Advertisment

ସାରା ରାତି ଟେଷ୍ଟ ଜର୍ସି ପିନ୍ଧି କାନ୍ଦିଥିଲେ ଧୋନି

ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ଅନ୍ୟତମ ବଡ଼ ନାଁ ହେଉଛି ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ନାଁରେ ପ୍ରାୟତଃ ସବୁ ଟାଇଟଲ୍ ରହିଛି। ଦିନିକିଆ ଠାରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଛନ୍ତି ଧୋନି। ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ। କିନ୍ତୁ ଟେଷ୍ଟ କ୍ରିକେଟକୁ ସେ ୬ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଅଲବିଦା କହିଦେଇଥିଲେ। କିନ୍ତୁ ଧୋନି ଯେଉଁଭଳି ଢଙ୍ଗରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସାରା ରାତି ଟେଷ୍ଟ ଜର୍ସି ପିନ୍ଧି କାନ୍ଦିଥିଲେ ଧୋନି

ms-dhoni

ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ଅନ୍ୟତମ ବଡ଼ ନାଁ ହେଉଛି ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ନାଁରେ ପ୍ରାୟତଃ ସବୁ ଟାଇଟଲ୍ ରହିଛି। ଦିନିକିଆ ଠାରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଛନ୍ତି ଧୋନି। ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ। କିନ୍ତୁ ଟେଷ୍ଟ କ୍ରିକେଟକୁ ସେ ୬ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଅଲବିଦା କହିଦେଇଥିଲେ। କିନ୍ତୁ ଧୋନି ଯେଉଁଭଳି ଢଙ୍ଗରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

Advertisment

ଏହି କିମ୍ବଦନ୍ତୀ କ୍ରିକେଟର୍ ଜଣକ ନିଜ ଅବସର ନେବା ପୂର୍ବରୁ କୌଣସି ସଂକେତ ଦେଇନଥିଲେ। ହଠାତ୍ ସେ ସନ୍ନ୍ୟାସ ଘୋଷଣା କରିଥିଲେ। ତାଙ୍କର ଏହି ନିଷ୍ପତ୍ତିରେ ସାରା ଦୁନିଆ ସ୍ତବ୍ଧ ହୋଇଯାଇଥିଲା। ଏହା ପରେ ବିରାଟ୍ କୋହଲିଙ୍କୁ ଟେଷ୍ଟ କ୍ୟାପଟେନ୍ସି ହସ୍ତାନ୍ତର କରିଥିଲେ। ଟେଷ୍ଟରୁ ଅବସର ନେବା ପରେ ଧୋନି ଟ୍ରାଇ-ସିରିଜ ଏବଂ ୨୦୧୫ ବିଶ୍ୱକପ୍ ପାଇଁ ପାଖାପାଖି ୩ମାସ ଅଷ୍ଟ୍ରେଲିଆରେ ରହିଥିଲେ।

ତେବେ ଧୋନିଙ୍କ ଏଭଳି ଅବସର ନିଷ୍ପତ୍ତିକୁ ସହଜରେ କେହି ବିଶ୍ୱାସ କରିପାରିନଥିଲେ। ୨୦୧୪ର ଅଷ୍ଟ୍ରେଲିଆ ଗସ୍ତରେ ଧୋନିଙ୍କ ଅବସରକୁ ନେଇ କିଛି ଅଜଣା କଥା ଶେଆର୍ କରିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଅଶ୍ୱିନ୍ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ଧୋନିଙ୍କ ସମ୍ବନ୍ଧରେ କିଛି ସ୍ମରଣୀୟ କଥା କହିଥିଲେ। ଏହି ଭିଡିଓଟି ପ୍ରାୟ ବର୍ଷକ ତଳର ଅର୍ଥାତ୍ ଅଗଷ୍ଟ ୧୫, ୨୦୨୦ର।

Advertisment

ଅଶ୍ୱିନ୍ କହିଛନ୍ତି, ମୋର ମନେ ଅଛି ଧୋନି ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟ ପରେ ଧୋନି ଏହି ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ମେଲବର୍ଣ୍ଣ ଟେଷ୍ଟରେ ଧୋନିଙ୍କ ସହ ମୁଁ ବ୍ୟାଟିଂ କରି ମ୍ୟାଚ୍ ବଞ୍ଚାଇଥିଲୁ। ମ୍ୟାଚ୍ ଡ୍ର’ ହେବା ପରେ ଧୋନି ଷ୍ଟମ୍ପ ଧରିଲେ ଏବଂ ମଇଦାନରୁ ବାହାରିକି ଆସି କହିଲେ ମୋର ଟେଷ୍ଟ କ୍ରିକେଟ୍ ଶେଷ ହୋଇଗଲା। ଏମିତି ଘୋଷଣା କରିବା ଧୋନିଙ୍କ ପକ୍ଷେ ବହୁତ ଭାବବିହ୍ୱଳଭରା ଥିଲା। ସନ୍ଧ୍ୟାରେ ଈଶାନ୍ତ ଶର୍ମା, ସୁରେଶ ରାଇନା ଓ ମୁଁ ତାଙ୍କ ରୁମରେ ବସିଥିଲୁ। ସେ ସାରା ରାତି ସେହି ଟେଷ୍ଟ ଜର୍ସି ପିନ୍ଧି ରହିଥିଲେ ଏବଂ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା।

ସୂଚନାଯୋଗ୍ୟ, ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷ ଚେନ୍ନାଇ ଟେଷ୍ଟରେ ଡେବ୍ୟୁ କରିଥିଲେ। ୨୦୦୮ରେ ଅନୀଲ କୁମ୍ବଲେଙ୍କ ଅବସର ପରେ ସେ ଭାରତୀୟ ଟେଷ୍ଟ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ। ଏକଦା ଭାରତର ସଫଳ ଟେଷ୍ଟ କ୍ୟାପଟେନ୍ ଥିବା ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ମ୍ୟାଚରୁ ୨୭ଟି ବିଜୟ ହାସଲ କରିଛି। ସେ ମଧ୍ୟ ଦଶନ୍ଧି ଧରି ଭାରତୀୟ ସୀମିତ ଓଭର କ୍ରିକେଟ୍ ଟିମର ମଧ୍ୟ କ୍ୟାପଟେନ୍ ଥିଲେ। ଟେଷ୍ଟ କ୍ରିକେଟକୁ ଅଲବିଦା କହିବାର ୬ ବର୍ଷ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ବାଏବାଏ କହିଥିଲେ। ହେଲେ ଧୋନି ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି।

Indian Cricket Team MS Dhoni