Advertisment

କେଏଲ ରାହୁଲଙ୍କ ଖରାପ ଫର୍ମକୁ ନେଇ କ’ଣ କହିଲେ ରାହୁଲ ଡ୍ରାଭିଡ୍‌

ମେଲବର୍ଣ୍ଣ: ଆସନ୍ତାକାଲି ଭାରତ ଟି-୨୦ ବିଶ୍ୱକପର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଆଡିଲେଡରେ ଭାରତୀୟ ସମୟ ୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ପୂର୍ବମ୍ୟାଚ୍‌ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଯାଏ ଟି-୨୦ ବିଶ୍ୱକପରେ ୩ଟି ମ୍ୟାଚ୍‌ ଖେଳିଥିବା ଟିମ ଇଣ୍ଡିଆର ଓପନର କେଏଲ ରାହୁଲଙ୍କ ଖରାପ ଫର୍ମକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି। ରାହୁଲ ପାକିସ୍ତାନ ବିପକ୍ଷରେ ୪ ରନ କରିଥିବା ବେଳେ […]

କେଏଲ ରାହୁଲଙ୍କ ଖରାପ ଫର୍ମକୁ ନେଇ କ’ଣ କହିଲେ ରାହୁଲ ଡ୍ରାଭିଡ୍‌

Rahul

Advertisment

ମେଲବର୍ଣ୍ଣ: ଆସନ୍ତାକାଲି ଭାରତ ଟି-୨୦ ବିଶ୍ୱକପର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଆଡିଲେଡରେ ଭାରତୀୟ ସମୟ ୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ପୂର୍ବମ୍ୟାଚ୍‌ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

କିନ୍ତୁ ଏଯାଏ ଟି-୨୦ ବିଶ୍ୱକପରେ ୩ଟି ମ୍ୟାଚ୍‌ ଖେଳିଥିବା ଟିମ ଇଣ୍ଡିଆର ଓପନର କେଏଲ ରାହୁଲଙ୍କ ଖରାପ ଫର୍ମକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି। ରାହୁଲ ପାକିସ୍ତାନ ବିପକ୍ଷରେ ୪ ରନ କରିଥିବା ବେଳେ ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ରନ ଲେଖାଏ କରିଥିଲେ।

ସେ ୩ଟି ମ୍ୟାଚ୍‌ରେ ୨୨ ରନ କରିଥିବାରୁ ତାଙ୍କ ବଦଳରେ ଋଷଭ ପନ୍ତ ଓ ରୋହିତ ଶର୍ମା ଇନିଂସ ଆରମ୍ଭ କରନ୍ତୁ ବୋଲି ଅନେକ କ୍ରିକେଟ ପଣ୍ଡିତ ମତ ରଖିଛନ୍ତି।

Advertisment

ଏସବୁ ଭିତରେ ରାହୁଲଙ୍କ ଖରପା ଫର୍ମକୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌। ବାଂଲାଦେଶ ବିପକ୍ଷ ମୁକାବିଲା ପୂର୍ବରୁ ରାହୁଲ ଡ୍ରାଭିଡ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କେଏ ରାହୁଲଙ୍କ ସମ୍ପର୍କରେ ମତ ରଖିଛନ୍ତି।

ସେ କହିଛନ୍ତି, “ମୁଁ ଭାବୁଛି କେଏଲ ରାହୁଲ ଜଣେ ଚମତ୍କାର ଖେଳାଳି। ସେ ଅନେକ ଥର ନିଜ ଦକ୍ଷତା ପ୍ରମାଣିତ କରି ସାରିଛନ୍ତି। ସେ ନିୟମିତ ଭାବେ ଭଲ ବ୍ୟାଟିଂ କରି ଆସୁଛନ୍ତି। ଟି-୨୦ ମ୍ୟାଚ୍‌ରେ ବେଳେବେଳେ ଏମିତି ଘଟଣା ଘଟେ। ଟପ ଅର୍ଡର ବ୍ୟାଟରଙ୍କ ପାଇଁ ବ୍ୟାଟିଂ କରିବା ଆଦୌ ସହଜ ନୁହେଁ।

ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ଭଳି ବୋଲରଙ୍କ ବିରୋଧରେ କେଏଲ ରାହୁଲ ଅଭ୍ୟାସ ମ୍ୟାଚରେ ଭଲ ରନ କରିଥିଲେ। ସେ ୬୦/୭୦ ରନ କରିଛନ୍ତି। ତେଣୁ ମୋର ଆଶା ଆଗାମୀ ମ୍ୟାଚ୍‌ରେ ସବୁ କିଛି ରାହୁଲ କରି ଦେଖାଇବେ।

ଆମେ ସମସ୍ତେ ଭଲ ଭାବେ ତାଙ୍କ ଦକ୍ଷତା ବିଷୟରେ ଜାଣିଛେ। ସେ ଏହି ପରିବେଶକୁ ଭଲ ଭାବେ ଅନୁଧ୍ୟାନ କରିଛନ୍ତି। ତାଙ୍କ ପାଖରେ ସବୁ ପ୍ରକାରର ଶଟ ଖେଳିବାର କଳା ରହିଛି। ସେ ଯେଉଁଭଳି ଭାବେ ଶଟ ମାରୁଛନ୍ତି, ସେଥିରେ ଆମେ ବହୁତ ଖୁସି ଅଛୁ।”

ନିଜ ଫର୍ମ ପାଇଁ ସଂଘର୍ଷ କରୁଥିବା ରାହୁଲ କ’ଣ ଏ ବିଷୟରେ ମୁଖ୍ୟ କୋଚଙ୍କ ସହ କଥା ହୋଇଛନ୍ତି? ଏହାର ଜବାବରେ ରାହୁଲ ଡ୍ରାଭିଡ କହିଛନ୍ତି, “ଆମେ ସମସ୍ତେ ଖେଳାଳିମାନଙ୍କ ସହ କଥାବାର୍ତ୍ତା କରିଥାଉ। ଆମେ ଆଲୋଚନା ବେଳେ ସବୁ କଥା ବିସ୍ତୃତ ଭାବେ କହିଥାଉ।

ଆମର ବିଶ୍ୱାସ ଓ ସମର୍ଥନ ତାଙ୍କ ସହ ରହିଥିବା ସେ ଭଲ ଭାବେ ଜାଣିଛନ୍ତି। ବାହାରୁ କିଏ କ’ଣ କହୁଛନ୍ତି, ସେକଥା ଆମେ ଶୁଣି ନଥାଉ। ଆମେ ଗୋଟିଏ ରଣନୀତିରେ କାମ କରୁ ଓ ପ୍ରତି ଖେଳାଳିଙ୍କ ଉପରେ ଆମର ଭରସା ରହିଛି। ପ୍ରତି ଖେଳାଳି ସଫଳତା ଓ ବିଫଳତା ଦେଇ ଗତି କରନ୍ତି। ଆମେ ଭାରତୀୟ କ୍ରିକେଟର ସବୁ ଶୈଳୀ ଜାଣିଛୁ। ଆମ ପାଖରେ ଦକ୍ଷତାର ଅଭାବ ନାହିଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe