Advertisment

ବିଶ୍ୱ ବିଜେତାଙ୍କୁ ବିସିସିଆଇ ଦେଇଛି ୧୨୫ କୋଟି: କାହାକୁ କେତେ ଟଙ୍କା ମିଳିବ?

ହେଲେ ଭାରତୀୟ ଟିମରେ ଥିବା ଖେଳାଳିଙ୍କ ମଧ୍ୟରୁ କାହାକୁ କେତେ ଟଙ୍କା ମିଳିବ? କ’ଣ ସମସ୍ତେ ସମାନ ପରିମାଣର ଟଙ୍କା ୧୨୫ କୋଟି ମଧ୍ୟରୁ ପାଇବେ? ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି।

Team India

Team India

Advertisment

ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିବା ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆକୁ ବିସିସିଆଇ ୧୨୫ କୋଟି ଟଙ୍କା ଦେଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ବିଜୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ମିଳିଥିଲା।

Advertisment

ହେଲେ ଭାରତୀୟ ଟିମରେ ଥିବା ଖେଳାଳିଙ୍କ ମଧ୍ୟରୁ କାହାକୁ କେତେ ଟଙ୍କା ମିଳିବ? କ’ଣ ସମସ୍ତେ ସମାନ ପରିମାଣର ଟଙ୍କା ୧୨୫ କୋଟି ମଧ୍ୟରୁ ପାଇବେ? ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି।

ଭାରତୀୟ ଟିମ ସହ ମୋଟ ୪୨ ଜଣ ବିଶ୍ୱକପ ପାଇଁ ଆମେରିବା ଓ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ପ୍ରଥମ ଟିମ ଖେଳାଳି, ସପୋର୍ଟ ଷ୍ଟାଫ, ସଂରକ୍ଷିତ ଖେଳାଳି ଓ ଅନ୍ୟାନ୍ୟ ସଦସ୍ୟ ରହିଛନ୍ତି।

Advertisment

ବିସିସିଆଇ ଦେଇଥିବା ୧୨୫ କୋଟି ଟଙ୍କା କେବଳ ୧୫ ଜଣ ଖେଳାଳିଙ୍କ ମଧ୍ୟରେ ବଣ୍ଟା ଯିବ ନାହିଁ। ଏହି ଟଙ୍କା ସପୋର୍ଟ ଷ୍ଟାଫ, ସଂରକ୍ଷିତ ଖେଳାଳି ଓ ଟିମ ସହ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯିବ। ଟିମ ସହ ଯାଇଥିବା ମୋଟ ୪୨ ଜଣ ୧୨୫ କୋଟି ଟଙ୍କାରୁ ଭାଗ ପାଇବେ।

ତେବେ ସମସ୍ତଙ୍କ ଭାଗ ସମାନ ନୁହେଁ। ବିଭିନ୍ନ ଭୂମିକାରେ ଥିବା ସଦସ୍ୟଙ୍କୁ ଅଲଗା ଅଲଗା ପରିମାଣର ଟଙ୍କା ମିଳିବ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶ୍ୱକପ ସ୍କ୍ୱାଡରେ ଥିବା ପ୍ରଥମ ୧୫ ଜଣ ଖେଳାଳିଙ୍କୁ ୫ କୋଟି ଟଙ୍କା ଲେଖାଏ ମିଳିବ। ସେହିପରି ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ମଧ୍ୟ ୧୨୫ କୋଟି ଟଙ୍କା ମଧ୍ୟରୁ ୫ କୋଟି ପାଇବେ। ଅର୍ଥାତ ୧୬ ଜଣ ୮୦ କୋଟି ଟଙ୍କା ନେଇଯିବେ।

ଏହାପରେ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ ଟି ଦିଲୀପ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେଙ୍କୁ ୨.୫ କୋଟି ଲେଖାଏ ମିଳିବ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସମେତ ପ୍ୟାନେଲରେ ଥିବା ଶିବସୁନ୍ଦର ଦାସ, ସଲିଲ ଅଙ୍କୋଲା, ଏସ୍‌ ଶରତ ଓ ସୁବ୍ରତ ବାନାର୍ଜୀ ୧ କୋଟି ଟଙ୍କା ଲେଖାଏ ପାଇବେ।

ସପୋର୍ଟ ଷ୍ଟାଫରେ ଥିବା ୩ ଜଣ ଫିଜିଓଥେରାପିଷ୍ଟ, ୩ ଜଣ ଥ୍ରୋଡାନ ସ୍ପେଶାଲିଷ୍ଟ, ୨ ଜଣ ମସେଉର୍ସ(ମସାଜ କରୁଥିବା ସଦସ୍ୟ) ଓ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ କୋଚଙ୍କୁ ୨ କୋଟି ଲେଖାଏ ମିଳିବ।

ବିଶ୍ୱକପ ପାଇଁ ବିସିସିଆଇ ଚୟନ କମିଟି ୪ ଜଣଙ୍କୁ ସଂରକ୍ଷିତ ଖେଳାଳି ଭାବେ ଦଳ ସହ ପଠାଇଥିଲା। ସେମାନେ ହେଲେ ରିଙ୍କୁ ସିଂହ, ଶୁବମନ ଗିଲ, ଆବେଶ ଖାନ ଓ ଖଲୀଲ ଅହମଦ। ଏମାନଙ୍କୁ ୧୨୫ କୋଟି ଟଙ୍କା ମଧ୍ୟରୁ ୧ କୋଟି ଟଙ୍କା ଲେଖାଏ ଦିଆଯିବ।

ବିସିସିଆଇ ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ବିଶ୍ୱ ବିଜେତା ଭାରତୀୟ ଟିମ ପାଇଁ ୧୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

Bcci T20 Match T20 World Cup T20 Cricket Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe