Advertisment

Women's World Cup: ଜଣେ ୧୭ ବର୍ଷୀୟ ପିଲା ପାଇଁ କାହିଁକି କଳା ପଟି ବାନ୍ଧି ମ୍ୟାଚ୍‌ ଖେଳିଲେ ଭାରତ ଓ ଅଷ୍ଟ୍ରେଲୀୟ ଖେଳାଳି?

ଜଣେ ୧୭ ବର୍ଷୀୟ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସ୍ମୃତିରେ ଖେଳାଳିମାନେ ଆଜି କଳା ପଟି ପରିଧାନ କରିଛନ୍ତି। ୧୭ ବର୍ଷୀୟ ବେନ ଅଷ୍ଟିନଙ୍କ ବେକରେ ବଲ ମାଡ଼ ହେବାକୁ ଯୋଗୁ ବୁଧବାର ମେଲବର୍ଣ୍ଣରେ ତାଙ୍କର ମୃତ୍ୟୁ ହୋଇଛି।

author-image
Hemant Lenka
Women

ଭାରତୀୟ ମହିଳା କ୍ରିକେଟ ଟିମ୍‌

ମହିଳା ବିଶ୍ୱକପ(ODI World Cup) ସେମି ଫାଇନାଲରେ ଆଜି ଭାରତ(Indian Women Cricket Team) ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର। ଟସ୍‌ ଜିତି ଅଷ୍ଟ୍ରେଲିଆ ନଭି ମୁମ୍ବାଇରେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍‌ରେ ଉଭୟ ଦେଶର ଖେଳାଳିଙ୍କ ଠାରୁ ଆରମ୍ଭ କରି ମ୍ୟାଚ୍‌ ସହଜ ଜଡ଼ିତ ସମସ୍ତ ସଦସ୍ୟ ବାହାରୁ କଳା ପଟି ବାନ୍ଧିଛନ୍ତି। ତେବେ କ’ଣ ପାଇଁ ଏମାନେ କଳା ପଟି ବାନ୍ଧି ମ୍ୟାଚ୍‌ ଖେଳୁଛନ୍ତି? 

Advertisment

ଜଣେ ୧୭ ବର୍ଷୀୟ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସ୍ମୃତିରେ ଖେଳାଳିମାନେ ଆଜି କଳା ପଟି ପରିଧାନ କରିଛନ୍ତି। ୧୭ ବର୍ଷୀୟ ବେନ ଅଷ୍ଟିନଙ୍କ ବେକରେ ବଲ ମାଡ଼ ହେବାକୁ ଯୋଗୁ ବୁଧବାର ମେଲବର୍ଣ୍ଣରେ ତାଙ୍କର ମୃତ୍ୟୁ ହୋଇଛି। କ୍ରିକେଟ ତାଲିମ ବେଳେ ଏପରି ଘଟଣା ଘଟିଥିଲା। ତାଙ୍କ ବିୟୋଗରେ ଉଭୟ ଭାରତୀୟ ଓ ଅଷ୍ଟ୍ରେଲୀୟ ଖେଳାଳି ଶୋକ ପ୍ରକାଶ କରିବା ସହ ଆଜି ହାତରେ କଳା ପଟି ପିନ୍ଧିଛନ୍ତି। 

ଗୋଟିଏ ଟି-୨୦ ମ୍ୟାଚ୍‌ ପୂର୍ବରୁ ଅଷ୍ଟିନ ଅଭ୍ୟାସ କରୁଥଲେ। ସେ ଫ୍ରେନଟ୍ରି ଗଲୀରେ ଅଭ୍ୟାସ କରୁଥିବା ବେଳେ ଗୋଟିଏ ବଲ ଦ୍ରୁତଗତିରେ ଆସି ତାଙ୍କ ବେକ ମୁଣ୍ଡାରେ ମାଡ଼ ହୋଇଥିଲା। ଥ୍ରୋ ଡାଉନ ଅଭ୍ୟାସ ସମୟରେ ଏପରି ଘଟଣା ଘଟିଥିଲା। ବଲଟି ସାଇଡ ଆର୍ମ ବା ୱାଙ୍ଗେରରୁ ପିଙ୍ଗା ଯାଇଥିଲା। ଏହା ଦ୍ରୁତଗତିରେ ଆସି ଅଷ୍ଟିନଙ୍କ ବେକରେ ମାଡ଼ ହେବାରୁ ସେ ସାଥୀ ଖେଳାଳିଙ୍କ ସାମ୍ନାରେ ହିଁ ଟଳି ପଡ଼ିଥିଲେ। 

Advertisment

ଥ୍ରୋ ଡାଉନର ମୁକାବିଲା କରୁଥିବା ଅଷ୍ଟିନ ବ୍ୟାଟିଂ ବେଳେ ହେଲମେଟ ପିନ୍ଧିଥିଲେ। ହେଲେ ବେକ ପାଖରେ ଥିବା ସୁରକ୍ଷା କବଚ ସେଥିରେ ନଥିଲା। ଏଥିଯୋଗୁ ବଲଟି ତାଙ୍କ ବେକ ମୁଣ୍ଡାରେ ମାଡ଼ ହୋଇଥିଲା। ଘଟଣା ପରେ ତୁରନ୍ତ ତାଙ୍କୁ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ମେସିନର ବ୍ୟବହାର କରି ହସ୍ପିଟାଲ ନିଆଯାଇଥିଲା।

ମଙ୍ଗଳବାର ଏପରି ଘଟଣା ଘଟିଥିବା ବେଳେ ଦିନ ତମାମ ଅଷ୍ଟିନ ଜୀବନ ମୃତ୍ୟୁ ସହ ସଂଘର୍ଷ କରିଥିଲେ। ଡାକ୍ତରମାନେ ଯୁବ କ୍ରିକେଟର ଅଷ୍ଟିନଙ୍କ ଜୀବନ ରକ୍ଷା କରିବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲେ। କିନ୍ତୁ ବୁଧବାର ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ଏହି ଘଟଣା ପୂରା କ୍ରିକେଟ ଜଗତରେ ଶୋକ ଖେଳାଇ ଦେଇଛି। ଏଥିପାଇଁ ଅଷ୍ଟିନଙ୍କ ସ୍ମୃତିରେ ଆଜି ଭାରତ ଓ ଅଷ୍ଟ୍ରେଲିଆର ମହିଳା କ୍ରିକେଟର(Women Cricket)ମାନେ ହାତରେ କଳା ପଟି ବାନ୍ଧି ମ୍ୟାଚ ଖେଳିଛନ୍ତି। 

Women Cricket ODI World Cup Indian Women Cricket Team