Advertisment

ବିରାଟଙ୍କ ୫୦ତମ ଶତକ ରେକର୍ଡକୁ କିଏ ଭାଙ୍ଗି ପାରିବେ? ଅକମଲ ନେଲେ ଦୁଇ ଜଣଙ୍କ ନାଁ

ଦିନିକିଆରେ ୪୯ଟି ଶତକ ମାରିଥିଲେ ସଚିନ ତେନ୍ଦୁଲକର, ଯାହା ଥିଲା ସର୍ବକାଳୀନ ରେକର୍ଡ। ତାଙ୍କର ସେହି ରେକର୍ଡ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି।

author-image
Jitendra Garnayak
Virat

Virat

ଚଳିତ ବିଶ୍ୱକପ୍ କ୍ରିକେଟ୍‌ର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିରାଟ କୋହଲି ମାରିଥିଲେ ତାଙ୍କ ଦିନିକିଆ କ୍ରିକେଟ କ୍ୟାରିୟରର ୫୦ତମ ଶତକ । କ୍ରିକେଟର ଏହି ଫର୍ମାଟରେ ପୂର୍ବରୁ କେହି ୫୦ଟି ଶତକ ମାରି ନଥିଲେ। ଦିନିକିଆରେ ୪୯ଟି ଶତକ ମାରିଥିଲେ ସଚିନ ତେନ୍ଦୁଲକର, ଯାହା ଥିଲା ସର୍ବକାଳୀନ ରେକର୍ଡ। ତାଙ୍କର ସେହି ରେକର୍ଡ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବିରାଟଙ୍କ ରେକର୍ଡ ଭାଙ୍ଗିବ କିଏ? ଅବଶ୍ୟ ବିରାଟ ଏଯାଏ ଅବସର ନେଇ ନାହାନ୍ତି। ସେ ଆହୁରି ଖେଳିବେ। ସେ ଆହୁରି ଅନେକ ଶତକ ମାରିବେ ବୋଲି ଆଶା।

Advertisment

ବିରାଟ ଦିନିକିଆ କ୍ରିକେଟରେ ୫୦ ତମ ଶତକ ମାରି ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପରେ ପାକିସ୍ଥାନର ARY Newsରେ ଏନେଇ ଏକ ଆଲୋଚନା ହୋଇଥିଲା। ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟର କାମରାନ ଅକମଲ ଦୁଇ ଜଣଙ୍କ ନାଁ ନେଇ ଥିଲେ। ସେ କହିଥିଲେ, ପାକିସ୍ତାନର ବାବର ଆଜମ ଓ ଭାରତର ଶୁବମନ ଗିଲ ଭାଙ୍ଗିପାରିବେ ବିରାଟ କୋହଲିଙ୍କ ଏହି ୫୦ତମ ଶତକ ରେକର୍ଡ।

ଅକମଲ କହିଥିଲେ, କେବଳ ଟପ୍ ୩ରେ ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳିମାନେ ବିରାଟଙ୍କ ୫୦ ତମ ଶତକ ରେକର୍ଡକୁ ଭାଙ୍ଗି ପାରିବେ। ମିଡିଲ୍‌ ଅର୍ଡର ବ୍ୟାଟର ଏହି ରେକର୍ଡ ଭାଙ୍ଗି ପାରିବେ ନାହିଁ। ବାବର ଆଜମଙ୍କର ଦକ୍ଷତା ଅଛି। ସେ ଟପ୍ ୩ରେ ମଧ୍ୟ ଖେଳିବାକୁ ଆସୁଛନ୍ତି। ସେହିପରି ଭାରତର ଶୁବମନ ଗିଲ ଏହି ରେକର୍ଡ ଭାଙ୍ଗି ପାରିବେ।

Advertisment

ବାବର ଆଜମ ଏଯାଏଁ ୧୧୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୯ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ଶୁବମନ ଗିଲ ଏଯାଏଁ ୪୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୬ଟି ଶତକ ଓ ୧୩ଟି ଅର୍ଦ୍ଧଶତକ କରିଛନ୍ତି।

ଏହି ବିଶ୍ୱକପ୍‌ରେ ବିରାଟ କୋହଲି ଏଯାବତ ୧୦ଟି ମ୍ୟାଚ୍ ଖେଳି ୭୧୧ ରନ୍ କରିଛନ୍ତି। ତା’ ମଧ୍ୟରେ ରହିଛି ତିନିଟି ଶତକ ଓ ୫ଟି ଅର୍ଦ୍ଧଶତକ। ସେ କେବଳ ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ ଭଲ ଖେଳି ନଥିଲେ। ଇଂଲଣ୍ଡ ବିପକ୍ଷରେ ଖାତା ଖୋଲି ପାରି ନଥିବା ବେଳେ ପାକିସ୍ତାନ ବିପକ୍ଷରେ ୧୬ ରନ୍ କରିଥିଲେ।

Virat Kohli Babar Azam Shubman Gill