ବିରାଟଙ୍କ ରାସ୍ତାରେ ରୋହିତ୍, କିଏ ହେବ ଟେଷ୍ଟ ଟିମ୍ କ୍ୟାପଟେନ୍?

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଟି-୨୦ ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଘୋଷଣା କରାଯାଇଛି। କିନ୍ତୁ ଏଯାଏ ଭାରତୀୟ ଟେଷ୍ଟ ଟିମର ଘୋଷଣା କରାଯାଇନାହିଁ। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହ ପ୍ରଥମ ଟେଷ୍ଟରୁ ବିରାଟ୍ କୋହଲି ବିଶ୍ରାମ ନେବେ ବୋଲି କହିଥିଲେ। […]

virat-kohli-and-rohit-sharm

virat-kohli-and-rohit-sharm

Ranjit Kumar Jena
  • Published: Thursday, 11 November 2021
  • Updated: 11 November 2021, 06:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଟି-୨୦ ସିରିଜ୍ ପାଇଁ ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଘୋଷଣା କରାଯାଇଛି। କିନ୍ତୁ ଏଯାଏ ଭାରତୀୟ ଟେଷ୍ଟ ଟିମର ଘୋଷଣା କରାଯାଇନାହିଁ। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସହ ପ୍ରଥମ ଟେଷ୍ଟରୁ ବିରାଟ୍ କୋହଲି ବିଶ୍ରାମ ନେବେ ବୋଲି କହିଥିଲେ। ତାଙ୍କ ସ୍ଥାନରେ ରୋହିତଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଏବେ ଖବର ମିଳିଛି ଯେ କୋହଲିଙ୍କ ଭଳି ରୋହିତ୍ ମଧ୍ୟ ବିଶ୍ରାମ ଚାହୁଁଛନ୍ତି। ଆଉ ଏଭଳି ସ୍ଥିତିରେ ଟେଷ୍ଟ ଟିମର କ୍ୟାପଟେନ କିଏ ହେବ, ତାକୁ ନେଇ ମନ୍ଥନ ଆରମ୍ଭ ହୋଇଛି। ଯଦି ଉଭୟ ବିରାଟ୍ ଓ ରୋହିତଙ୍କୁ ବିଶ୍ରାମ ମିଳେ, ତାହେଲେ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ କରାଯିବ।

ଟାଇମ୍ସ ଅଫୋ ଇଣ୍ଡିଆ ରିପୋର୍ଟ ମୁତାବକ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ରୋହିତ୍ ବିଶ୍ରାମ ମାଗିଛନ୍ତି। କୋହଲି ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ। ଏଭଳି ସ୍ଥିତିରେ କ୍ୟାପଟେନଙ୍କୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସେମିତି ଦେଖିବାକୁ ଗଲେ ରାହାଣେ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ଅଛନ୍ତି। କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଟେଷ୍ଟ ଟିମର ନେତୃତ୍ୱ ନିଅନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ନେତୃତ୍ୱୀରେ ଭାରତ ଟେଷ୍ଟ ସିରିଜ୍ ଜିତିଥିଲା। କିନ୍ତୁ ଏବେ ଚୟନକର୍ତ୍ତା ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍ କ୍ୟାପଟେନ୍ କରିବା ନେଇ ବିଚାର କରୁଛନ୍ତି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍ ଟିମର କ୍ୟାପଟେନ୍ ହେବେ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଟେଷ୍ଟ ସିରିଜରେ କ୍ୟାପଟେନ୍ କିଏ ହେବ, ତାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା। ପରେ ପ୍ରସ୍ତାବ ଦିଆଗଲା ଯେ କୋହଲିଙ୍କ ଅନୁପସ୍ଥିତିରେ ରୋହିତ୍ ପ୍ରଥମ ଟେଷ୍ଟରେ କ୍ୟାପଟେନ୍ ହେବେ। ପରେ ଦ୍ୱିତୀୟ ଟେଷ୍ଟରେ ରୋହିତଙ୍କୁ ବିଶ୍ରାମ ଦିଆଯିବ ଏବଂଲ କୋହଲି ଟିମର ନେତୃତ୍ୱ ନେବେ। ହେଲେ ଏବେ ରୋହିତ୍ ପୂରା ଟେଷ୍ଟ ସିରିଜରୁ ବିଶ୍ରାମ ନେବାକୁ ଚାହୁଁଛନ୍ତି। ତେଣୁ ପ୍ରଥମ ଟେଷ୍ଟରେ ବିରାଟ ଓ ରୋହିତଙ୍କ ଅନୁପସ୍ଥିତିରେ ରାହାଣେ କ୍ୟାପଟେନ୍ ହେବେ। ତେବେ ଟେଷ୍ଟ ସ୍କ୍ୱାଡ ଘୋଷଣା ହେବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ। ଟେଷ୍ଟ ସିରିଜ୍ ପାଇଁ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇରେ ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଦକ୍ଷିଣ ଆଫ୍ରିକାରେ ଭାରତ କେବେବି ଟେଷ୍ଟ ସିରିଜ୍ ଜିତିପାରିନାହିଁ। ତେଣୁ ଏହି ଗସ୍ତରେ ଭାରତ ପୂର୍ଣ୍ଣ ଶକ୍ତି ସହ ମଇଦାନକୁ ଓହ୍ଲାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos