କୋଚଙ୍କୁ କ୍ଷମା ମାଗିବା ପାଇଁ ଭୋର୍ ସାଢ଼େ ୩ଟା ରାତିରେ ହାଜର ହୋଇଥିଲେ ପନ୍ତ

ନୂଆଦିଲ୍ଲୀ: ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବେ ତିନୋଟି ଯାକ ଫର୍ମାଟରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ୨୩ ବର୍ଷୀୟ ପନ୍ତ ବର୍ତ୍ତମାନ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପନ୍ତଙ୍କ କ୍ୟାରିୟରକୁ ସଜାଡ଼ିବାରେ ତାଙ୍କ ପିଲାଦିନର କୋଚ୍ ତାରକ ସିହ୍ନାଙ୍କର ପ୍ରମୁଖ ଯୋଗଦାନ ରହିଛି। ଦିଲ୍ଲୀରେ ସୋନେଟ୍ କ୍ଲବ୍ ଚଳାଉଥିବା ତାରକ ସିହ୍ନା ଶିଖର ଧୱନ୍, ଆକାଶ ଚୋପ୍ରା ଓ ଆଶିଷ ନେହରାଙ୍କ ଭଳି ତାରକା ଖେଳାଳି […]

Rishabh-Pant

Ranjit Kumar Jena
  • Published: Sunday, 30 May 2021
  • , Updated: 30 May 2021, 08:56 PM IST

ନୂଆଦିଲ୍ଲୀ: ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବେ ତିନୋଟି ଯାକ ଫର୍ମାଟରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ୨୩ ବର୍ଷୀୟ ପନ୍ତ ବର୍ତ୍ତମାନ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପନ୍ତଙ୍କ କ୍ୟାରିୟରକୁ ସଜାଡ଼ିବାରେ ତାଙ୍କ ପିଲାଦିନର କୋଚ୍ ତାରକ ସିହ୍ନାଙ୍କର ପ୍ରମୁଖ ଯୋଗଦାନ ରହିଛି। ଦିଲ୍ଲୀରେ ସୋନେଟ୍ କ୍ଲବ୍ ଚଳାଉଥିବା ତାରକ ସିହ୍ନା ଶିଖର ଧୱନ୍, ଆକାଶ ଚୋପ୍ରା ଓ ଆଶିଷ ନେହରାଙ୍କ ଭଳି ତାରକା ଖେଳାଳି ବାହାର କରିଛନ୍ତି।

ଏବେ ତାରକ ପନ୍ତଙ୍କ ସମ୍ବନ୍ଧରେ ବଡ଼ ଖୁଲାସା କରିଛନ୍ତି। ପନ୍ତ ଆରମ୍ଭରୁ ପରିଶ୍ରମୀ ଖେଳାଳି ରହିଆସିଥିବା ତାରକ କହିଛନ୍ତି। ଏକ ଘଟଣାକୁ ମନେ ପକାଇ ତାରକ କହିଛନ୍ତି, ପନ୍ତ ଦକ୍ଷିଣ ଦିଲ୍ଲୀ ସ୍ଥିତ ମୋ କ୍ଲବ୍ ସୋନେଟ୍ ପାଇଁ ଖେଳୁଥିଲେ। ଦିନେ ନେଟ୍ ସେସନରେ ମୁଁ ପନ୍ତଙ୍କ ଉପରେ ଭୀଷଣ ରାଗି ଯାଇଥିଲି। ଏହା ପରେ ପନ୍ତ ପୂରା ରାତି ଶୋଇ ପାରିନଥିଲେ ଏବଂ ଭୋର୍ ସାଢ଼େ ୩ଟା ବେଳେ ସେ ମୋ ଘରେ ହଜାର ହୋଇଯାଇ ଥିଲେ। ମୁଁ ଦିଲ୍ଲୀ ଏନସିଆରର ବୈଶାଳୀରେ ରହୁଥିଲି, ଯାହା ପନ୍ତଙ୍କ ଘରଠାରୁ ପ୍ରାୟ ଘଣ୍ଟାଏ ଦୂର ହେବ।

ମୁଁ ପନ୍ତଙ୍କୁ ପଚାରିଲି ଯେ ଏତେ ରାତିରେ କାହିଁକି ଆସିଛ। ପନ୍ତ କହିଲେ, ମୁଁ ଆଜି ଆପଣଙ୍କୁ କେବେବି ଏତେ ମାତ୍ରାରେ ରାଗିବାର ଦେଖିନାହିଁ। ଏଥିପାଇଁ ମୁଁ ଆପଣଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ପନ୍ତଙ୍କ ଏହି ଆଚରଣ ମୋ ହୃଦୟକୁ ଛୁଇଁଯାଇଥିଲା ଏବଂ ଏହାସହ ଅଧ ରାତିରେ ଏତେ ଦୂର ମୋ ଘରକୁ ଆସିଥିବା ନେଇ ମୁଁ ଚିନ୍ତିତ ମଧ୍ୟ ଥିଲି। ପନ୍ତଙ୍କ ଉପରେ ଏତେ କଠୋର ହୋଇଥିବାରୁ ମୋ ପରିବାର ମଧ୍ୟ ମୋ ଉପରେ ରାଗି ଯାଇଥିଲେ। ଏହି ଘଟଣାକୁ ମନେ ପକାଇ ତାରକ ଭାବବିହ୍ୱଳ ହୋଇପଡ଼ିଛନ୍ତି।

ବର୍ତ୍ତମାନ ପନ୍ତଙ୍କ ପ୍ରଦର୍ଶନ ନେଇ ତାରକ ବହୁତ ଖୁସି ହୋଇଛନ୍ତି। ତାରକ କହିଛନ୍ତି, ପନ୍ତ ସବୁବେଳେ ମାନସିକ ଭାବେ ମଜଭୁତ୍ ରହୁଥିଲେ। ସେ କ୍ରିକେଟ୍ ଖେଳିବା ପାଇଁ ଦିଲ୍ଲୀରୁ ରୁଡକୀ ଆସିଥିଲେ ଏବଂ ସବୁବେଳେ ସର୍ବଶ୍ରେଷ୍ଠ ଖେଳାଳି ହେବାକୁ ଚାହୁଁଥିଲେ। ଏହା ମଧ୍ୟ ପନ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୁଏ। କ୍ରିକେଟ୍ ହେଉଛି ଇଚ୍ଛାଶକ୍ତିର ଖେଳ। ହୁଏତ ଜଣଙ୍କ ପାଖରେ ଟେକନିକରେ ଅଭାବ ଥାଇପାରେ, କିନ୍ତୁ ଯଦି ଆପଣଙ୍କ ପାଖରେ ଦୃଢ଼ ଇଚ୍ଛା ଶକ୍ତି ଅଛି, ତାହେଲେ ସବୁ ଚ୍ୟାଲେଞ୍ଜକୁ ଅତିକ୍ରମ କରିପାରିବ। ମୁଁ ସବୁବେଳେ ଭାବେ ଯେ ଯଦି ପନ୍ତଙ୍କୁ ସୁଯୋଗ ମିିଳିଲା, ତାହେଲେ ସେ ନିଜକୁ ନିଶ୍ଚୟ ପ୍ରମାଣିତ କରିବେ।

Related story