Advertisment

ରୋହିତ, ବିରାଟ, ସୂର୍ଯ୍ୟକୁମାର ଯାଦବ ଟିମ୍‌କୁ ପଙ୍ଗୁ କରି ଦିଅନ୍ତି, ଏମିତି କାହିଁକି କହିଲେ ଇରଫାନ ପଠାନ

ଇରଫାନ ପଠାନ କହିଛନ୍ତି, ଯେଉଁ ଟିମ୍ ଚୟନ କରାଯାଇଛି, ତାକୁ ନେଇ ଦୁଇଟି କମ୍ବିନେସନରେ ଖେଳା ଯାଇପାରିବ।

Irfan Pathan

Irfan Pathan

Advertisment

ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ୫ ତାରିଖରୁ ତା’ର ଅଭିଯାନ ଆରମ୍ଭ କରିବ ଭାରତ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ତା’ପୂର୍ବରୁ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନ୍‌ରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବା ଦରକାର, ତାକୁ ନେଇ ତର୍କ-ବିତର୍କ ଆରମ୍ଭ ହୋଇଛି। ଏହି କ୍ରମରେ ଚର୍ଚ୍ଚାରେ ରହିଛି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲ୍‌-ରାଉଣ୍ଡର ଇରଫାନ ପଠାନ। ସେ କହିଛନ୍ତି ଯେ ପ୍ଲେଇଂ ଇଲେଭେନ୍‌ରେ ଅଧିକ ବୋଲିଂ ବିକଳ୍ପ ରହିବା ଉଚିତ୍‌। କାରଣ ରୋହିତ ଶର୍ମା, ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରନ୍ତି ନାହିଁ ଏବଂ ସେମାନେ ଟିମ୍‌କୁ ପଙ୍ଗୁ କରି ଦିଅନ୍ତି।

Advertisment

ଇରଫାନ ପଠାନ କହିଛନ୍ତି, ଯେଉଁ ଟିମ୍ ଚୟନ କରାଯାଇଛି, ତାକୁ ନେଇ ଦୁଇଟି କମ୍ବିନେସନରେ ଖେଳା ଯାଇପାରିବ। ଗୋଟିଏରେ ୬ ଜଣ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ପଡ଼ିବ। ଆଉ ସେମାନଙ୍କ ମଧ୍ୟରେ ଅକ୍ଷର ପଟେଲଙ୍କୁ ରଖିବାକୁ ହେବ। ତାଙ୍କୁ ରଖିଲେ ବ୍ୟାଟିଂ ଲାଇନ୍ ଦୃଢ଼ ହୋଇଯିବ। ଆଉ ଗୋଟିଏ କମ୍ବିନେସନ ହେଉଛି- ୪ ଜଣ ଫ୍ରଣ୍ଟ ଲାଇନ ବୋଲରଙ୍କୁ ନେଇ ଦଳ ଖେଳି ପାରିବ। ଆଉ ଅଶା ରଖିବେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ। ଟିମ୍ ଇଣ୍ଡିଆ ପାଖରେ ଅନ୍ୟ ଏକ ବିକଳ୍ପ ମଧ୍ୟ ରହିଛି। ସେ ହେଉଛନ୍ତି ଯଶସ୍ୱୀ ଜୈସୱାଲ। ସେ ନେଟ୍‌ସରେ ବୋଲିଂ କରନ୍ତି। କିନ୍ତୁ ମ୍ୟାଚ୍‌ରେ ବୋଲିଂ କରନ୍ତି ନାହିଁ। ଶିବମ ଦୁବେ ମଧ୍ୟ ଆଇପିଏଲ ବେଳେ କହିଥିଲେ ଯେ ସେ ନିୟମିତ ଭାବେ ନେଟ୍‌ସରେ ବୋଲିଂ କରନ୍ତି। ବିଶ୍ୱ କପ୍‌ରେ ଦୁଇରୁ ତିନି ଓଭର ବୋଲିଂ କରିବା ଲକ୍ଷ୍ୟରେ ସେ ନିୟମିତ ନେଟ୍‌ସରେ ବୋଲିଂ ଅଭ୍ୟାସ କରୁଥିଲେ ବୋଲି କହିଥିଲେ।

ସେ ଆହୁରି କହିଛନ୍ତି, ଯଦି ହାର୍ଦ୍ଦିକ ତିନିରୁ ଚାରି ଓଭରର ବୋଲିଂ ବିକଳ୍ପ ଦିଅନ୍ତି, ତା’ହେଲେ ବହୁ ମାତ୍ରାରେ ସମସ୍ୟାର ସମାଧାନ ହୋଇଯିବ। ଆମର ଅନ୍ୟ ବ୍ୟାଟ୍‌ସମ୍ୟାନ, ଯେମିତିକି- ରୋହିତ, ବିରାଟ ଅବା ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିପାରିବେ ନାହିଁ, ଯାହା ଆମକୁ ଏକ ପ୍ରକାର ପଙ୍ଗୁ କରି ଦିଏ। ଯଦି ଏହି ଖେଳାଳିମାନଙ୍କ ମଧ୍ୟରୁ କେହି ବୋଲିଂ କରିପାରୁଥା’ନ୍ତେ, ତା’ହେଲେ ଟିମ୍ ପାଇଁ ବହୁତ ଲାଭ ହୋଇଥାଆନ୍ତା। ଆମେ ଅଷ୍ଟ୍ରେଲିଆ କଥା କହୁ, କିନ୍ତୁ ଇଂଲଣ୍ଡରେ ଟପ୍ ୭ ଖେଳାଳିଙ୍କ ମଧ୍ୟରେ ବି ଅନେକ ଅଲ୍‌-ରାଉଣ୍ଡର ଥାଆନ୍ତି। ଅଧିକ ବୋଲିଂ ବିକଳ୍ପ ରଖିବା ସବୁବେଳେ ଭଲ। ଏବକାର ସ୍ଥିତିରେ ଆମେ ନିଶ୍ଚିତ ଭାବେ ପଙ୍ଗୁ।

Advertisment
Virat Kohli Rohit Sharma Suryakumar Yadav Irfan Pathan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe