/odisha-reporter/media/post_attachments/uploads/2021/09/Rohit-1.jpg)
Rohit
ନୂଆଦିଲ୍ଲୀ: ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଟି-୨୦ ଟିମ୍ର ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ବିରାଟ ନିଜେ ଏହି ଘୋଷଣା କରିବା ପରେ ଦଳର ପରବର୍ତ୍ତୀ କ୍ୟାପ୍ଟେନ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସମସ୍ତେ ବିରାଟଙ୍କ ବଦଳରେ ରୋହିତ ଶର୍ମା ହିଁ ଦଳର ଟି-୨୦ର କମାଣ ସମ୍ଭାଳିବେ ବୋଲି କହୁଛନ୍ତି। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଗୋଟିଏ ବୟାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଭାରତୀୟ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିରାଟ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ଏହାର ଅର୍ଥ ଜଣେ ଯୁବ କ୍ରିକେଟରଙ୍କୁ ଟି-୨୦ ଅଧିନାୟକ ପଦ ମିଳିପାରେ। ଏପରି ହେଲେ ରୋହିତ ମଧ୍ୟ ଅଧିନାୟକ ପଦ ନ ପାଇ ପାରନ୍ତି। କାରଣ ରୋହିତଙ୍କ ବୟସ ୩୪। ଏପ୍ରିଲ ମାସରେ ତାଙ୍କୁ ୩୫ ବର୍ଷ ବୟସ ହୋଇଯିବ। ସେ ଅତି ବେଶୀରେ ଆଉ ୫ରୁ ୬ ବର୍ଷ କ୍ରିକେଟ ଖେଳିବେ। ବୟସ ଦୃଷ୍ଟିରୁ ରୋହିତ ଶର୍ମା ଦୀର୍ଘଦିନ ଯାଏ ଟି -୨୦ ଫର୍ମାଟର କ୍ୟାପ୍ଟେନଶିପ କରି ନପାରନ୍ତି।
କିନ୍ତୁ ରୋହିତ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପରେ ଭାରତର ଅଧିନାୟକତ୍ୱ କରିପାରନ୍ତି। ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳଯିବ। ଯଦି ବିସିସିଆଇ ଜଣେ ଯୁବ ପ୍ରତିଭାଙ୍କୁ ଟି-୨୦ର କମାଣ ଧରାଇବାକୁ ଚାହିଁବ, ତା’ହେଲେ ଏହି ତାଲିକାରେ ଦୁଇ ଜଣ ପ୍ରମୁଖ ଦାବିଦାର ଅଛନ୍ତି। ଏହି ଦୁଇ ଖେଳାଳି ହେଲେ କେଏଲ ରାହୁଲ ଓ ଋଷଭ ପନ୍ତ।
କେଲଏଲ ରାହୁଲ ବିଗତ କିଛି ବର୍ଷ ମଧ୍ୟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ସେ ଆଇପିଏଲରେ ପଞ୍ଜାବର ଅଧିନାୟକ ହେବା ପରେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ୩ଟି ଯାକ ଫର୍ମାଟରେ ମଧ୍ୟ ସେ ନିଜର ସ୍ଥାପନ ପକ୍କା କରିଛନ୍ତି। ଆଇପିଏଲରେ ପଞ୍ଜାବର ନେତୃତ୍ୱ ନେବା ବେଳେ ଏହାର ପ୍ରଭାବ ଆଦୌ ତାଙ୍କ ବ୍ୟାଟିଂ ଉପରେ ଦେଖିବାକୁ ମିଳିନି।
ତାଙ୍କ ବୟସ ମଧ୍ୟ ମାତ୍ର ୨୯ ବର୍ଷ। ତେଣୁ ସେ ଟି-୨୦ କ୍ୟାପ୍ଟେନ ହେବା ଦୌଡ଼ରେ ରହିଛନ୍ତି। ଯଦି ବି ବିସିସିଆଇ ରୋହିତଙ୍କୁ ଅଧିନାୟକ କରୁଛି, ତା’ହେଲେ ରାହୁଲ ହିଁ ଉପ ଅଧିନାୟକ ହେବେ।
ଋଷଭ ପନ୍ତ ମଧ୍ୟ କୌଣସି ଗୁଣରେ କମ ନୁହନ୍ତି। ସେ ଆଇପିଏଲରେ ନିୟମିତ ଅଧିନାୟ ଶ୍ରେୟସ ଆୟର ଆହତ ହେବାରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି। ସେ ଚଳିତ ବର୍ଷ ଦିଲ୍ଲୀର କ୍ୟାପ୍ଟେନଶିପ୍କୁ ବେଶ ଭଲ ଭାବେ ସମ୍ଭାଳିଛନ୍ତି। ତାଙ୍କ କ୍ୟାପ୍ଟେନଶିପ୍ ଦେଖି ବିଶେଷଜ୍ଞମାନେ ତାଙ୍କୁ ଦିଲ୍ଲୀର ସ୍ଥାୟୀ କ୍ୟାପ୍ଟେନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
ଦୁବାଇରେ ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ମ୍ୟାଚ୍ଗୁଡ଼ିକରେ ମଧ୍ୟ ସେ ହିଁ ଦଳର କମାଣ ସମ୍ଭାଳିବେ। ତେଣୁ ତାଙ୍କୁ ମଧ୍ୟ ଭାରତର ଅଧିନାୟକ ପଦ ଦେବାକୁ ବିଚାର କରାଯାଇପାରେ। ତାଙ୍କ ବୟସ ମଧ୍ୟ ୨୩। ତେଣୁ ସେ ଦୀର୍ଘ ସମୟ ଯାଏ ଭାରତ ପାଇଁ ଖେଳି ଅନେକ କିଛି କରିବାର ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
