ipl-bio-bubble
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣର ୨୦ରୁ ଅଧିକ ମ୍ୟାଚ୍ ଶେଷ ହୋଇସାରିଲାଣି। ଗୋଟିଏ ପଟେ ଦେଶରେ ଯେଉଁଠି କରୋନାର ଦ୍ୱିତୀୟ ଲହର୍ ସାଙ୍ଘାତିକ ହେବାରେ ଲାଗିଛି, ସେହି ସମୟରେ ଏହି ବ୍ୟୟବହୁଳ ଲିଗର ଆୟୋଜନ କରାଯାଉଛି। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କିଛି କରୋନାରେ ସଂକ୍ରମିତ ହୋଇଥିଲେ। ତେବେ ଏବେ ସବୁ ଖେଳାଳି କରୋନାରୁ ମୁକ୍ତ ହୋଇସାରିଛନ୍ତି ଏବଂ ସମସ୍ତେ ନିଜ ନିଜର ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଛନ୍ତି।
/odisha-reporter/media/post_attachments/sites/default/files/2021/04/06/927728-iplcovid.jpg)
କରୋନ କାଳରେ ଆଇପିଏଲର ଆୟୋଜନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତେବେ ଏହି ମୁଦ୍ଦାକୁ ଅଧିକ ଉଜାଗର କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି। କାରଣ ଅଷ୍ଟ୍ରେଲିଆର କିଛି ଖେଳାଳି ଆଇପିଏଲରୁ ଓହରି ଯାଇଛନ୍ତି। ଆଡାମ ଜାମ୍ପା, କେନ୍ ରିଚାର୍ଡସନ୍ ଓ ଆଣ୍ଡ୍ରୁ ଟାଇଙ୍କ ଭଳି ଖେଳାଳି ଆଇପିଏଲ୍ ଅଧାରୁ ସ୍ୱଦେଶ ଫେରିଯାଇଛନ୍ତି। ବାୟୋ ବବଲ୍ କାରଣରୁ ଜାମ୍ପା ଆଇପିଏଲ୍ ଛାଡ଼ିଥିବା କହିଛନ୍ତି। ୨୦୨୦ରେ ୟୁଏଇରେ ବାୟୋ ବବଲ ପରିବେଶ ତୁଳନାରେ ଭାରତରେ ଜାମ୍ପା ନିଜକୁ ସୁରକ୍ଷିତ ମନେ କରୁପାରୁନାହାନ୍ତି। ଏଭଳି ସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ବାସ୍ତବରେ ଏହି ବାୟୋ ବବଲ୍ କ’ଣ ଏବଂ ଏଥିରେ ଖେଳାଳି ଏତେ ସୁରକ୍ଷିତ କିପରି ରହୁଛନ୍ତି।
ବାୟୋ ବବଲ୍ ନୂଆ ଶବ୍ଦ ନୁହେଁ। ଆଇପିଏଲର ପୂର୍ବ ସଂସ୍କରଣରେ ମଧ୍ୟ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ବାୟୋ ବବଲକୁ ଇକୋ ବବଲ୍ ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ସୁରକ୍ଷିତ ବାତାବରଣ ହୋଇଥାଏ। ମ୍ୟାଚରେ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସୁରକ୍ଷିତ ବାତାବରଣ ମଧ୍ୟରେ ରୁହନ୍ତି। ଏହା ଏଭଳି ଏକ ବାତାବରଣ, ଯେଉଁଠାରେ ଏକ ଟିମର ବାହ୍ୟ ଦୁନିଆରୁ ସମ୍ପର୍କ କଟିଯାଇ ଥାଏ। କହିବାକୁ ଗଲେ ଏହା ଏକ ପ୍ରକାର କ୍ୱାରେଣ୍ଟାଇନ୍ ସଦୃଶ ହୋଇଥାଏ, କିନ୍ତୁ ଏଥିରେ ନିୟମ ଅଧିକ କଡ଼ାକଡ଼ି ରହିଥାଏ।
/odisha-reporter/media/post_attachments/ibnlive/uploads/924x616/jpg/2021/04/1617886994_ms-1.jpg)
ଏହି ସୁରକ୍ଷିତ ବାତାବରଣକୁ ଯିଏ ବି ପ୍ରବେଶ କରିଥାଏ, ସେ ବାହ୍ୟ ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଥାଏ। ଖେଳାଳିଙ୍କର କରୋନା ଟେଷ୍ଟ କରାଉଥିବା ଟିମକୁ ମଧ୍ୟ ଏହି ନିୟମର ଅନୁପାଳନ କରିବାକୁ ପଡ଼ିଥାଏ। ଏମାନେ ମଧ୍ୟ ବାୟୋ ବବଲରୁ ବାହାରକୁ ଯାଇପାରିବେ ନାହିଁ। ଯେଉଁମାନେ ପୂର୍ବରୁ କରୋନା ଟେଷ୍ଟ କରାଇ ସାରିଥିବେ, ସେହିମାନେ ହିଁ ଏହି ବାତାବରଣକୁ ଆସିପାରିବେ। ଅର୍ଥାତ୍ ଯେଉଁମାନେ ସଂକ୍ରମଣରୁ ସମ୍ପୂର୍ଣ୍ଣ ଦୂରରେ ରହିଥିବେ ଏବଂ ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଥିବ, ସେମାନେ ହିଁ ବାୟୋ ବବଲକୁ ଯାଇପାରିବେ।
/odisha-reporter/media/post_attachments/en/resize/newbucket/1200_-/2021/04/ipl-bio-bubble-1619507783.jpg)
ଆଇପିଏଲ୍ ଆରମ୍ଭ ହେବାର ୭ ଦିନ ପୂର୍ବରୁ ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲା। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଖେଳାଳିଙ୍କୁ ବାୟୋ ବବଲରେ ସାମିଲ୍ କରାଯାଇଥାଏ। ଅର୍ଥାତ୍ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ବବଲ୍ ମଇଦାନଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ। ଖେଳାଳିମାନେ ଏହାରି ଭିତରେ ହିଁ ରହିଥାନ୍ତି। ଏହି ବବଲ୍ ଭିତରେ ଯେତେ ଲୋକ ରୁହନ୍ତି, ସେମାନେ କେବଳ ପରସ୍ପର ସହ ସାକ୍ଷାତ କରିପାରିବେ, କାରଣ ସେମାନେ ସମସ୍ତେ କରୋନାରୁ ବହୁ ଦୂରରେ ରୁହନ୍ତି। ସମସ୍ତଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଥାଏ।
/odisha-reporter/media/post_attachments/wp-content/uploads/2021/04/bio-bubble-11.jpg)
ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ କେହିବି ଏହି ବବଲରୁ ବାହାରି ପାରିବେ ନାହିଁ । ବିଶେଷ ପରିସ୍ଥିତିରେ ବାହାରକୁ ଯିବା ପାଇଁ ଏବଂ ବବଲକୁ ଫେରିବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥାଏ। କରୋନା ରିପୋର୍ଟ ନେଗେଟିଭ୍ ହେବା ପରେ ପୁଣିଥରେ ବାୟୋ ବବଲ୍ ସହ ଯୋଗ ଦେବେ। ବିସିସିଆଇ ମୁତାବକ, ଯଦି କେହି ବବଲ୍ ଭାଙ୍ଗେ, ତାହେଲେ ସେ କୋଡ୍ ଅଫ୍ କଣ୍ଡକ୍ଟର ଦୋଷୀ ସାବ୍ୟସ୍ତ ହେବ। ତାଙ୍କ ବିରୋଧରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/ipl-bio-bubble.jpg)