Advertisment

ସନଣ୍ଡେ ଡବଲ ହେଡର୍: ହ୍ୟାଟ୍ରିକ ପରାଜୟ ପରେ ଖାତା ଖୋଲିଲା ମୁମ୍ବାଇ, ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ସୁପର ସଣ୍ଡେର ଡବଲ୍ ହେଡର୍ ମ୍ୟାଚରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟର୍ସ ଓ ଲକ୍ଷ୍ନୌ ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
LSG & MI Players

LSG & MI Players

ଗତକାଲି ସୁପର ସଣ୍ଡେର ଡବଲ୍ ହେଡର୍ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସକୁ ମାତ୍ ଦେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ହ୍ୟାଟ୍ରିକ ପରାଜୟ ପରେ ଚତୁର୍ଥ ମ୍ୟାଚରେ ବିଜୟ ସ୍ୱାଦ ଚାଖିଛି ମୁମ୍ବାଇ ଟିମ୍।

Advertisment

ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ମୁମ୍ବାଇ ବ୍ୟାଟିଂ କରି ୨୩୫ ରନର ଟାର୍ଗେଟ ଦେଇଥିଲା। ପ୍ରାରମ୍ଭରୁ ଓପନର ରୋହିତ ଶର୍ମା ଏବଂ ଇଶାନ କିଶାନ ଚୌକା-ଛକା ମାରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ହେଲେ ୪୯ ରନ୍ କରି ରୋହିତ ଶର୍ମା ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିନପାରି ପାଭିଲିଅନ ଫେରିଥିଲେ। 

ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ଦୁଇଟି ମୂଲ୍ୟବାନ ୱିକେଟ ହରାଇ ଧିମେଇ ଯାଇଥିଲା ମୁମ୍ବାଇ। ଏହାପରେ ଇଶାନଙ୍କ ସାଥ୍ ଦେଇଥିଲେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା। କିନ୍ତୁ ପରେ ପରେ ଇଶାନ ୪୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଇଶାନଙ୍କ ପରେ ତିଲକ ବର୍ମା ମଧ୍ୟ ମାତ୍ର 6 ରନ୍ କରି ପାଭିଲିଅନ ଫେରିଥିଲେ।

Advertisment

ମଧ୍ୟକ୍ରମରେ ଦଳ ଦୁର୍ବଳ ସ୍ଥିତିରେ ଥାଇ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟିମ୍ ଡେଭିଡଙ୍କ ଭାଗିଦାରୀରେ ଦଳ ୧୭.୫ ଓଭରରେ ୫ଟି ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା। ହେଲେ ହର୍ଦ୍ଦିକ ଆଉଟେ ହେବା ପରେ ଶେଷ ଦୁଇ ଓଭରରେ ଦିଲ୍ଲୀ ଖେଳାଳିଙ୍କ ହୋସ୍ ଉଡାଇ ଦେଇଥିଲେ ରୋମାରିଓ ସେଫର୍ଡ। 

ଟିମ୍ ଡେଭିଡଙ୍କ ସହ ଯୋଗଦାନ ଦେଇ ମ୍ୟାଚକୁ ରୋଚକ ମୋଡ଼ରେ ପହଞ୍ଚାଇଥିଲେ ରୋମାରିଓ। ସେ ମାତ୍ର ୧୦ଟି ବଲ୍ ଖେଳି ୩୯ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ ଚୌକା-ଛକା ବର୍ଷା କରିଥିଲେ ରୋମାରିଓ। ୫ ୱିକେଟ ବିନିମୟରେ ମୁମ୍ବାଇ ୨୩୪ ରନ୍ ସଂଗ୍ରହ କରିଥିଲା।

୨୩୫ ରନକୁ ପିଛା କରି ଦିଲ୍ଲୀ ମଧ୍ୟ ଭର ଆରମ୍ଭ କରିଥିଲା। ଦଳ ପକ୍ଷରୁ ତ୍ରିସ୍ତାନା ଷ୍ଟବ୍ସ ୨୫ ବଲରେ ୭୧ ରନ୍ କରି ଶେଷ ପର୍ଯ୍ୟନ୍ତ ଲଢିଥିଲେ। ପୃଥ୍ୱୀ ଶ ଏବଂ ଅଭିଶେକ ପୋରେଲ ମଧ୍ୟ ଯଥାକ୍ରମେ ୬୬ ଏବଂ ୪୧ ରନ୍ ସଂଗ୍ରହ କରିଥିଲେ। ହେଲେ ଅନ୍ୟମାନେ ବିଶେଷ ପ୍ରଦର୍ଶନ କରିନପାରିବାରୁ ଦଳ ୨୦୫ ରନରେ ଅଟକି ଯାଇଥିଲା। ଫଳରେ ଏହି ମ୍ୟାଚକୁ ୨୯ ରନରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ସେପଟେ ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ହୋଇଛି ବିଜୟୀ। ପ୍ରଥମେ ବ୍ୟାଟିଂ କରି ୧6୩ ରନ୍ କରିଥିଲା ଲକ୍ଷ୍ନୌ। ସ୍ୱଳ୍ପ ରନର ଟାର୍ଗେଟ ଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ପୂରଣ କରିପାରି ନଥିଲା ଗୁଜରାଟ। ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଫଳରେ ୩୩ ରନରେ ବିଜୟୀ ହୋଇଛି ଲକ୍ଷ୍ନୌ। 

IPL 2024 MI Vs DC LSG Vs GT