Advertisment

କିଏ ହେବେ ଫିଲ୍ଡିଂ କୋଚ୍‌, ଗମ୍ଭୀରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଲା ବିସିସିଆଇ!

ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଏହି ପଦରେ ନିଯୁକ୍ତି ଦେବା ପରଠାରୁ ଅନ୍ୟ କୋଚିଂ ସପୋର୍ଟ ଷ୍ଟାଫଙ୍କ ଚୟନ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି।

Gautam Gambhir

Gautam Gambhir

Advertisment

ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଗୌତମ ଗମ୍ଭୀର। ବିସିସିଆଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପରଠାରୁ ଅନ୍ୟ କୋଚିଂ ସପୋର୍ଟ ଷ୍ଟାଫଙ୍କ ଚୟନ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି। ସଦ୍ୟ ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍‌ସଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର। ତେବେ ତାଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ବିସିସିଆଇ।

Advertisment

‘ହିନ୍ଦୁସ୍ତାନ ଟାଇମ୍ସ’ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଉ କିଛି ଗଣମାଧ୍ୟମ ମଧ୍ୟ ଏହାକୁ ପ୍ରକାଶ କରିଛନ୍ତି। ସେଥିରେ ଆହୁରି ଲେଖାଯାଇଛି ଯେ ବିସିସିଆଇ ଚାହୁଁଛି ସମସ୍ତ ସପୋର୍ଟ ଷ୍ଟାଫ ଭାରତୀୟ ହୋଇଥିବା ଆବଶ୍ୟକ। ସେହିପରି ଟିମ୍ ଇଣ୍ଡିଆର ପୂର୍ବତନ ଫିଲ୍‌ଡିଂ କୋଚ୍ ଟି ଦିଲ୍ଲୀପଙ୍କୁ ବିସିସିଆଇ ପୁଣି ଥରେ ସେହି ପଦରେ ନିଯୁକ୍ତ ଦେବାକୁ ଆଗ୍ରହୀ ଥିବା କୁହାଯାଉଛି। 

ଏହି ଖବର ଆସିବା ପୂର୍ବରୁ କୋଚିଂ ସପୋର୍ଟ ଷ୍ଟାଫଙ୍କୁ ନେଇ ଆହୁରି ଅନେକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତକାଲି ଆସିଥିବା ଏକ ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭାବେ ପୂର୍ବତନ ବୋଲର ବିନୟ କୁମାରଙ୍କୁ ନିଯୁକ୍ତି ଦେବାକୁ ଗୌତମ ଗମ୍ଭୀର ପ୍ରସ୍ତାବ ଦେଇଥିଲେ। କିନ୍ତୁ ବିସିସିଆଇ ତାଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିନି। ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ଜାହିର ଖାନ ଅବା ଲକ୍ଷ୍ମୀପତି ବାଲାଜୀଙ୍କୁ ବୋଲିଂ କୋଚ୍ ଭାବେ ନେବାକୁ ବିସିସିଆଇ ବିଚାର କରୁଥିବା ଏହି ଖବରରେ କୁହାଯାଇଥିଲା।

Advertisment

ଅନ୍ୟପକ୍ଷରେ ଆଜି ଆସିଥିବା ଆଉ ଏକ ଖବର ଅନୁଯାୟୀ, ଏହି ଖବରରେ ସତ୍ୟତା ନାହିଁ। ଗୌତମ ଗମ୍ଭୀର ତାଙ୍କ ପସନ୍ଦର କୋଚିଂ ସପୋର୍ଟ ଷ୍ଟାଫ୍‌ଙ୍କ ନାଁ ବିସିସିଆଇକୁ ଦେଇଛନ୍ତି। ବିସିସିଆଇ ସେହି ନାଁଗୁଡ଼ିକ ଉପରେ ବିଚାର କରୁଛି। ସହଯୋଗୀ କୋଚ୍ ପଦ ପାଇଁ ଗୌତମ ଗମ୍ଭୀର କାଳେ ଅଭିଷେକ ନାୟାରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ ନେବାକୁ ରାଜି ଥିବା ଜଣାପଡ଼ିଛି।  ଅଭିଷେକ ନାୟାର କୋଲକାତା ନାଇଟ ରାଇଡର୍ସରେ ସହଯୋଗୀ କୋଚ୍ ଅଛନ୍ତି। କୋଲକାତା ନାଇଟ ରାଇଡର୍ସ ଏଥର ଆଇପିଏଲ୍ ଚାମ୍ପିୟନ ହେବା ପରେ ତାଙ୍କର ଅବଦାନକୁ ମଧ୍ୟ ସମସ୍ତେ ବହୁତ ପ୍ରଶଂସା କରିଥିଲେ।    

ସୂଚନାଯୋଗ୍ୟ, ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ, ବୋଲିଂ ଓ ଫିଲ୍‌ଡିଂ କୋଚ୍ ଭାବେ ବିକ୍ରମ ରାଠୋର, ପାରସ ମହାମ୍ବ୍ରେ ଓ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି।  

Bcci Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe