Advertisment

ରୋହିତ୍ କ୍ୟାପଟେନ୍, କିଏ ହେବେ ଭାଇସ୍-କ୍ୟାପଟେନ୍?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବିସିସିଆଇ ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରିଛି। ଏହା ପୂର୍ବରୁ ରୋହିତଙ୍କୁ ଟି-୨୦ ଟିମର କ୍ୟାପଟେନ୍ ହସ୍ତାନ୍ତର କରାଯାଇଥିଲା। ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରୋହିତଙ୍କୁ ଡେପୁଟୀ କିଏ ହେବେ? ଅର୍ଥାତ୍ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଭାଇସ୍ କ୍ୟାପଟେନ୍ କିଏ ହେବେ? ମିଡିଆ ରିପୋର୍ଟ ମୁତାବକ, ଶୀଘ୍ର ଟିମ୍ ଇଣ୍ଡିଆର ଭାଇସ-କ୍ୟାପଟେନଙ୍କ ନାଁ ଘୋଷଣା କରାଯାଇପାରେ। ଏଥିରେ […]

ଅଦ୍ୟତନ ହୋଇଛି
ରୋହିତ୍ କ୍ୟାପଟେନ୍, କିଏ ହେବେ ଭାଇସ୍-କ୍ୟାପଟେନ୍?

rohit

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବିସିସିଆଇ ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଦିନିକିଆ ଟିମର କ୍ୟାପଟେନ୍ କରିଛି। ଏହା ପୂର୍ବରୁ ରୋହିତଙ୍କୁ ଟି-୨୦ ଟିମର କ୍ୟାପଟେନ୍ ହସ୍ତାନ୍ତର କରାଯାଇଥିଲା। ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରୋହିତଙ୍କୁ ଡେପୁଟୀ କିଏ ହେବେ? ଅର୍ଥାତ୍ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଭାଇସ୍ କ୍ୟାପଟେନ୍ କିଏ ହେବେ? ମିଡିଆ ରିପୋର୍ଟ ମୁତାବକ, ଶୀଘ୍ର ଟିମ୍ ଇଣ୍ଡିଆର ଭାଇସ-କ୍ୟାପଟେନଙ୍କ ନାଁ ଘୋଷଣା କରାଯାଇପାରେ। ଏଥିରେ ଲୋକେଶ ରାହୁଲଙ୍କ ନାଁ ଆଗରେ ରହିଛି।

Advertisment

ଇନସାଇଡ୍ ସ୍ପୋର୍ଟ୍ସ ମୁତାବକ ଓପ୍ନର ରାହୁଲଙ୍କୁ ଭାଇସ୍-କ୍ୟାପଟେନ୍ ନିଯୁକ୍ତ କରାଯାଇପାରେ। ଲୋକେଶ ରାହୁଲଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାଇସ୍-କ୍ୟାପଟେନ୍ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସ୍କ୍ୱାଡ୍ ଘୋଷଣା ହେବା ପୂର୍ବରୁ ରାହୁଲଙ୍କୁ ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ମିଳିବ। ବର୍ତ୍ତମାନ ସେ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି।

ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ରାହୁଲ୍ ଭାରତୀୟ ସୀମିତ ଓଭର ଟିମର ଭାଇସ୍-କ୍ୟାପଟେନ୍ ହେବେ। ସେ ଧଳା ବଲ୍ କ୍ରିକେଟରେ ଦୀର୍ଘ ସମୟ ଧରି ଭଲ ପ୍ରଦର୍ଶନ କରିଆସୁଛନ୍ତି। ତାଙ୍କ ପାଖରେ ଆହୁରି ୬-୭ ବର୍ଷର କ୍ରିକେଟ୍ ବାକି ରହିଛି। ତାଙ୍କୁ ଭାରତର ପରବର୍ତ୍ତୀ କ୍ୟାପଟେନ୍ ଭାବେ ପ୍ରସ୍ତୁତ କରାଯାଉଛି। ରୋହିତ୍, ବିରାଟ୍ କୋହଲି ଓ ରାହୁଲ୍ ଦ୍ରାବିଡଙ୍କ ସହ ସେ ବହୁତ କିଛି ଶିଖିପାରିବେ।

Advertisment

ଅପରପକ୍ଷରେ ରାହୁଲଙ୍କ ପ୍ରଦର୍ଶନ ତାଙ୍କୁ ଏହି ପଦବୀ ପାଇଁ ବଡ଼ ଦାବିବାର ଭାବେ ଛିଡ଼ା କରିଛି। ଇଂଲଣ୍ଡ ଗସ୍ତ ପରଠାରୁ ସେ ତିନୋଟି ଯାକ ଫର୍ମାଟରେ ଖେଳିଆସୁଛନ୍ତି। ତାଙ୍କର ଦିନିକିଆ ଆଭରେଜ୍ ବର୍ତ୍ତମାନ ସବୁଠାରୁ ଅଧିକ ରହିଛି। ଗତ ୨ ବର୍ଷ ଧରି ଦିନିକିଆରେ ସେ ୬୧.୯୨ ହାରରେ ରନ୍ କରିଛନ୍ତି। ଭାଇସ୍-କ୍ୟାପଟେନଙ୍କୁ ନେଇ ଋଷଭ ପନ୍ତଙ୍କ ନାଁ ଉପରେ ମଧ୍ୟ ଚଚ୍ଚା ହୋଇଥିଲା, କିନ୍ତୁ ସେ ଏବେ ବହୁତ ଯୁବ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe