/odisha-reporter/media/media_files/2026/02/16/salman-ali-2026-02-16-14-50-50.jpg)
ଦୁଇ ଦଳ ଅଧିନାୟକ
ଭାରତ ବିପକ୍ଷ ରବିବାର ମ୍ୟାଚ୍ରେ ଯେତେବେଳେ ପାକିସ୍ତାନ ଟସ୍ ଜିତିଲା ସେତେବେଳେ ମ୍ୟାଚ୍(IND Vs Pak) ସେମାନଙ୍କ ହାତରେ ରହିଥିଲା। ଟସ୍ ବେଳର ନିଷ୍ପତ୍ତି ନିଶ୍ଚିତ ପୂରା ଲଢ଼େଇର ରୂପ ବଦଳାଇ ପାରିଥାଆନ୍ତା। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଚଳିତ ଟି-୨୦ ବିଶ୍ୱକପ୍ରେ ପ୍ରତ୍ୟେକ ଚେଜ କରୁଥିବା ଦଳ ହାରିଥିଲା।
ପ୍ରଥମେ ଆୟର୍ଲ୍ୟାଣ୍ଡ ହାରିଥିଲା। ଏହାପରେ ୨୦୨୧ର ଚାମ୍ପିୟନ ଅଷ୍ଟ୍ରେଲିଆକୁ ମଧ୍ୟ ଜିମ୍ବାୱେ ଜଳକା କରି ଦେଇଥିଲା। ସବୁ କିଛି ତଥ୍ୟ ସମସ୍ତଙ୍କ ସାମ୍ନାରେ ଥିଲା। ପ୍ରେମଦାସା ଷ୍ଟାଡିୟମର ଇତିହାସ କ’ଣ ସେକଥା କାହାକୁ ଅଛପା ନଥିଲା।
ତେଣୁ ଟସ୍ ଜିତିବା ପରେ କ’ଣ କରିବାର ଥିଲା? ପ୍ରଥମେ ବ୍ୟାଟିଂ କରିବା। ରନ୍ ସ୍କୋର୍ କରିବା। ସ୍କୋର୍ ବୋର୍ଡ ଚାପ ଦେବା। ଭାରତକୁ ଟ୍ରିକି ୱିକେଟରେ ଚେଜ କରିବାକୁ ବାଧ୍ୟ କରିବା। ସମସ୍ତେ ଏହି ସରଳ, ଯୁକ୍ତିସଙ୍ଗତ ଓ ତଥ୍ୟଗତ ନିଷ୍ପତ୍ତିକୁ ପାକିସ୍ତାନ ଠାରୁ ଅପେକ୍ଷା କରିଥିଲେ।
କିନ୍ତୁ ପାକିସ୍ତାନ ଟସ୍ ଜିତିବା ପରେ ଜୁଆ ଖେଳିଲା। ଭୁଲ ନିଷ୍ପତ୍ତି ନେଲା। ସେମାନେ ପ୍ରଥମେ ବୋଲିଂ ବାଛିଲେ। ସେମାନେ ଭାରତୀୟ ଟିମକୁ କଲମ୍ବୋରେ ପ୍ରଥମେ ବ୍ୟାଟିଂ କରିବାକୁ କହିଲେ।
#SalmanAliAgha has won the toss and elected to field first! 🤔
— Star Sports (@StarSportsIndia) February 15, 2026
What total will #TeamIndia post in this all-important clash? 🔥
ICC Men’s #T20WorldCup | #INDvPAK | LIVE NOW 👉https://t.co/SpqYo6n3dLpic.twitter.com/e6R5Kldx26
ଯଦି ଚଳିତ ଟୁର୍ଣ୍ଣାମେଣ୍ଟର ଟ୍ରେଣ୍ଡ ପର୍ଯ୍ୟାପ୍ତ ନଥିଲା, ତା’ହେଲେ ଇତିହାସକୁ ମଧ୍ୟ ପାକିସ୍ତାନ ଦେଖିବାର ଥିଲା। କଲମ୍ବୋରେ ଭାରତ ୬ଟିରୁ ୫ଟିରେ ୧୫୦ରୁ ଅଧିକ ସ୍କୋର କରି ଜିତିଥିଲା। ଏହି ତଥ୍ୟ କାହାକୁ ଅଛପା ନଥିଲା। ହଁ, ଏହା ମଧ୍ୟ ସତ ଯେ ବିଶ୍ୱକପ ପୂର୍ବରୁ ପ୍ରେମଦାସାରେ ୨୮ ଥର ଚେଜ କରିଥିବା ଟିମ ସଫଳ ହୋଇଥିଲା। କିନ୍ତୁ କ୍ରିକେଟରେ ଅତୀତ ସବୁବେଳେ ଅତୀତ। ବର୍ତ୍ତମାରନ ଫର୍ମ ଓ ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ। ଟ୍ରେଣ୍ଡ ଗୁରୁତ୍ୱପୂର୍ଣ୍ଣ। ହେଲେ ପାକିସ୍ତାନ ଆଖି ଆଗରେ ଥିବା ସତ୍ୟକୁ ଅଣଦେଖା କଲା। ଏହାର ପରିଣାମ ମଧ୍ୟ ଦଳକୁ ଭୋଗିବାକୁ ପଡ଼ିଲା।
ଅର୍ଥାତ୍ ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ପାକିସ୍ତାନକୁ କିଛି ଅସାଧାରଣ ଘଟଣା ଘଟାଇବାର ଥିଲା। ଭାରତୀୟ ବ୍ୟାଟିଂ ଲାଇନଅପକୁ ୧୫୦ରୁ କମ ଭିତରେ ରଖିବା ପାଇଁ ଦଳକୁ ଦମଦାର ବୋଲିଂ କରିବା ଜରୁରୀ ହୋଇପଡ଼ିଥିଲା। ହେଲେ ପାକିସ୍ତାନ ଏଥିରେ ବିଫଳ ହେଲା। ଫଳ- ୬୧ ରନ୍ର ବଡ଼ ପରାଜୟ। ପ୍ରଥମ ବଲ୍ ପୂର୍ବରୁ ଯଦି ଆପଣ ସାମ୍ନାରେ ଥିବା ଲାଭର ଫାଇଦାକୁ ଛାଡ଼ିଦିଅନ୍ତି, ତେବେ ଶେଷରେ ସବୁ କିଛି ବଦଳି ଯାଏ।
ପାକିସ୍ତାନ ପୂରା ମ୍ୟାଚ୍ରୁ ବାହାରି ଯାଇ ନଥିଲା
ସଲମାନ ଅଲୀ ଆଗା ଟସ୍ରେ ଭୁଲ କରିଥିଲେ। କିନ୍ତୁ ବିସ୍ଫୋରକ ଅଭିଷେକ ଶର୍ମାଙ୍କୁ ପ୍ରଥମ ଓଭରରେ ଆଉଟ୍ କରି କିଛି ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି କଲେ। ଏହି ସମୟରେ ପାକିସ୍ତାନ ପାଖରେ କମବ୍ୟାକ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। କିନ୍ତୁ ସେମାନେ ଏହାର ଫାଇଦା ଉଠାଇ ପାରିଲେ ନାହିଁ।
ଈଶାନ କିଶନଙ୍କ ଉପରେ ଚାପ ପକାଇବାର ସୁଯୋଗ ପାକିସ୍ତାନ ପାଖରେ ଥିଲା। ଦଳ ପାଖରେ ଉପଯୁକ୍ତ ଟ୍ରମ୍ପ କାର୍ଡ ମଧ୍ୟ ରହିଥିଲେ। ଉସମାନ ତାରିକଙ୍କ ଭଳି ବୋଲର ସଲମାନ ଅଲୀଙ୍କ ପାଖରେ ଥିଲେ। କିନ୍ତୁ ପାକିସ୍ତାନ ତାଙ୍କୁ ୧୧ତମ ଓଭର ପର୍ଯ୍ୟନ୍ତ ବୋଲିଂ କରିବାକୁ ଦେଇ ନଥିଲା। ସେ ବୋଲିଂ କରିବାକୁ ଆସିଲା ବେଳକୁ କିଶନ ବିପର୍ଯ୍ୟୟ ଘଟାଇ ସାରିଥିଲେ।
ମ୍ୟାଚ୍ ପରେ ପାକିସ୍ତାନ କୋଚ ମାଇକ୍ ହେସନ୍ କହିଛନ୍ତି ଯେ ତାରିକଙ୍କର ନିର୍ଦ୍ଦିଷ୍ଟ ଭୂମିକା ଅଛି। ବ୍ୟାଟର ଆଟକା କରିବା ବେଳେ ସେ ନିଜର ପ୍ରଭାବ ଦେଖାଇବାକୁ ବେଶ ସକ୍ଷମ। କିନ୍ତୁ ପାୱର ପ୍ଲେରେ କ’ଣ କିଶନ ଡିଫେନ୍ସ କରୁଥିଲେ? ଯଦି ତାରିକ ଆଗରୁ ବୋଲିଂ କରିଥାଆନ୍ତେ ଓ କିଶନ ତାଙ୍କୁ ଚାନ୍ସ ନେଇ ଆଉଟ ହୋଇଯାଇଥାଆନ୍ତେ, ତା’ହେଲେ ସମ୍ଭବତଃ ଭାରତ ୧୫୦ରୁ କମ ସ୍କୋର ଭିତରେ ରହି ଯାଇଥାଆନ୍ତା।
Ishan-daar. Zabardast. Zindabad. 🙌@ishankishan51 completes his fifty in just 27 balls - the fastest in an IND vs PAK World Cup match! 💪
— Star Sports (@StarSportsIndia) February 15, 2026
ICC Men’s #T20WorldCup | #INDvPAK | LIVE NOW 👉https://t.co/SpqYo6n3dLpic.twitter.com/UoNO2JFVAO
ତାରିକ୍ ପରେ ୪ ଓଭରରରେ ୨୪ ରନ ଦେଇ ଗୋଟିଏ ୱିକେଟ ନେଲେ। କିନ୍ତୁ ସେତେବେଳେକୁ ବହୁ ବିଳମ୍ବ ହୋଇ ସାରିଥିଲା। ପାକିସ୍ତାନ ହାତରୁ ମ୍ୟାଚ୍ ଚାଲି ଯାଇଥିଲା।
ଶାହିନଙ୍କୁ ନେଇ ଅତିରିକ୍ତ ଆସକ୍ତି
ସତ କଥା କହିବାକୁ ଗଲେ, ଶାହିନ୍ ଶାହ ଆଫ୍ରିଦି ଖରାପ ଫର୍ମରେ ଅଛନ୍ତି। କୋଲମ୍ବୋରେ ତାଙ୍କ ଇକୋନୋମୀ ୧୧.୨୨। ଏହି ପିଚ୍ରେ ସେ ଆଦୌ ପ୍ରଭାବଶାଳୀ ନୁହନ୍ତି। ତଥାପି ଏହାକୁ ପାକିସ୍ତାନ ମ୍ୟାନେଜମେଣ୍ଟ ଗ୍ରହଣ କରୁ ନାହିଁ। ତାଙ୍କୁ ବାରମ୍ବାର ଟିମରେ ଖେଳା ଯାଉଛି। ୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ପରେ ମଧ୍ୟ ତାଙ୍କର ଦକ୍ଷତା ପ୍ରାୟ ସମାନ ରହିଛି। ସେ କେବଳ ଡାହାଣହାତୀ ବ୍ୟାଟରଙ୍କୁ ଆଉଟ କରିବା ପାଇଁ ଇନସୁଇଙ୍ଗ ଉପରେ ନିର୍ଭରଶୀଳ।
ଯେତେବେଳେ ଏହି ଇନସୁଇଙ୍ଗ ଫେଲ ମାରେ, ଶାହିନ ମଧ୍ୟ ନିଜର ନିୟନ୍ତ୍ରଣ ହରାନ୍ତି। ପାକିସ୍ତାନ ଶାହିନଙ୍କୁ ଖେଳାଉଥିବା ବେଳେ ଅନ୍ୟତମ ବାମହାତୀ ପେସର୍ ସଲମାନ ମିର୍ଜା ବେଞ୍ଚରେ ବସି ରହିଛନ୍ତି। ସେ ଏଯାଏ ୧୪ଟି ଟି-୨୦ରେ ୨୨ ୱିକେଟ ନେଇଥିବା ବେଳେ ତାଙ୍କ ଇକୋନୋମୀ ୬.୩୬।
ସେ ନେଦରଲ୍ୟାଣ୍ଡସ ବିରୋଧରେ ୩.୫ ଓଭରରେ ୨୪ ରନ ଦେଇ ୪ ୱିକେଟ ନେଇଥିଲେ। ତଥାପି ତାଙ୍କୁ USA ବିରୋଧରେ ସୁଯୋଗ ମିଳିଲାନି। ଭାରତ ବିରୋଧରେ ମଧ୍ୟ ସେ ନିରାଶ ହୋଇଛନ୍ତି। ବାରମ୍ବାର ବିଫଳତା ସତ୍ତ୍ୱେ ଶାହିନ୍କୁ ଚୂଡ଼ାନ୍ତ ଏକାଦଶରେ କାହିଁକି ରଖାଯାଉଛି?
Different batter, same result! 👀@ishankishan51 greets Shaheen Afridi with a maximum! 💪
— Star Sports (@StarSportsIndia) February 15, 2026
ICC Men’s #T20WorldCup | #INDvPAK | LIVE NOW 👉https://t.co/SpqYo6n3dLpic.twitter.com/yLRPn0yFwH
ଏବେ ପାକିସ୍ତାନ କ୍ରିକେଟ୍କୁ ସ୍ପଷ୍ଟ ଓ ବିସ୍ତୃତ ସମୀକ୍ଷାର ଆବଶ୍ୟକ। ଭାରତ ଠାରୁ ହାରିବା ପରେ ଗ୍ରୁପ ଏରେ ପାକିସ୍ତାନ ତୃତୀୟ ସ୍ଥାନକୁ ଖସି ଯାଇଛି। ଫେବୃଆରୀ ୧୮ରେ ଦଳ ନାମିବିୟା ବିରୋଧରେ ନିଜର ଶେଷ ଗ୍ରୁପ ମ୍ୟାଚ୍ ଖେଳିବ। ଏବେ ଏହା କର ଓ ମର ସ୍ଥିତି ପାକିସ୍ତାନ ପାଇଁ ସୃଷ୍ଟି କରିଛି।
ସେହି ମ୍ୟାଚ୍ରେ ପାକିସ୍ତାନଙ୍କ ପାଖରେ ହାରିବାକୁ ବହୁତ କିଛି ଅଛି। କିନ୍ତୁ ନାମିବିୟା ପାଖରେ ହାରିବାକୁ କିଛି ନାହିଁ। ନାମିବିୟା ପୂର୍ବରୁ ହିଁ ସୁପର ୮ ରେସରୁ ବାଦ ପଡ଼ିଛି। ତଥାପି ସେମାନେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବେ। ପାକିସ୍ତାନ ଉକ୍ତ ମ୍ୟାଚ୍ ହାରିବ ମାନେ ୨୦୨୪ର ପୁନରାବୃତ୍ତି ହେବ। ଦଳକୁ ପୁଣି ଗୋଟିଏ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିବ।
ଏବେ ପାକିସ୍ତାନ ପାଇଁ ଭାରତ ମ୍ୟାଚ୍ ଶେଷ। ରେଜଲ୍ଟକୁ ଦଳ ବଦଳାଇ ପାରିବ ନାହିଁ। କିନ୍ତୁ ଦଳର ବିଶ୍ୱକପ ଅଭିଯାନ ଶେଷ ହୋଇନି। ଦଳ ଚାହିଁଲେ କମବ୍ୟାକ ମଧ୍ୟ କରିପାରିବ। କିନ୍ତୁ ଏଥିପାଇଁ ପାକିସ୍ତାନକୁ ସ୍ପଷ୍ଟ, ଠିକ୍ ଟିମ୍ କମ୍ବିନେସନ୍ ଓ ପରିସ୍ଥିତି ଅନୁଯାୟୀ ଯୋଜନା କରିବାକୁ ପଡ଼ିବ।
ନହେଲେ ବିଶ୍ୱକପ ଜିତିବା ତ ଦୂରର କଥା, ଫେବୃଆରୀ ୧୮ରେ ସେମାନେ ଘରକୁ ଫେରୁଥିବା ବିମାନରେ ବସି ନିଜ ଭାଗ୍ୟକୁ ପଚାରୁଥିବେ ଯେ କେଉଁଠି ରହିଲା ଭୁଲ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
