Advertisment

୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ଚାହୁଁଥିଲେ ମହମ୍ମଦ ଶାମି

ଶାମି ଏକଦା ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ମଧ୍ୟ ଚିନ୍ତା କରୁଥିଲେ। ଏକଥା ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର ଖୁଲାସା କରିଛନ୍ତି।

Shami

Shami

Advertisment

ଭାରତୀୟ କ୍ରିକେଟ ଟିମର ଷ୍ଟାର ପେସର ମହମ୍ମଦ ଶାମି ତାଙ୍କ କ୍ୟାରିୟର ମଧ୍ୟରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ବିଗତି ୩ଟି ଯାକ ଦିନିକିଆ ବିଶ୍ୱକପରେ ସେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇ ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ନିଜର ବ୍ୟକ୍ତିଗତ ଜୀବନର ସମସ୍ୟାକୁ ନେଇ ସବୁବେଳେ ଖବରରେ ରହିଥିଲେ।

Advertisment

ଉତ୍ତର ପ୍ରଦେଶରେ ଜନ୍ମିତ ୩୩ ବର୍ଷୀୟ ଶାମି ଓ ତାଙ୍କ ପତ୍ନୀ ହସିନ ଜାହାନଙ୍କ ମଧ୍ୟରେ ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। ହସିନ ତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଶାମିଙ୍କ ବିରୋଧରେ ଘରୋଇ ହିଂସା ଓ ମ୍ୟାଚ୍‌ ଫିକ୍ସିଂ ଭଳି ଅଭିଯୋଗ ମଧ୍ୟ ସେ ଆଣିଥିଲେ।

ଅବଶ୍ୟ ଶାମି ଏସବୁ ଅଭିଯୋଗରୁ ମୁକ୍ତି ପାଇଛନ୍ତି। କିନ୍ତୁ ଅଭିଯୋଗ ଆସିବା ସମୟରେ ସେ ଅତ୍ୟନ୍ତ ଚାପରେ ରହିଥିଲେ। ଏପରି କି ସେ ଏକଦା ୧୯ ମହଲାରୁ ଡେଇଁ ଜୀବନ ହାରିବାକୁ ମଧ୍ୟ ଚିନ୍ତା କରୁଥିଲେ। ଏକଥା ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର ଖୁଲାସା କରିଛନ୍ତି।

Advertisment

ଗୋଟିଏ ପ୍ରୋଡକାଷ୍ଟରେ ଉମେଶ କୁମାର ଯୋଗ ଦେଇ ଶାମି ସାମ୍ନା କରିଥିବା ଚ୍ୟାଲେଞ୍ଜିଂ ସମୟ ସମ୍ପର୍କରେ କହିଛନ୍ତି। ଉମେଶଙ୍କ କହିବା କଥା ଶାମି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ଏଥିରୁ ସେ କେତେ ମାନସିକ ଚାପରେ ଥିଲେ, ସେକଥା ସ୍ପଷ୍ଟ ଅନୁମେୟ ହେଉଥିବ। ବ୍ୟକ୍ତିଗତ ଓ ପେଶାଦାର ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ସେ ଗୋଟିଏ ସମୟରେ ସାମ୍ନା କରିଥିଲେ।

ଉମେଶ କୁମାର କହିଛନ୍ତି, “ସେହି ସମୟରେ(ଅଭିଯୋଗ ଆସିଥିବା ବେଳେ) ଶାମି ସବୁ କିଛି ସହ ଲଢ଼େଇ କରୁଥିଲେ। ସେ ମୋ ସହ ଆମ ଘରେ ରହୁଥିଲେ। କିନ୍ତୁ ଯେତେବେଳେ ପାକିସ୍ତାନ ସହ ଫିକ୍ସି ଅଭିଯୋଗ ଆସିଲା ଓ ରାତାରାତି ତଦନ୍ତ ଆରମ୍ଭ ହେଲା ସେତେବେଳେ ଶାମି ପୂରା ଭାଙ୍ଗି ପଡ଼ିଥିଲେ। ସେ ମୋତେ କହିଥିଲେ ଯେ ମୁଁ ସବୁ କିଛି ସହ୍ୟ କରିଯିବି। କିନ୍ତୁ ଦେଶ ସହ ଧୋକା କରିବା ଅଭିଯୋକୁ ସହ୍ୟ କରିପାରିବି ନାହିଁ।

ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଉକ୍ତ ରାତିରେ ସେ କିଛି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। ରାତି ପ୍ରାୟ ୪ଟା ହେବ। ମୁଁ ପାଣି ପିଇବାକୁ ଉଠିଥିଲି। ମୁଁ ରୋଷେଇ ଘରକୁ ଯାଉଥିବା ବେଳେ ଶାମି ବାଲକୋନୀରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲି। ଆମେ ସେତେବେଳେ ୧୯ତମ ମହଲାରେ ରହୁଥିଲୁ। ମୁଁ ତାଙ୍କୁ ଦେଖି ସବୁ କିଛି ବୁଝି ପାରିଥିଲି। ଉକ୍ତ ରାତି ଶାମିଙ୍କ ଜୀବନରେ ସବୁଠାରୁ ଲମ୍ବା ରାତି ରହିଥିଲା। ତେବେ କିଛି ଅଘଟଣ ଘଟି ନଥିଲା।

ଏହାପରେ ଗୋଟିଏ ଦିନ ଆମେ କଥା ହେଉଥିବା ବେଳେ ତାଙ୍କ ପାଖକୁ ଗୋଟିଏ ମେସେଜ ଆସିଥିଲା। ଫିକ୍ସିଂ ମାମଲାରେ ତଦନ୍ତ କରିଥିବା କମିଟି ତାଙ୍କୁ କ୍ଲିନଚିଟ ଦେଇଥିବା ଉକ୍ତ ମେସେଜରେ ଲେଖା ହୋଇଥିଲା। ସେ ସେଦିନ ବହୁତ ଖୁସି ହୋଇଯାଇଥିଲେ। ସମ୍ଭବତଃ ବିଶ୍ୱକପ ଜିତିବା ପରେ ସେଯେତିକି ଖୁସି ହୋଇ ନଥାଆନ୍ତେ, ସେଦିନ ତା’ଠାରୁ ଅଧିକ ଖୁସି ହୋଇଯାଇଥିଲେ।”

ଶାମି ନଭେମ୍ବର ମାସ ଠାରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ଦିନିକିଆ ବିଶ୍ୱକପ ପରେ ସେ ଗୋଇଠିରେ ସର୍ଜରୀ କରିଥିଲେ। ଏବେ ସେ ଧୀରେଧୀରେ ନେଟ୍ସରେ ବୋଲିଂ କରିବା ଆରମ୍ଭ କରିଛନ୍ତି। ବିଶ୍ୱକପର ୭ ମ୍ୟାଚ୍‌ରେ ଶାମି ୨୪ ୱିକେଟ ନେଇ ଦମଦାର ପ୍ରଦର୍ଶନ କରିଥିଲେ।

Indian Cricket Team Cricket Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe