Advertisment

T20 World Cup: ନେଟ ରନ ରେଟ ସୁଧାରିବାକୁ ଜିମ୍ବାୱେ ବିପକ୍ଷରେ ଭାରତକୁ କ’ଣ କରିବାକୁ ପଡ଼ିବ?

ଯଦି ଆଜିର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଜିତି ନେଉଛି, ତା’ହେଲେ ଭାରତର ସେମି ଫାଇନାଲ ଯିବା ରାସ୍ତା ସାମାନ୍ୟ ସହଜ ହୋଇଯିବ। ଭାରତକୁ ଆଉ କୌଣସି ଦଳର ରେଜଲ୍ଟ ନୁହେଁ, ବରଂ ନିଜ ଖେଳ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ।

author-image
Hemant Lenka
SKY

ସୂର୍ଯ୍ୟ କୁମାର ଓ ସିକନ୍ଦର ରଜା

ଟି-୨୦ ବିଶ୍ୱକପ(T20 World Cup)ର ସେମି ଫାଇନାଲରେ ଭାରତ ପହଞ୍ଚିବ କି ନାହିଁ, ସେକଥା ଆଜି ଏକ ପ୍ରକାରର ସ୍ପଷ୍ଟ ହେବ। ଆଜି ଦିନ ୩ଟାରେ ଅହମଦାବାଦରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଭାରତ ଖେଳିବ ନାହିଁ। କିନ୍ତୁ ଭାରତୀୟ କ୍ରିକେଟ ପ୍ରେମୀ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। କାରଣ ଏହି ମ୍ୟାଚ୍‌ ହିଁ ଭାରତର ବିଶ୍ୱକପ ସ୍ୱପ୍ନ ନିର୍ଦ୍ଦାରଣ କରିବ। 

Advertisment

ଯଦି ଆଜିର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଜିତି ନେଉଛି, ତା’ହେଲେ ଭାରତର ସେମି ଫାଇନାଲ ଯିବା ରାସ୍ତା ସାମାନ୍ୟ ସହଜ ହୋଇଯିବ। ଭାରତକୁ ଆଉ କୌଣସି ଦଳର ରେଜଲ୍ଟ ନୁହେଁ, ବରଂ ନିଜ ଖେଳ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ। 

ଆଜି ସନ୍ଧ୍ୟା ୭ଟାରେ ଭାରତ ଓ ଜିମ୍ବାୱେ ଚେନ୍ନାଇରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଯଦି ଭାରତ ଜିତି ନେବେ, ତା’ହେଲେ ମାର୍ଚ୍ଚ୧ ରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ ହେବ। ଏହି ମ୍ୟାଚ୍‌ ଯିଏ ଜିତିବ ସିଏ ସେମି ଫାଇନାଲରେ ପ୍ରବେଶ କରିବ।

Advertisment

ଏପରି ସ୍ଥିତିରେ ଭାରତକୁ ଆଉ ରନ ରେଟ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ ନାହିଁ। ତେଣୁ ଆଜି ଦକ୍ଷିଣ ଆଫ୍ରିକା ମଧ୍ୟାହ୍ନରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ଜିତୁ ବୋଲି ଭାରତୀୟ ନିଶ୍ଚିତ ଚାହିଁବେ। 

ଯଦି ଆଜି ୱେଷ୍ଟଇଣ୍ଡିଜ ଜିତି ନେଉଛି, ତା’ହେଲେ ମଧ୍ୟ ଭାରତ ପାଖରେ ସେମି ଯିବାକୁ ଆଉଟ ସାଇଡ ସୁଯୋଗ ରହିବ। ଏପରି ସ୍ଥିତିରେ ଦଳକୁ ତା’ର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ସୁପର ୮ର ପ୍ରଥମ ମ୍ୟାଚ୍‌ ଭାରତ ୭୬ ରନରେ ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ଦଳର ରନ ରେଟ ପ୍ରଭାବିତ ହୋଇଛି।
ଭାରତର ରନ ରେଟ ଏବେ ବିଯୁକ୍ତ ୩.୮୦ ରହିଛି। ଦକ୍ଷିଣ ଆଫ୍ରିକା ଯୁକ୍ତ ୩.୮୦ରେ ରହିଛି। ୱେଷ୍ଟଇଣ୍ଡିଜ ୧୦୭ ରନରେ ଜିମ୍ବାୱେକୁ ହରାଇବା ପରେ ଦଳର ରନ ରେଟ + ୫.୩୫୦ରେ ରହିଛି। 

ଭାରତ ବିଯୁକ୍ତରେ ଥିବାରୁ ଦଳକୁ ପ୍ରଥମେ ଜିମ୍ବାୱେ ବିପକ୍ଷ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତି ନିଜର ରନ ରେଟକୁ ସୁଧାରିବାକୁ ପଡ଼ିବ। ଯଦି ଭାରତ ଆଜି ପ୍ରଥମେ ବ୍ୟାଟିଂ କରୁଛି, ତା’ହେଲେ ଦଳକୁ ୨୦୦ ରନ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଜିମ୍ବାୱେକୁ ୧୨୩ ରନରେ ଅଟକାଇବାକୁ ପଡ଼ିବ। ଭାରତ ୭୭ ରରେ ମ୍ୟାଚ୍‌ ଜିତିଲେ ଦଳର ରନ ରେଟ +୦.୧କୁ ଆସିବ। ଏହାପରେ ସମାନ ସ୍ଥିତି ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ କରିବାକୁ ପଡ଼ିବ। 

ଭାରତ ପ୍ରଥମେ ବ୍ୟାଟିଂ କଲେ କ’ଣ କରିବାକୁ ପଡ଼ିବ?

୧- ଯଦି ଭାରତ ୧୭୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୯୨ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ 

୨- ଯଦି ଭାରତ ୧୮୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୦୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ 

୩- ଯଦି ଭାରତ ୧୯୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୧୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ 

୪- ଯଦି ଭାରତ ୨୦୦ ରନ କରୁଛି, ତା’ହେଲେ ଜିମ୍ବାୱେକୁ ୧୨୩ କିମ୍ବା ତା’ଠାରୁ କମରେ ରଖିବାକୁ ପଡ଼ିବ

ଭାରତ ଦ୍ୱିତୀୟ ବ୍ୟାଟିଂ କଲେ କ’ଣ କରିବାକୁ ପଡ଼ିବ? 

ଭାରତ ଚେଜ କରିବା ବେଳେ ସ୍ଥିତି ସଂପୂର୍ଣ୍ଣ ଅଲଗା ରହିବ। ୧୬ କିମ୍ବା ୧୭ ଓଭରରେ ଜିମ୍ବାୱେ ଦେଉଥିବା ଟାର୍ଗେଟକୁ ଯଦି ଭାରତ ପୂରଣ କରୁଛି, ତା’ହେଲେ ରନ ରେଟରେ ସୁଧାର ଆସିବ। କିନ୍ତୁ ଏହା ରନ ରେଟକୁ ଯୁକ୍ତ ସ୍ଥିତିକୁ ଆଣିବ ନାହିଁ। ରନ ରେଟକୁ + କରିବାକୁ ହେଲେ ଭାରତକୁ ଦ୍ରୁତଗତିରେ ନିଜର ଟାର୍ଗେଟକୁ ପୂରଣ କରିବାକୁ ପଡ଼ିବ। ଜିମ୍ବାୱେ ଯେତେ ସ୍କୋର କରିଥିଲେ ହେଁ ଭାରତକୁ ୧୦ରୁ ୧୨ ଓଭର ମଧ୍ୟରେ ଏହାକୁ ହାସଲ କରିବାକୁ ହେବ। 

୧- ଯଦି ଜିମ୍ବାୱେ ୧୪୦ ରନ କରୁଛି, ତା’ହେଲେ ଭାରତ ୧୪୧ ରନର ଟାର୍ଗେଟକୁ ୧୦.୪ ଓଭରରେ ହାସଲ କରିବାକୁ ହେବ

୨- ଯଦି ଜିମ୍ବାୱେ ୧୬୦ ରନ କରୁଛି, ତା’ହେଲେ ଭାରତ ୧୬୧ ରନର ଟାର୍ଗେଟକୁ ୧୧.୨ ଓଭରରେ ହାସଲ କରିବାକୁ ହେବ

୩- ଯଦି ଜିମ୍ବାୱେ ୧୮୦ ରନ କରୁଛି, ତା’ହେଲେ ଭାରତ ୧୮୧ ରନର ଟାର୍ଗେଟକୁ ୧୧.୪ ଓଭରରେ ହାସଲ କରିବାକୁ ହେବ

୪- ଯଦି ଜିମ୍ବାୱେ ୨୦୦ ରନ କରୁଛି, ତା’ହେଲେ ଭାରତ ୨୦୧ ରନର ଟାର୍ଗେଟକୁ ୧୨.୧ ଓଭରରେ ହାସଲ କରିବାକୁ ହେବ

T20 World Cup