Advertisment

କାଲିଠୁ ମୁମ୍ବାଇ ଟେଷ୍ଟ, କାହାକୁ ରଖିବେ କୋହଲି?

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଠାରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇରେ ଲଗାତର ବର୍ଷା ଉଭୟ ଦଳର ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରଭାବ ମ୍ୟାଚ୍ ସହ ଚୂଡ଼ାନ୍ତ ଏକାଦଶ ଚୟନ ଉପରେ ମଧ୍ୟ ପକାଇପାରେ। ଏହି ମ୍ୟାଚ୍ ଜରିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କମବ୍ୟାକ୍ କରିବେ। ତେବେ କୋହଲିଙ୍କ ଆସିବା […]

ଅଦ୍ୟତନ ହୋଇଛି
କାଲିଠୁ ମୁମ୍ବାଇ ଟେଷ୍ଟ, କାହାକୁ ରଖିବେ କୋହଲି?

rahane,-puraja-and-mayank

Advertisment

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଠାରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇରେ ଲଗାତର ବର୍ଷା ଉଭୟ ଦଳର ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରଭାବ ମ୍ୟାଚ୍ ସହ ଚୂଡ଼ାନ୍ତ ଏକାଦଶ ଚୟନ ଉପରେ ମଧ୍ୟ ପକାଇପାରେ। ଏହି ମ୍ୟାଚ୍ ଜରିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି କମବ୍ୟାକ୍ କରିବେ। ତେବେ କୋହଲିଙ୍କ ଆସିବା ପରେ କେଉଁ ଖେଳାଳି ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବେ, ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Advertisment

କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ କାନପୁର ଟେଷ୍ଟରେ ଟିମର ନେତୃତ୍ୱ ନେଇଥିଲେ। ହେଲେ ଉକ୍ତ ଟେଷ୍ଟରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ସେହିପରି ଅଭିଜ୍ଞ ଚେତେଶ୍ୱର ପୂଜାରା ମଧ୍ୟ ଖାସ୍ ଫର୍ମରେ ନାହାନ୍ତି। ଏଭଳି ସ୍ଥିତିରେ କୋହଲି କାହାକୁ ବାହାରେ ବସାଇବେ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଏହାଛଡ଼ା ପ୍ରଥମ ଟେଷ୍ଟ ପୂରା ଫେଲ୍ ମାରିଥିବା ମୟଙ୍କ ଅଗ୍ରୱାଲଙ୍କ ଉପରେ ମଧ୍ୟ ଖଣ୍ଡା ଝୁଲୁଛି। ତେଣୁ ମୁମ୍ବାଇ ଟେଷ୍ଟରେ ଭାରତର ପ୍ଲେଇଂ ଇଲେଭେନ୍ କ’ଣ ହେବ, ସେ ନେଇ କ୍ୟାପଟେନ୍ କୋହଲି କିଛି ଖୁଲାସା କରିନାହାନ୍ତି। କୋହଲି କହିଛନ୍ତି ଯେ ବର୍ଷା, କଣ୍ଡିସନ୍ ଓ ପିଚକୁ ଦେଖି ଶୁକ୍ରବାର ସକାଳେ ଚୂଡ଼ାନ୍ତ ଏକାଦଶ ନିଷ୍ପତ୍ତି ନିଆଯିବ।

ଦ୍ୱିତୀୟ ଟେଷ୍ଟରେ କୋହଲି କାହାକୁ ଡ୍ରପ୍ କରିବେ, ତାକୁ ନେଇ ସିଧାସଳଖ କିଛି କହିନାହାନ୍ତି। କୋହଲି କହିଛନ୍ତି, ‘ପିଚ୍ ପାଇଁ କେଉଁ କମ୍ବିନେଶନ୍ ଠିକ୍ ହେବ, ତାକୁ ଆଧାର କରି ଏକାଦଶ ଚୟନ କରାଯିବ। ଏଭଳି ସ୍ଥିତିରେ ଯେଉଁ ଖେଳାଳି ବାହାରେ ବସିବେ, ତାଙ୍କ ସହ ସିଧାସଳଖ କଥା ହେବା ଦରକାର।’ ଯଦି ପ୍ରଦର୍ଶନକୁ ଆଧାର କରାଯିବ, ତାହେଲେ ରାହାଣେ, ପୂଜାରା ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ। ଗତ ୧୨ ମାସ ଧରି ପୂଜାରା ଓ ରାହାଣେଙ୍କ ପ୍ରଦର୍ଶନ ଫିକା ରହିଛି। ହେଲେ ଭାଇସ୍-କ୍ୟାପଟେନ୍ ରାହାଣେ ଓ ଅଭିଜ୍ଞ ପୂଜାରାଙ୍କ ଦକ୍ଷତା ଉପରେ କୋଚ୍ ରାହୁଲ୍ ଦ୍ରାବିଡଙ୍କର ଭରସା କାଏମ ରହିଛି।

Advertisment

କାନପୁର ଟେଷ୍ଟରେ ପଦାର୍ପଣ କରିଥିବା ଶ୍ରେୟସ ଆୟର୍ ଦମଦାର ପ୍ରଦର୍ଶନ କରି ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ମାରିଥିଲେ। ନିଜର ଏହି ପ୍ରଦର୍ଶନ ପାଇଁ ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ତେଣୁ ଆୟରଙ୍କୁ କୋହଲି କୌଣସି ପରିସ୍ଥିତିରେ ବାଦ୍ କରିପାରିବେ ନାହିଁ। ଯଦିଓ ରାହାଣେ ଟିମର ଭାଇସ୍-କ୍ୟାପଟେନ୍ ଅଛନ୍ତି, ତେଣୁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଯଦି ରାହାଣେ ଖେଳନ୍ତି, ତାହେଲେ ପୂଜାରା କିମ୍ବା ମୟଙ୍କ ମଧ୍ୟରୁ ଜଣଙ୍କୁ ହଟିବାକୁ ପଡ଼ିବ। ଯଦି ମୟଙ୍କଙ୍କୁ ବାଦ୍ ଦିଆଯାଏ, ତାହେଲେ ତାଙ୍କ ବଦଳରେ କିଏ ଓପନ୍ କରିବ, ତାହା ମଧ୍ୟ ବଡ଼ ପ୍ରଶ୍ନ। ତେବେ ଏସବୁ ପ୍ରଶ୍ନର ଜବାବ ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସ୍ପଷ୍ଟ ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe