Advertisment

ବିରାଟ୍‌ ଦେଲେ ଉପହାର, କାନ୍ଦି ପକାଇଥିଲେ ସଚିନ୍

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍ ଜଗତର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍। ବିରାଟ୍ କୋହଲି ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିଛନ୍ତି। ଅନେକ ସମୟରେ ଦୁହିଁଙ୍କୁ ତୁଳନା ମଧ୍ୟ କରାଯାଏ। କିଛି ଜଣଙ୍କୁ ଅନ୍ୟ ଜଣଙ୍କଠାରୁ ଶ୍ରେଷ୍ଠ ବୋଲି କୁହନ୍ତି ତ କିଛି ଦୁହିଁଙ୍କ ମଧ୍ୟରେ ତୁଳନା କରିବା ଅନୁଚିତ୍ ବୋଲି ମଧ୍ୟ କୁହନ୍ତି। କିନ୍ତୁ ବାସ୍ତବରେ ଦୁଇ ମହାନ୍ ବ୍ୟାଟ୍ସମ୍ୟାନ୍ ପରସ୍ପରକୁ ଖୁବ୍ ସମ୍ମାନ କରନ୍ତି। ନିକଟରେ ଗ୍ରାହାମ ବେନସିଙ୍ଗରଙ୍କ ସହ ଏକ […]

ଅଦ୍ୟତନ ହୋଇଛି
ବିରାଟ୍‌ ଦେଲେ ଉପହାର, କାନ୍ଦି ପକାଇଥିଲେ ସଚିନ୍

sachin-and-virat

Advertisment

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍ ଜଗତର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ୍। ବିରାଟ୍ କୋହଲି ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିଛନ୍ତି। ଅନେକ ସମୟରେ ଦୁହିଁଙ୍କୁ ତୁଳନା ମଧ୍ୟ କରାଯାଏ। କିଛି ଜଣଙ୍କୁ ଅନ୍ୟ ଜଣଙ୍କଠାରୁ ଶ୍ରେଷ୍ଠ ବୋଲି କୁହନ୍ତି ତ କିଛି ଦୁହିଁଙ୍କ ମଧ୍ୟରେ ତୁଳନା କରିବା ଅନୁଚିତ୍ ବୋଲି ମଧ୍ୟ କୁହନ୍ତି। କିନ୍ତୁ ବାସ୍ତବରେ ଦୁଇ ମହାନ୍ ବ୍ୟାଟ୍ସମ୍ୟାନ୍ ପରସ୍ପରକୁ ଖୁବ୍ ସମ୍ମାନ କରନ୍ତି।

Advertisment

ନିକଟରେ ଗ୍ରାହାମ ବେନସିଙ୍ଗରଙ୍କ ସହ ଏକ ସାକ୍ଷାତକାରରେ ସଚିନ ନିଜର ଓ ବିରାଟଙ୍କ ସହ ଏକ ଭାବନାତ୍ମକ ମୁହୂର୍ତ୍ତ ଶେଆର୍ କରିଛନ୍ତି। ସଚିନ୍ ଭାରତ ପକ୍ଷରୁ ନିଜର ଶେଷ ମ୍ୟାଚ୍‌ର କିଛି ଅଭୁଲା ଘଟଣା ଏହି ସାକ୍ଷାତକାରରେ କହିଛନ୍ତି। ମ୍ୟାଚ୍ ପରେ ସଚିନ୍ ଡ୍ରେସିଂ ରୁମରେ ମନଦୁଃଖରେ ବସିଥିଲେ। ସେହି ସମୟରେ ବିରାଟ୍ ଡ୍ରେସିଂ ରୁମକୁ ଆସି ସଚିନଙ୍କୁ ଏମିତି ଏକ ଉପହାର ଦେଇଥିଲେ, ଯାହା ଦୁଇ ମହାନ୍ ଖେଳାଳିଙ୍କ ପାଇଁ ବହୁ ମୂଲ୍ୟବାନ୍ ଥିଲା।

ସଚିନ ଏହି ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି। ସଚିନ୍ କହିଛନ୍ତି, ମୁଁ ଗୋଟିଏ କୋଣରେ ଚୁପଚାପ୍ ବସିଥିଲି। ମୋ ମୁଣ୍ଡରେ ଟୋୱେଲ୍ ଥିଲା, ମୁଁ ବହୁତ ଭାବବିହ୍ୱଳ ହୋଇପଡ଼ିଥିଲି ଏବଂ ସେହି ସମୟରେ ବିରାଟ୍ ମୋ ପାଖକୁ ଆସିଲେ। ବିରାଟ୍ ମୋତେ ଏକ ସୂତା (ରିଷ୍ଟରେ ବନ୍ଧା ଯାଉଥିବା) ଦେଇଥିଲେ, ଯାହା ତାଙ୍କୁ ତାଙ୍କର ପିତା ଦେଇଥିଲେ।

Advertisment

ବିରାଟଙ୍କ ଏହି ଉପହାର ସଚିନଙ୍କ ଆଖିରେ ଲୁହ ଭରିଦେଇଥିଲା। ଏ ନେଇ ସଚିନ୍ କହିଛନ୍ତି, ମୁଁ କିଛି ସମୟ ପାଇଁ ଏହାକୁ (ସୂତା) ନିଜ ପାଖରେ ରଖିଲି ଏବଂ ପୁଣି ବିରାଟଙ୍କୁ ଫେରାଇ ଦେଲି। ମୁଁ ତାଙ୍କୁ କହିଲି ଯେ ଏହା ବହୁତ ମୂଲ୍ୟବାନ୍ ଏବଂ ଏହା ଆଉ କାହା ପାଖରେ ନୁହେଁ ବରଂ କେବଳ ତୁମ ପାଖରେ ରହିବା ଦରକାର। ଏହା ତୁମର ଓ ଶେଷ ନିଶ୍ୱାସ ଯାଏ ତୁମ ପାଖରେ ରହିବ।

ସେହିପରି ବେନସିଙ୍ଗର୍ ଏକ ଅଲଗା ସାକ୍ଷାତକାରରେ ବିରାଟଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ। ଜବାବରେ କୋହଲି କହିଥିଲେ, ଆମେ ସାଧାରଣତଃ ରିଷ୍ଟରେ ସୂତା ବାନ୍ଧିଥାଉ। ଭାରତରେ ଅଧିକାଂଶ ଲୋକେ ଏମିତି କରିଥାନ୍ତି। ସେଥିପାଇଁ ମୋ ବାପା ନିଜେ ପିନ୍ଧୁଥିବା ଏକ ସୂତାକୁ ମୋତେ ଦେଇଥିଲେ। ମୁଁ ଏହାକୁ ନିଜ ବ୍ୟାଗରେ ରଖୁଥିଲି। ଆଉ ଏହା ମୋ ଜୀବନର ସବୁଠାରୁ ମୂଲ୍ୟବାନ୍ ଜିନିଷ। ମୋ ପିତା ମୋତେ ଏହି ସୂତା ଦେଇଥିଲେ ଏବଂ ତେଣୁ ମୁଁ ଭାବିଲି ଏହାଠାରୁ ମୂଲ୍ୟବାନ୍ ଜିନିଷ ତାଙ୍କୁ (ସଚିନ୍) ଦେଇପାରିନଥାନ୍ତି। ସେ ଆମକୁ କେତେ ପ୍ରେରିତ କରିଛନ୍ତି ଏବଂ ଆମ ଜୀବନରେ ତାଙ୍କର ମହତ୍ତ୍ୱ କ’ଣ, ମୁଁ ତାଙ୍କୁ କହିବାକୁ ଚାହୁଁଥିଲି। ସେଥିପାଇଁ ମୋ ପକ୍ଷରୁ ତାଙ୍କ ପାଇଁ ଏହି ଛୋଟିଆ ଉପହାର ଥିଲା।

ଏହି ଭିଡିଓରେ ସଚିନଙ୍କୁ ପଚରା ଯାଇଥିଲା ଯେ ବିରାଟ୍ ଓ ତାଙ୍କ ମଧ୍ୟରୁ କିଏ ଉନ୍ନତ ବ୍ୟାଟର୍। ସଚିନ୍ ମଧ୍ୟ ନିଜର ଚିରାଚରିତ ଢଙ୍ଗରେ ଏହାର ଜବାବ ଦେଇଥିଲେ। ସଚିନ ଜବାବରେ କହିଥିଲେ ଯେ ଯଦି ଆମ ଦୁଇ ଜଣଙ୍କୁ ଗୋଟିଏ ଟିମରେ ରଖାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe