Advertisment

ଜୈସୱାଲଙ୍କୁ ବିବାଦୀୟ ଢଙ୍ଗରେ ଆଉଟ ଦେଇଥିବା ତୃତୀୟ ଅମ୍ପାୟାର ଶର୍ଫୁଦୌଲା ସୈକତ କିଏ?

ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲ ବିବାଦୀୟ ଢଙ୍ଗରେ ଆଉଟ ହୋଇଛନ୍ତି।

Sharfuddoula Saikat

Sharfuddoula Saikat

Advertisment

ବକ୍ସିଂ ଡେ ଟେଷ୍ଟରେ ଟିମ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସୱାଲ ବିବାଦୀୟ ଢଙ୍ଗରେ ଆଉଟ ହୋଇଛନ୍ତି। ସେ ପାଟ କମିନ୍ସଙ୍କ ବଲକୁ ପୁଲ ମାରିବାକୁ ଚେଷ୍ଟା କରିଥିଲେ ହେଁ ଏହା ଲେଗ ସାଇଡରେ ଯାଇ ୱିକେଟ କିପର ଆଲେକ୍ସ କେରୀଙ୍କ ଗ୍ଲୋବ୍ସରେ ପଡ଼ିଥିଲା। ବଲ ଯଶସ୍ୱୀଙ୍କ ଗ୍ଲୋବ୍ସରେ ବାଜିଥିବା ଭାବି କେରୀ ଓ କମିନ୍ସ ଜୋରଦାର ଅପିଲ କରିଥିଲେ।

Advertisment

ଅନ ଫିଲ୍ଡ ଅମ୍ପାୟାର ଜୁଏଲ ୱିଲସନ କିନ୍ତୁ ଆଉଟ ଦେଇ ନଥିଲେ। ତେବେ ଏହା ବିରୋଧରେ କମିନ୍ସ ଡିଆରଏସର ବ୍ୟବହାର କରିଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିବାଦ। ଡିଆରଏସ ବଳରେ ବେଶ କିଛି ସମୟ ତୃତୀୟ ଅମ୍ପାୟାର ଚେକ କରିଥିଲେ।

ଅଲ୍ଟ୍ରା ଏଡେଜରେ ଦେଖିବାକୁ ମିଳିଥିଲା ଯେ ବଲ ବ୍ୟାଟକୁ ଅତିକ୍ରମ କରିବା ବେଳେ କୌଣସି ସ୍ପାଇକ ଦେଖାଯାଇ ନଥିଲା। ତଥାପି ତୃତୀୟ ଅମ୍ପାୟାର ଶର୍ଫୁଦୌଲା ସୈକତ ଭିଜୁଆଲ ପ୍ରମାଣ ଆଧାରରେ ଜୈସୱାଲଙ୍କୁ ଆଉଟ ଘୋଷଣା କରିଥିଲେ।

Advertisment

ଏହି ନିଷ୍ପତ୍ତିରେ ଜୈସୱାଲ ସ୍ତବ୍ଧ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଖେଳାଳିମାନେ ବେଶ ଉତ୍ସାହିତ ହୋଇଥିଲେ। ଡ୍ରେସିଂ ରୁମକୁ ଯିବା ପୂର୍ବରୁ ସେ ଫିଲ୍ଡ ଅମ୍ପାୟାରଙ୍କ ସହ ମଧ୍ୟ ଏହାକୁ ନେଇ ବେଶ କିଛି ସମୟ ଯୁକ୍ତିତର୍କ କରିଥିଲେ।

ସେ ଆଉଟ ହେବା ପରେ ଭାରତର ବ୍ୟାଟିଂ ଲାଇନ ଅପ୍‌ ଭୁଶୁଡ଼ି ପଡ଼ିଥିଲା। ଭାରତକୁ ୧୮୪ରେ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ବି ପଡ଼ିଛି।

ବିବାଦୀୟ ନିଷ୍ପତ୍ତି ପଛରେ ଥିବା ତୃତୀୟ ଅମ୍ପାୟାର ସୈକତ କିଏ?

ଶର୍ଫୁଦୌଲା ଇବନେ ଶାହିଦ ସୈକତ ଓରଫ ସୈକତ ବାଂଲାଦେଶର ଢାକାରେ ୧୯୭୬ ମସିହା ଅକ୍ଟୋବର ୧୬ରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୦ରୁ ୨୦୦୧ ମଧ୍ୟରେ ସେ ଢାକା ମେଟ୍ରୋପଲିସ ପାଇଁ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ବାମହାତୀ ସ୍ପିନର ଭାବେ ଜଣାଣୁଣା ସୈକତ ଏହାପରେ ଅମ୍ପାୟାରିଂରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ।

କ୍ରିକେଟର ହିସାବରେ ତାଙ୍କୁ ସଫଳତା ନ ମିଳିବାରୁ ସେ ନିଜର ଫୋକସ ଅମ୍ପାୟାରିଂ ଉପରେ କରିଥିଲେ। ୨୦୦୭ ଫେବୃଆରୀରେ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଅମ୍ପାରିଂରେ ଡେବ୍ୟୁ କରିଥିଲେ। ବରିସାଲ ଡିଭିଜନ ଓ ସୟଲହେଟ ଡିଭିଜନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସୈକତଙ୍କୁ ଅମ୍ପାୟାର ଭାବେ ଦେଖିବାକୁ ମିଳିଥିଲା। 

୨୦୧୦ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଡେବ୍ୟୁ ହୋଇଥିଲା। ସେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଅମ୍ପାରିଂ କରିଥିଲେ।

ତେବେ ଚଳିତ ବର୍ଷ ବାଂଲାଦେଶର ପ୍ରଥମ ଅମ୍ପାୟାର ଭାବେ ସୈକତଙ୍କୁ ଆଇସିସିର ଏଲିଡି ଅମ୍ପାୟାର ପ୍ୟାନେଲରେ ସାମିଲ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ମରିସ ଏରାସମସ ଅବସର ନେବାରୁ ତାଙ୍କ ସ୍ଥାନରେ ୪୮ ବର୍ଷୀୟ ସୈକତଙ୍କୁ ସାମିଲ କରାଯାଇଥିଲା। ସେ ଏବେ ଆଇସିସିର ପ୍ୟାନେଲ ଅମ୍ପାୟାର ଭାବେ କାମ କରୁଛନ୍ତି।

ଢାକା ବିଶ୍ୱବିଦ୍ୟାଳୟରୁ ସୈକତ ଇଣ୍ଟନ୍ୟାଶନାଲ ରିଲେସନରେ ଡିଗ୍ରୀ ହାସଲ କରିଛନ୍ତି।

ICC Border-Gavaskar Trophy Boxing Day Test Sharfuddoula Saikat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe