Advertisment

WTC ଫାଇନାଲ: ଓଡ଼ିଶା ଟ୍ରେନ ଟ୍ରାଜେଡି ପାଇଁ କଳା ବ୍ୟାଣ୍ଡ ପିନ୍ଧିଲେ ଖେଳାଳି

ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି ନିଜ ବାହୁରେ କଳା ଆର୍ମବ୍ୟାଣ୍ଡସ ପିନ୍ଧି ମ୍ୟାଚ୍‌ ଖେଳୁଛନ୍ତି।

Team India

Team India

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଟ୍ରାଜେଡି ଘଟଣାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ଫାଇନାଲରେ ସମସ୍ତେ ମନେ ପକାଇଛନ୍ତି। ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆର ସମସ୍ତ ଖେଳାଳିଙ୍କ ସମେତ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Advertisment

ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଦୁଇ ଦେଶର ଖେଳାଳି ମୃତକଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ଜାତୀୟ ସଂଗୀତ ବାଜିଥିଲା। ସେହିପରି ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦଳର ଖେଳାଳି ନିଜ ବାହୁରେ କଳା ଆର୍ମବ୍ୟାଣ୍ଡସ ପିନ୍ଧି ମ୍ୟାଚ୍‌ ଖେଳୁଛନ୍ତି।

ଆଜିର ଫାଇନାଲ ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ମାତ୍ର ୨ ରନରେ ଉସମାନ ଖ୍ୱଜାଙ୍କୁ ହରାଇଥିଲା। ଏହି ୱିକେଟ ମହମ୍ମଦ ସିରାଜ ନେଇଛନ୍ତି।

Advertisment

ଏବେ ଡାଭିଡ ୱାର୍ଣ୍ଣର ଓ ମାର୍ନସ ଲାବୁଶେନ ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ତା’ର ପ୍ରଥମ ଇନିଂସରେ ୧ ୱିକେଟ ହରାଇ ୫୪ ରନ କରିଛି।

ଅନ୍ୟପକ୍ଷରେ ଆଜି ଠାରୁ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୪ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛି। ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।

India Vs Australia World Test Championship Finale WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe