Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବେ ୨୦ ଦଳ, ପ୍ରଥମ ଥର ମୁକାବିଲା କରିବ ଉଗାଣ୍ଡା

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଟ୍ୱେଣ୍ଟି ଟିମ୍ ନାମ ଘୋଷଣା କରିଛି ଆଇସିସି। ଆଇସିସି ଟିମ୍ ତାଲିକା ପ୍ରକାଶ ପାଉ ପାଉ ଇତିହାସ ରଚିଛି ଉଗାଣ୍ଡା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆଇସିସି ଦିନିକିଆ ବିଶ୍ୱକପ ପରେ ଏବେ ଟି-୨୦ ମହା ମୁକାବିଲାକୁ ନେଇ ସବୁଠି ଉତ୍କଣ୍ଠା। ଏଥର ସର୍ଟ ଫର୍ମାଟରେ କେଉଁ ଦେଶ ବିଶ୍ୱ ବିଜୟୀ ହେବ ତା' ଉପରେ ରହିଛି ସମସ୍ତଙ୍କ ନଜର। ଏହାରି ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଟ୍ୱେଣ୍ଟି ଟିମ୍ ନାମ ଘୋଷଣା କରିଛି ଆଇସିସି। ଆଇସିସି ଟିମ୍ ତାଲିକା ପ୍ରକାଶ ପାଉ ପାଉ ଇତିହାସ ରଚିଛି ଉଗାଣ୍ଡା। ପ୍ରଥମ କରି ବିଶ୍ୱକପ ଖେଳିବାକୁ ଯାଉଛି ଆଫ୍ରିକାର ଏହି ଦେଶ।

Advertisment

ନାମିବିୟାରେ ଆଫ୍ରିକା ରିଜିଅନ ଯୋଗ୍ୟତା ପ୍ରତିଯୋଗିତାରେ ରୁଆଣ୍ଡାକୁ ହରାଇ ଏହି ସୌଭାଗ୍ୟ ଅର୍ଜନ କରିଛି ଉଗାଣ୍ଡା। ଆଫ୍ରିକୀୟ ଦେଶରେ ଟି-୨୦ ବିଶ୍ୱକପ୍ ପାଇଁ ପ୍ରଥମ ଯୋଗ୍ୟତା ହାସଲ କରିଥିଲା ନାମିବିୟା ଦଳ। ଏହାପରେ ଉଗାଣ୍ଡା ଦ୍ୱିଦେଶ ଭାବେ ବିଶ୍ୱକପ୍ ଯୋଗ୍ୟତା ହାସଲ କରିଛି।ସେପଟେ ଜିମ୍ବାୱେର ବିଶ୍ୱକପ୍ ଖେଳିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ତେବେ କେଉଁ କେଉଁ ଦଳ ବିଶ୍ୱକପରେ ମୁହାଁମୁହିଁ ହେବେ, ନଜର ପକାନ୍ତୁ...

ଟି-୨୦ ବିଶ୍ୱକପ ଖେଳିବାକୁ ଥିବା ୨୦ ଦଳ:-
ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମିବିୟା, ନେପାଳ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଓମାନ, ପାକିସ୍ତାନ, ପପୁଆ ନ୍ୟୁ ଗିନି, ସ୍କଟଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ଉଗାଣ୍ଡା ଓ ଆମେରିକା।

Advertisment

ନୂଆ ଫର୍ମାଟ୍:- 
୨୦ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସହିତ, ଫର୍ମାଟରେ ଏକ ପ୍ରାରମ୍ଭିକ ଗ୍ରୁପ୍ ପର୍ଯ୍ୟାୟ ପ୍ରଦର୍ଶିତ ହେବ। ପ୍ରତ୍ୟେକ ପାଞ୍ଚଟି ଦଳକୁ ନେଇ ଚାରୋଟି ଗ୍ରୁପ୍ ରହିବ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇ ଟିମ୍ 'ସୁପର ଏଇଟ୍' ପର୍ଯ୍ୟାୟକୁ ମନୋନୀତ ହେବେ।

ଟୁର୍ଣ୍ଣାମେଣ୍ଟର 'ସୁପର ଏଇଟ୍' ପର୍ଯ୍ୟାୟରେ ପ୍ରତ୍ୟେକ ଚାରୋଟି ଦଳକୁ ନେଇ ଦୁଇଟି ଗ୍ରୁପ ରହିବ। ଉଭୟ ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ଏବଂ ପରେ ଫାଇନାଲ ମୁକାବିଲା ହେବ।

ଆସନ୍ତା ବର୍ଷ(୨୦୨୪) ଜୁନ ୪ରୁ ୩୦ ପର୍ଯ୍ୟନ୍ତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ। ପ୍ରଥମ କରି ଆମେରିକା ବିଶ୍ୱକପ ଆୟୋଜନ କରୁଥିବା ବେଳେ ୱେଷ୍ଟଇଣ୍ଡିସ ସହ-ଆୟୋଜକ ରହିଛି। ସେହିପରି ଚଳିତ ସଂସ୍କରଣରେ ମଧ୍ୟ ପ୍ରଥମ କରି ୨୦ଟି ଟିମ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

T-20 ICC T20 ICC T20 WC Qualifier Team