଜଣାପଡ଼ୁଛି ଅଶ୍ୱିନଙ୍କ ବିକଳ୍ପ ଭାବେ ତାଙ୍କୁ ବିଚାରକୁ ନିଆଯାଇଛି।

୩- ନୀତୀଶ କୁମାର ରେଡ୍ଡୀଙ୍କ ଆବିର୍ଭାବ : ଦୀର୍ଘ ଦିନ ଧରି ଭାରତୀୟ ଟିମ ଜଣେ ପେସ ବୋଲିଂ ଅଲରାଉଣ୍ଡରଙ୍କୁ ଖୋଜିବାରେ ଲାଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ନାଲି ବଲ କ୍ରିକେଟରୁ ଦୂରେଇ ରହିବା ପରେ ଭାରତୀୟ ଟିମ ତାଙ୍କ ବିକଳ୍ପ ଭାବେ ଏମିତି ଜଣେ ଖେଳାଳିଙ୍କୁ ଚାହୁଁଥିଲା ଯିଏ ବ୍ୟାଟ ଓ ବଲରେ କିଛି ଭଲ ପ୍ରଦର୍ଶନ କରିପାରିବେ।

ଏବେ ନୀତୀଶ କୁମାର ରେଡ୍ଡୀ କିଛି ମାତ୍ରାରେ ଏହି ସ୍ଥାନକୁ ପୂରଣ କରିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିଥିବା ନୀତୀଶ ୫ ଇନିଂସରେ ୧୭୯ ରନ କରିଛନ୍ତି। ସେ ୨୭ ଓଭର ବୋଲିଂ କରି ୩ଟି ୱିକେଟ ମଧ୍ୟ ପାଇଛନ୍ତି।

ନୀତୀଶ କୁମାରଙ୍କ ଆବିର୍ଭାବ ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଘରୋଇ ସିରିଜରେ ଯଶପ୍ରୀତ ବୁମ୍ରାଙ୍କୁ ଏକମାତ୍ର ପେସର ଭାବେ ଚୟନ କରି ବାକି ୩ଟି ସ୍ପିନର ଖେଳାଇ ପାରିବ। ଜାଡେଜା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ଉଭୟ ବ୍ୟାଟିଂ ଓ ବୋଲିଂରେ ମାହିର। ସେହିପରି ସେନା ଦେଶଗୁଡ଼ିକରେ ନୀତୀଶ କୁମାରଙ୍କ ବ୍ୟାଟିଂ ସହ ବୋଲିଂ ମଧ୍ୟ ଭାରତକୁ ଫାଇଦା ଦେବ।

୪- ବେଶ କିଛି ଦିନ ଧରି ନାହିଁ ଘରୋଇ ଟେଷ୍ଟ ସିରିଜ: ଭାରତରେ ଅଶ୍ୱିନଙ୍କ ରେକର୍ଡ ଅତୁଳନୀୟ। ସେ ଟେଷ୍ଟ କ୍ରିକେଟରେ ନେଇଥିବା ୫୩୭ ୱିକେଟ ମଧ୍ୟରୁ ଭାରତରେ ୩୮୩ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ତେଣୁ ଘରୋଇ ଟେଷ୍ଟ ସିରିଜରେ ତାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ।

କିନ୍ତୁ ୨୦୨୫ରେ ଭାରତ ନିଜ ମାଟିରେ କେବଳ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ସିରିଜ ଖେଳିବ। ଏହାପରେ ବିଦେଶ ମାଟିରେ ଏକାଧିକ ଟେଷ୍ଟ ସିରିଜ ଖେଳିବାକୁ ଯିବ। ଏପରି ସ୍ଥିତିରେ ଅଶ୍ୱିନ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବାର ସମ୍ଭାବନା କମ।

ବିଦେଶ ମାଟିରେ ଜାଡେଜା ପ୍ରାୟତଃ ଖେଳୁଛନ୍ତି। ସେହିପରି ଏବେ ୱାଶିଂଟନ ମଧ୍ୟ ରେସକୁ ଚାଲି ଆସିଲେଣି। ତେଣୁ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ଏବେ ଅଲବିଦା କହିବାର ଉପଯୁକ୍ତ ସମୟ ବୋଲି ଭାବି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Bcci Ravichandran Ashwin ICC Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe